ଜୀବନ ଯୁଦ୍ଧରେ ହାର ମାନିଗଲେ ଜଣେ ଉଚ୍ଚ ଶିକ୍ଷିତ ଯୁବକ। ନିଷ୍ପତ୍ତି ନେଇସାରିଥିଲେ, ବୁଢ଼ା ବାପାଙ୍କ ଉପରେ ଆଉ ବୋଝ ହେବେନି। ହାତରେ ଡିଗ୍ରୀ ଧରି, ଏ ଅଫିସରୁ ସେ ଅଫିସ ବୁଲି ବୁଲି ନୟାନ୍ତ ହୋଇପଡ଼ିଥିଲେ। ସ୍ୱପ୍ନ ଥିଲା, ପାଠ ପଢ଼ି ଚାକିରି କରିବେ, ବୁଢ଼ା ବାପାଙ୍କ ଦୁଃଖକଷ୍ଟ ଦୂର କରିବେ। ଶେଷରେ ସ୍ୱପ୍ନ ଉପରେ କବର ଦେଇ ଝୁଲି ପଡ଼ିଲେ ଘରର ଭେଣ୍ଡିଆ ପୁଅ।