Advertisment

ବିଧାନସଭା ସମ୍ମୁଖରେ ବିଷ ପିଇଲେ, ବଡ଼ ମେଡିକାଲ୍‌ରେ ଆଖି ବୁଜିଲେ

କଟକ (ଓଡ଼ିଶା ରିପୋର୍ଟର): ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଦୁଷ୍ମନ୍ତ ଦାସଙ୍କର ଆଜି କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ଆଜି ବିଧାନସଭା ଆଗରେ ହାତ କାଟି ଓ ବିଷ ପିଇ ଦେଇଥିଲେ। ଚିକିତ୍ସା ଅବହେଳା ଅଭିଯୋଗ ଆଣି ଆତ୍ମହତ୍ୟା ଉଦ୍ୟମ କରିଥିଲେ। BSKY କାର୍ଡ ଗ୍ରହଣ ହେଉନଥିବା ଓ SCBରେ ଚିକିତ୍ସା ହେଉନଥିବା ଅଭିଯୋଗ ଆଣିଥିଲେ ଦୁଷ୍ମନ୍ତ। ରାଜ୍ୟର ସବୁଠାରୁ ବଡ଼ ମେଡିକାଲ୍‌ କରିଥିଲା ବଡ଼ ଭୁଲ୍‌! ଅଭିଯୋଗରୁ […]

ଅଦ୍ୟତନ ହୋଇଛି
ବିଧାନସଭା ସମ୍ମୁଖରେ ବିଷ ପିଇଲେ, ବଡ଼ ମେଡିକାଲ୍‌ରେ ଆଖି ବୁଜିଲେ

dusmant

Advertisment

କଟକ (ଓଡ଼ିଶା ରିପୋର୍ଟର): ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଦୁଷ୍ମନ୍ତ ଦାସଙ୍କର ଆଜି କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ଆଜି ବିଧାନସଭା ଆଗରେ ହାତ କାଟି ଓ ବିଷ ପିଇ ଦେଇଥିଲେ। ଚିକିତ୍ସା ଅବହେଳା ଅଭିଯୋଗ ଆଣି ଆତ୍ମହତ୍ୟା ଉଦ୍ୟମ କରିଥିଲେ। BSKY କାର୍ଡ ଗ୍ରହଣ ହେଉନଥିବା ଓ SCBରେ ଚିକିତ୍ସା ହେଉନଥିବା ଅଭିଯୋଗ ଆଣିଥିଲେ ଦୁଷ୍ମନ୍ତ।

Advertisment

ରାଜ୍ୟର ସବୁଠାରୁ ବଡ଼ ମେଡିକାଲ୍‌ କରିଥିଲା ବଡ଼ ଭୁଲ୍‌! ଅଭିଯୋଗରୁ ପ୍ରକାଶ, ଗତ ୨୦୨୦ ମାର୍ଚ୍ଚ ୨୨ ତାରିଖରେ ସଡ଼କ ଦୁର୍ଘଟଣାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସେଥିପାଇଁ ସେ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ମାର୍ଚ୍ଚ ୨୩ ତାରିଖରେ ତାଙ୍କର ପ୍ରଥମ ଅପରେସନ ହୋଇଥିଲା। ୨୦୨୦ ଜୁନ୍ ୧୯ ତାରିଖରେ ଦୁଷ୍ମନ୍ତଙ୍କ ଦ୍ୱିତୀୟ ଅପରେସନ କରାଯାଇଥିଲା। ଏହାପରେ ୨୦୨୦ ଜୁଲାଇ ୧୫ ତାରିଖରେ କରୋନା ସଂକ୍ରମଣର ଆଳ ଦେଖାଇ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତା’ପରଠୁ ଅବହେଳା କରାଯାଉଥିଲା। ତେଣୁ ସେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ,ସ୍ୱାସ୍ଥ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟସଚିବଏସସିବିସୁପରିଟେଣ୍ଡେଣ୍ଟଙ୍କୁଚିଠିଲେଖିଗୁହାରିକରିଥିଲେ। ହେଲେ ସବୁଆଡ଼ୁ ତାଙ୍କୁ ନିରାଶ ହେବାକୁ ପଡ଼ିଲା। ଆଉ ଶେଷରେ କୌଣସି ଉପାୟ ନ ପାଇ ସେ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ପୂର୍ବ ଭାରତର ସବୁଠାରୁ ବଡ଼ ମେଡିକାଲ୍‌ ଏସିସିବି ମେଡିକାଲ୍‌ ବିରୋଧରେ ଗୁରୁତର ଅଭିଯୋଗ ଆଣି ଆଜି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍କନ୍ତ। ସେ ହାତ କାଟିଥିଲେ ଓ ବିଷ ପିଇଦେଇଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ ନେବା ବଦଳରେ ଥାନାରେ ଦୀର୍ଘ ସମୟ ଧରି ଜେରା କରିଥିଲା। ତେବେ ସ୍ଥିତି ଖରାପ ହେଉଥିବା ଦେଖି କ୍ୟାପିଟାଲ୍‌ ମେଡିକାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଦୁଷ୍ମନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ଜଣେ ପୀଡ଼ିତ ନ୍ୟାୟ ମାଗି ମାଗି ଆଖିବୁଲେ। ହେଲେ ତାଙ୍କୁ ନ୍ୟାୟ ମିଳିଲା ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ରାଜ୍ୟରେ କେମିତି ମିଳୁଛି ଚିକିତ୍ସା ସେବା? ଆଉ ରାଜ୍ୟ ସରକାରଙ୍କ BSKY କାର୍ଡ କେତେ ଯୋଗ୍ୟ?

Advertisment
Dusmanta Das Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe