Advertisment

ଲାଇଭ ସୁଇସାଇଡ୍‌! ରଶିରେ ଝୁଲି ପଡ଼ିଲେ ଯୁବକ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଲାଇଭ ସୁଇସାଇଡ୍‌। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ୍‌ ଫାଣ୍ଡି ଅନ୍ତର୍ଗତ ବିରିବୋଲେଇ ପଞ୍ଚାୟତ ସୋଲଗାଁରେ। ଯାହାର ଭିଡିଓ ଭାଇରଲ ହୋଇଛି। ଆତ୍ମହତ୍ୟା କରିଥିବା ଯୁବକ ହେଉଛନ୍ତି ପ୍ରଦୀପ ବେହେରା। ପରିବାର ଲୋକଙ୍କ କହିବା ଅନୁସାରେ ପ୍ରଦୀପ ପେଷାରେ ଜଣେ ଟ୍ରକ୍‌ ଡ୍ରାଇଭର। ତାଙ୍କ ସ୍ତ୍ରୀ ଗାଁରେ ଜଣେ ଯୁବକଙ୍କ ସହିତ ଅନୈତିକ ସମ୍ପର୍କ ରଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପ୍ରଦୀପ ମାନସିକ ଭାରସାମ୍ୟ ହରାଇପଡ଼ିଥିଲେ। ପରେ ରଶି […]

ଅଦ୍ୟତନ ହୋଇଛି
ଲାଇଭ ସୁଇସାଇଡ୍‌! ରଶିରେ ଝୁଲି ପଡ଼ିଲେ ଯୁବକ

Dhenkanal suicide

Advertisment

କାମାକ୍ଷାନଗର(ବିଦ୍ୟାଧର ବରାଳ): ଲାଇଭ ସୁଇସାଇଡ୍‌। ଏପରି ଘଟଣା ଘଟିଛି ଢେଙ୍କାନାଳଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ୍‌ ଫାଣ୍ଡି ଅନ୍ତର୍ଗତ ବିରିବୋଲେଇ ପଞ୍ଚାୟତ ସୋଲଗାଁରେ। ଯାହାର ଭିଡିଓ ଭାଇରଲ ହୋଇଛି। ଆତ୍ମହତ୍ୟା କରିଥିବା ଯୁବକ ହେଉଛନ୍ତି ପ୍ରଦୀପ ବେହେରା।

Advertisment

ପରିବାର ଲୋକଙ୍କ କହିବା ଅନୁସାରେ ପ୍ରଦୀପ ପେଷାରେ ଜଣେ ଟ୍ରକ୍‌ ଡ୍ରାଇଭର। ତାଙ୍କ ସ୍ତ୍ରୀ ଗାଁରେ ଜଣେ ଯୁବକଙ୍କ ସହିତ ଅନୈତିକ ସମ୍ପର୍କ ରଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପ୍ରଦୀପ ମାନସିକ ଭାରସାମ୍ୟ ହରାଇପଡ଼ିଥିଲେ। ପରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ମୃତ୍ୟୁ ପୂର୍ବରୁ ପ୍ରଦୀପ ମୋବାଇଲ୍‌ରେ ଭିଡିଓ ଅପ୍‌ସନ୍‌କୁ ଅନ୍‌ ରଖି ଆତ୍ମହତ୍ୟା କରିଥିଲେ। ଯାହାଫଳରେ ଆତ୍ମହତ୍ୟା ବେଳେ ପୂରା ଘଟଣା ମୋବାଇଲ୍‌ରେ କଏଦ ହୋଇଛି। ଯାହା ଏବେ ଭାଇରାଲ୍‌ ହୋଇଛି।

ତେବେ ଭାଇରାଲ୍‌ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି, ପ୍ରଦୀପ ଘର ସାମ୍ନାରେ ଇଟା ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ପ୍ରଥମ ଦୁଇ ଥର ଇଟା ଉପରେ ଚଢ଼ି ଝୁଲି ପଡ଼ିବାକୁ ଉଦ୍ୟମ କରିଥିଲେ। ମାତ୍ର ଥାକକୁ ଥାକ ଥୁଆ ହୋଇଥିବା ଇଟା ଗୁଡ଼ିକ ଗଡ଼ି ଯାଉଥିଲା। ତେବେ ତୃତୀୟ ଏଟେମ୍ପପ୍ଟରେ ଝୁଲିବା ପଡ଼ିଥିଲେ ପ୍ରଦୀପ। ଖବର ପାଇ ମହାବିରୋଡ୍‌ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe