ବାଇକ୍‌ରେ ଯାଉଥିବା ଯୁବକଙ୍କୁ ଗୁଳିମାଡ଼

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା କ୍ଷେତରାଜପୁରର ଫାର୍ମ ରୋଡ୍ ଅଞ୍ଚଳରେ ଜଣେ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଛି। ଆହତ ଯୁବକ ଜଣଙ୍କ ହେଲେ ରୂପକ ସ୍ୱାଇଁ। ତାଙ୍କ ଜଙ୍ଘରେ ଗୁଳି ବାଜିଛି।  ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ରୂପକ ବାଇକ୍‌ରେ ଯାଉଥିବା ବେଳେ ତାଙ୍କୁ କେତେକ ଯୁବକ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ଅଟକି ନଥିଲେ। ଏହାପରେ ଯୁବକମାନେ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ।

ଖବର ପାଇ କ୍ଷେତରାଜପୁର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।