Advertisment

ବୁଥ୍‌ ଭିତରେ ପୁଲିସ୍‌ ଉପସ୍ଥିତିରେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ

ଭଦ୍ରକ (ପାର୍ଥସାରଥୀ ନାୟକ): ବୁଥ୍‌ ଭିତରେ ଜଣେ ଯୁବକଙ୍କୁ ହୋଇଛି ଭୁଜାଲିରେ ଆକ୍ରମଣ। ପୁଲିସ୍‌ ଓ ପୁଲିଂ କର୍ମଚାରୀଙ୍କ ଉପସ୍ଥିତିରେ  ଭୁଜାଲିରେ ଆକ୍ରମଣ ହୋଇଛି। ମତଦାନ ଚାଲିଥିବା ବେଳେ ଏପରି ବୀଭତ୍ସ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘଟିଛି। ଏହାକୁ ଧାମନଗରରରେ ଉତ୍ତେଜନା ପ୍ରକାଶ ପାଇଛି। ବର୍ତ୍ତମାନ ମତଦାନ ବନ୍ଦ ରହିଛି। ପୌର ନିର୍ବାଚନ ପାଇଁ ଚାଲିଥିଲା ମତଦାନ। ମଧ୍ୟାହ୍ନରେ ରମେଶ ଲେଙ୍କା ନାମକ ଜଣେ ଯୁବକ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର […]

author-image
Manoranjan Sial
ଅଦ୍ୟତନ ହୋଇଛି
ବୁଥ୍‌ ଭିତରେ ପୁଲିସ୍‌ ଉପସ୍ଥିତିରେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ

Bhadrak

ଭଦ୍ରକ (ପାର୍ଥସାରଥୀ ନାୟକ): ବୁଥ୍‌ ଭିତରେ ଜଣେ ଯୁବକଙ୍କୁ ହୋଇଛି ଭୁଜାଲିରେ ଆକ୍ରମଣ। ପୁଲିସ୍‌ ଓ ପୁଲିଂ କର୍ମଚାରୀଙ୍କ ଉପସ୍ଥିତିରେ  ଭୁଜାଲିରେ ଆକ୍ରମଣ ହୋଇଛି। ମତଦାନ ଚାଲିଥିବା ବେଳେ ଏପରି ବୀଭତ୍ସ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘଟିଛି। ଏହାକୁ ଧାମନଗରରରେ ଉତ୍ତେଜନା ପ୍ରକାଶ ପାଇଛି। ବର୍ତ୍ତମାନ ମତଦାନ ବନ୍ଦ ରହିଛି।

Advertisment

ପୌର ନିର୍ବାଚନ ପାଇଁ ଚାଲିଥିଲା ମତଦାନ। ମଧ୍ୟାହ୍ନରେ ରମେଶ ଲେଙ୍କା ନାମକ ଜଣେ ଯୁବକ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୯ ନମ୍ୱର ୱାର୍ଡର ୧୬ ନମ୍ୱର ବୁଥ୍‌କୁ ଭୋଟ୍‌ ଦେବା ପାଇଁ ଯାଇଥିଲେ। ବୁଥ୍‌ ଭିତରେ ସେ ଲାଇନ୍‌ରେ ଛିଡ଼ା ହୋଇଥିଲେ। ଠିକ୍‌ ଏହି ସମୟରେ ଏସ୍‌.କେ ଅସ୍ତାକ ଏକ ଭୁଜାଲି ଧରି ବୁଥ୍‌ ଭିତରେ ପଶିଲା। ପୁଲିସ୍‌ ଓ ପୁଲିଂ କର୍ମଚାରୀଙ୍କ ଆଗରେ ରମେଶ ଲେଙ୍କାଙ୍କୁ ଆକ୍ରମଣ କରିଥିଲା। ପରେ ସେଠାରୁ ଚମ୍ପଟ ମାରିଥିଲା।

ଭୁଜାଲି ମାଡ଼ ରକ୍ତାକ୍ତ ହୋଇଯାଇଥିଲେ ରମେଶ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ଧାମନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଖବର ପାଇଁ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝି ମେଡିକାଲ୍‌ରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ପରେ ରମେଶଙ୍କୁ ଭଦ୍ରକ, ତା’ପରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏହାକୁ ନେଇ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଥ୍‌ରେ ଭଦ୍ରକ ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିଥିଲେ। ଏହା ସତ୍ତ୍ୱେ ପରିବେଶ ସାନ୍ତ ପଡ଼ିନଥିଲା। ବର୍ତ୍ତମାନ ସୁଦ୍ଧା ମତଦାନ ବନ୍ଦ ରହିଛି।

Advertisment

ଉତ୍ତ୍ୟକ୍ତ ଲୋକେ ଧାମନଗର ବଜାର ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଆକ୍ରମଣ କରିଥିବା ଯୁବକ ଏସ୍‌.କେ ଅସ୍ତାକକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ସେ ଭୁଜାଲିରେ ଆକ୍ରମଣ କଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି।