Advertisment

ବିରୂପା କୂଳରୁ ଯୁବକଙ୍କୁ ଟାଣିନେଲା କୁମ୍ଭୀର, ତା’ପରେ...

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ବିରୂପା ନଦୀ କୂଳରେ ଗାଈ ଚରାଉଥିବା ବେଳେ ଜଣେ ଯୁବକକୁ କୁମ୍ଭୀର ଟାଣିନେଇଥିଲା। ମାତ୍ର ସୌଭାଗ୍ୟ ବସତଃ ତାଙ୍କ ଜୀବନ ବଞ୍ଚି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।। କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା ଆଜି ବିରୂପା ନଦୀ କୂଳରେ ଗାଈ ଚରାଉଥିଲେ। ଏହି ସମୟରେ ନଦୀ ପଠାରେ ଶୋଇଥିବା ଗୋଟିଏ କୁମ୍ଭୀର ତାଙ୍କ ବାମ ଗୋଡ଼କୁ ଝାମ୍ପି ନେଇଥିଲା। ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ […]

ଅଦ୍ୟତନ ହୋଇଛି
ବିରୂପା କୂଳରୁ ଯୁବକଙ୍କୁ ଟାଣିନେଲା କୁମ୍ଭୀର, ତା’ପରେ...

croc

Advertisment

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ବିରୂପା ନଦୀ କୂଳରେ ଗାଈ ଚରାଉଥିବା ବେଳେ ଜଣେ ଯୁବକକୁ କୁମ୍ଭୀର ଟାଣିନେଇଥିଲା। ମାତ୍ର ସୌଭାଗ୍ୟ ବସତଃ ତାଙ୍କ ଜୀବନ ବଞ୍ଚି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା ଆଜି ବିରୂପା ନଦୀ କୂଳରେ ଗାଈ ଚରାଉଥିଲେ। ଏହି ସମୟରେ ନଦୀ ପଠାରେ ଶୋଇଥିବା ଗୋଟିଏ କୁମ୍ଭୀର ତାଙ୍କ ବାମ ଗୋଡ଼କୁ ଝାମ୍ପି ନେଇଥିଲା। ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଚାଲିଆସିବାରୁ କୁମ୍ଭୀରଟି ପାଣିକୁ ଚାଲି ଯାଇଥିଲା।

ଗାଁ ଲୋକେ ସର୍ବେଶ୍ୱରଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଇନ୍ଦୁପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ସର୍ବେଶ୍ୱରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

Advertisment

ସୂଚନାରୁ ପ୍ରକାଶ, ପୂର୍ବରୁ ବିରୂପାରେ କୁମ୍ଭୀର ଦେଖାଯାଉନଥିଲା। ତେବେ ଗତ ବନ୍ୟାରେ ଗୋଟିଏ କୁମ୍ଭୀର ନଦୀକୁ ପଶି ଆସିଥିଲେ। ସମୟ ସୁବିଧା ଦେଖି କୁମ୍ଭୀରଟି ନଦୀ କୂଳିଆ ଗାଁ ଲୋକଙ୍କୁ ଝାମ୍ପି ନେଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe