Advertisment

ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ପୁଣି ଘଟିଲା ବୀଭତ୍ସ ହତ୍ୟାକାଣ୍ଡ।  ଭୁବନେଶ୍ୱର ସ୍ଥିତ ଇନଫୋସିସ୍ ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ତଳୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡ଼ା ଗାଁର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ। ତାଙ୍କୁ ୨୨ ବର୍ଷ ହୋଇଥିଲା। ଅବିନାଶ ଏକ ସଫ୍ଟେଓ୍ୱୟାର କମ୍ପାନୀରେ କାମ କରୁଥିଲେ । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

deadbody

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ପୁଣି ଘଟିଲା ବୀଭତ୍ସ ହତ୍ୟାକାଣ୍ଡ।  ଭୁବନେଶ୍ୱର ସ୍ଥିତ ଇନଫୋସିସ୍ ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ତଳୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡ଼ା ଗାଁର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ। ତାଙ୍କୁ ୨୨ ବର୍ଷ ହୋଇଥିଲା। ଅବିନାଶ ଏକ ସଫ୍ଟେଓ୍ୱୟାର କମ୍ପାନୀରେ କାମ କରୁଥିଲେ ।

Advertisment

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପୁଲିସ ଅବିନାଶଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶିଖରଚଣ୍ଡୀ ପାହାଡ଼ ତଳୁ ଉଦ୍ଧାର କରିଥିଲା। ପରେ  ତାଙ୍କୁ ଡାକ୍ତରଖାନା ନେଇଥିଲା। ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅବିନାଶଙ୍କ ମୃତଦେହ ନିକଟରୁ ପୁଲିସ ଏକ ବାଇକ୍ ଜବତ  କରିଥିଲା।

ପୁଲିସ ଅବିନାଶଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ଅବିନାଶଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣା ପଡ଼ିନାହିଁ।

Advertisment

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଘଟଣାସ୍ଥଳରୁ ଏକ ବ୍ୟାଗ୍ ଓ ସୁଇସାଇଡ ନୋଟ୍ ମିଳିଛି। ସୁଇସାଇଡ ନୋଟ୍ ଲେଖାକୁ ମୃତକଙ୍କ ବାପା ଚିହ୍ନଟ କରିଛନ୍ତି। ପ୍ରାଥମିକ ତଦନ୍ତରୁ ବ୍ୟକ୍ତି ଜଣଙ୍କ ଚାପରେ ଥିଲେ ବୋଲି ଜଣାପଡ଼ିଛି। ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ସବିଶେଷ ତଥ୍ୟ ପଦାକୁ ଆସିବ।

Bhubaneswar Bhubaneswar News