Advertisment

ହାତରେ ବାଣ ଫୁଟାଇ ଚାଲିଗଲା ଜୀବନ

ଗଂଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି। ଶ୍ୟାମସୁନ୍ଦର ଗାଁରେ ହାତରେ ବାଣ ଧରି ଫୁଟାଉଥିବା ବେଳେ ବିସ୍ଫୋରଣ ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସୁମନ୍ତ ଦାଶ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ଶ୍ରଦ୍ଧେୟ ଦାଶଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ହାତରେ ବାଣ ଧରି ଫୁଟାଉଥିବା ବେଳେ ସୁମନ୍ତଙ୍କ ବାମ ହାତ […]

ହାତରେ ବାଣ ଫୁଟାଇ ଚାଲିଗଲା ଜୀବନ

bana

Advertisment

ଗଂଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି। ଶ୍ୟାମସୁନ୍ଦର ଗାଁରେ ହାତରେ ବାଣ ଧରି ଫୁଟାଉଥିବା ବେଳେ ବିସ୍ଫୋରଣ ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସୁମନ୍ତ ଦାଶ।

Advertisment

ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ଶ୍ରଦ୍ଧେୟ ଦାଶଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ହାତରେ ବାଣ ଧରି ଫୁଟାଉଥିବା ବେଳେ ସୁମନ୍ତଙ୍କ ବାମ ହାତ ଛିଣ୍ଡି ଯାଇଥିଲା। ସେହିପରି ଖଲ୍ଲିକୋଟର କଇରାସି ଗାଁରେ ମଧ୍ୟ ବାଣ ବିସ୍ଫୋରଣରେ ଜଣେ ନାବାଳକ ଗୁରୁତର ଆହତ ହୋଇଛି। ତାର ନାକ ଓ ଆଖିରେ ଗଭୀର ଆଘାତ ଲାଗିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe