Advertisment

ପାଖରେ ଟଙ୍କା ନାହିଁ, ସାଇକେଲରେ ଛତିଶଗଡ଼ରୁ ବାହାରିଲେ କୋଣାର୍କ

ସୋନପୁର( ରବୀନ୍ଦ୍ର ହୋତା ): କରୋନା ପାଇଁ ସବୁଠି ଲକ୍‌ଡାଉନ୍‌ ଚାଲିଛି। ଟ୍ରେନ୍ ଓ ବସ୍ ସେବା ବନ୍ଦ ଥିବାରୁ ଲକ୍‌ଡାଉନ୍‌ରେ ବିଭିନ୍ନ ସ୍ଥାନରେ ଫସିଯାଇଥିବା ବହୁ  ଲୋକ ଘରକୁ ଫେରି ପାରୁନାହାନ୍ତି। ଏଭଳି ସ୍ଥିତିରେ ସାଇକେଲରେ ଘରକୁ ବାହାରିଛନ୍ତି ୪ ଯୁବକ। ପୁରୀ ଜିଲ୍ଲା କୋଣାର୍କର ୪ଜଣ ଯୁବକ ଛତିଶଗଡ଼ ରାୟପୁରର ଏକ  କଂପାନୀରେ କାମ କରୁଥିଲେ। କଂପାନୀ ପାଖରୁ ୨ମାସର ଦରମା ମିଳି ନଥିବାବେଳେ ପାଖରେ ଟଙ୍କା ମଧ୍ୟ ସରିଗଲାଣି।  ଏପରି  ସମୟରେ  କଂପାନୀ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ପାଖରେ ଟଙ୍କା ନାହିଁ, ସାଇକେଲରେ ଛତିଶଗଡ଼ରୁ ବାହାରିଲେ କୋଣାର୍କ

sonpur

ସୋନପୁର( ରବୀନ୍ଦ୍ର ହୋତା ): କରୋନା ପାଇଁ ସବୁଠି ଲକ୍‌ଡାଉନ୍‌ ଚାଲିଛି। ଟ୍ରେନ୍ ଓ ବସ୍ ସେବା ବନ୍ଦ ଥିବାରୁ ଲକ୍‌ଡାଉନ୍‌ରେ ବିଭିନ୍ନ ସ୍ଥାନରେ ଫସିଯାଇଥିବା ବହୁ  ଲୋକ ଘରକୁ ଫେରି ପାରୁନାହାନ୍ତି। ଏଭଳି ସ୍ଥିତିରେ ସାଇକେଲରେ ଘରକୁ ବାହାରିଛନ୍ତି ୪ ଯୁବକ।

Advertisment

ପୁରୀ ଜିଲ୍ଲା କୋଣାର୍କର ୪ଜଣ ଯୁବକ ଛତିଶଗଡ଼ ରାୟପୁରର ଏକ  କଂପାନୀରେ କାମ କରୁଥିଲେ। କଂପାନୀ ପାଖରୁ ୨ମାସର ଦରମା ମିଳି ନଥିବାବେଳେ ପାଖରେ ଟଙ୍କା ମଧ୍ୟ ସରିଗଲାଣି।  ଏପରି  ସମୟରେ  କଂପାନୀ ଦେଇଥିବା ସାଇକେଲ ଚଢି  ରାୟପୁରରୁ କୋଣାର୍କ ବାହାରିଛନ୍ତି ଏହି ୪ ଯୁବକ।

ତିନି ଦିନ ସାଇକେଲ ଯାତ୍ରା ପରେ ଏଇ ଯୁବକମାନେ ଗତକାଲି  ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ପହଞ୍ଚିଥିଲେ। ରାସ୍ତାକଡରେ ଏକ ଗଛତଳେ ବିଶ୍ରାମ ନେଇଥିବାବେଳେ କିଛି ସ୍ୱେଚ୍ଛାସେବୀ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ।

Advertisment