Advertisment

ଦେବାଳିଆରୁ ହତ୍ୟାକାରୀ: ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ମାରିଦେଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ନଗରରେ ସ୍ତ୍ରୀ ଓ ନାବାଳକ ପୁଅକୁ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଛି। ଏହି ହତ୍ୟାକାଣ୍ଡ ଆଉ କେହି ନୁହେଁ ବରଂ ମହିଳାଙ୍କ ସ୍ୱାମୀ ଘଟାଇଛି। ଆର୍ଥିକ ସମସ୍ୟା ପାଇଁ ଅଭିଯୁକ୍ତ ଯୁବକ ଜଣକ ତା’ର ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଡିସିପି କହିଛନ୍ତି, ଅଭିଯୁକ୍ତ ଜଣକ ବିଭିନ୍ନ ଜାଗାରୁ ଲୋନ୍ କରିଥିଲା। ଯେଉଁ କାରଣରୁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲା। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଦେବାଳିଆରୁ ହତ୍ୟାକାରୀ: ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ମାରିଦେଲା

dcp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ନଗରରେ ସ୍ତ୍ରୀ ଓ ନାବାଳକ ପୁଅକୁ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଛି। ଏହି ହତ୍ୟାକାଣ୍ଡ ଆଉ କେହି ନୁହେଁ ବରଂ ମହିଳାଙ୍କ ସ୍ୱାମୀ ଘଟାଇଛି। ଆର୍ଥିକ ସମସ୍ୟା ପାଇଁ ଅଭିଯୁକ୍ତ ଯୁବକ ଜଣକ ତା’ର ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

Advertisment

ଡିସିପି କହିଛନ୍ତି, ଅଭିଯୁକ୍ତ ଜଣକ ବିଭିନ୍ନ ଜାଗାରୁ ଲୋନ୍ କରିଥିଲା। ଯେଉଁ କାରଣରୁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲା। ପହରଦିନ ଅର୍ଥାତ୍ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଖାଦ୍ୟରେ ମା’ ଓ ପୁଅକୁ ନିଦ ଔଷଧ ଦେଇଥିବା ଅଭିଯୁକ୍ତ ସ୍ୱୀକାର କରିଛି। ଯାହା ପରେ ଯୁବକର ସ୍ତ୍ରୀ ଓ ପୁଅ ସନ୍ଧ୍ୟା ପରେ ଗଭୀର ନିଦରେ ଶୋଇ ପଡ଼ିଥିଲେ। ରାତି ୩ଟା ବେଳେ ଅଭିଯୁକ୍ତ ପ୍ରଥମେ ସ୍ତ୍ରୀ ଓ ପରେ ପୁଅ ବେକକୁ ଓଢ଼ଣୀରେ ଭିଡ଼ି ହତ୍ୟା କରିଥିଲା। ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲା। କିନ୍ତୁ ଏଥିରେ ସେ ବିଫଳ ହୋଇଥିଲା।

ଡିସିପି ଆହୁରି କହିଛନ୍ତି, ମଙ୍ଗଳବାର ଦିନ ୧୦ଟା ଯାଏ ସେ ଘରେ ଥିଲା। ଏହା ପରେ ସେ ଘରକୁ ଭିତର ପଟୁ ବନ୍ଦ କରି ଛାତ ଉପରୁ ଡେଇଁ ବାହାରକୁ ଚାଲିଯାଇଥିଲା। ଏହା ପରେ ସେ ଭୁବନେଶ୍ୱରରେ ବୁଲୁଥିବା ସମୟରେ ନିଜ ଭଣଜାକୁ ହ୍ୱାଟ୍ସଆପ୍ ଜରିଆରେ ଜଣାଇଥିଲା ଯେ ସେ ତାଙ୍କ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ଏବଂ ନିଜେ ଆତ୍ମହତ୍ୟା କରିବାକୁ ଯାଉଛି। ସେହି ହ୍ୱାଟ୍ସଆପ୍ ଚାଟକୁ ଜବତ କରାଯାଇଛି। ଅଭିଯୁକ୍ତର ଭଣଜାର ଷ୍ଟେଟମେଣ୍ଟକୁ ରେକର୍ଡ କରାଯିବ ବୋଲି ଡିସିପି କହିଛନ୍ତି। ମହିଳା ଓ ତାଙ୍କ ପୁଅର ମୃତଦେହର ପୋଷ୍ଟମର୍ଟମ ଏମ୍ସରେ କରାଯିବ। ଅଭିଯୁକ୍ତକୁ ପୁଲିସ୍ ଗିରଫ କରି କୋର୍ଟକୁ ଚାଲାଣ କରାଯିବ ବୋଲି ଡିସିପି କହିଛନ୍ତି।

Advertisment

ସୂଚନାଯୋଗ୍ୟ, ମଙ୍ଗଳବାର ତମାଣ୍ଡୋ ଥାନା ଅଧିକ କଳିଙ୍ଗ ନଗର କେ-୪ ଫୋର ଅଞ୍ଚଳରେ ଏକ ଘର ଭିତରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ମହିଳାଙ୍କ ନାଁ ସ୍ୱର୍ଣ୍ଣଲତା ମଙ୍ଗରାଜ। ସ୍ୱର୍ଣ୍ଣଲତା ଓ ତାଙ୍କ ୯ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ମହିଳାଙ୍କ ସ୍ୱାମୀ ଅବନ୍ତୀ ମଙ୍ଗରାଜ।

Bhubaneswar Murder Bhubaneswar News