ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା Z ପ୍ଲସ ସୁରକ୍ଷା, ଜଗିବେ ୧୫୦ ସୁରକ୍ଷାକର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି Z ପ୍ଲସ ସୁରକ୍ଷା । ଏନଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି । ଯେଉଁଥିରେ ୧୦ରୁ ଅଧିକ ଏନ୍ଏସଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି । ଆଜି ରାଇରଙ୍ଗପୁର ବାସଭବନରୁ ନିକଟସ୍ଥ ମନ୍ଦିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଦ୍ରୌପଦୀଙ୍କ ସହ ଏହି ସୁରକ୍ଷା […]

security

security

Niharika Rout
  • Published: Wednesday, 22 June 2022
  • Updated: 22 June 2022, 03:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି Z ପ୍ଲସ ସୁରକ୍ଷା । ଏନଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି । ଯେଉଁଥିରେ ୧୦ରୁ ଅଧିକ ଏନ୍ଏସଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି । ଆଜି ରାଇରଙ୍ଗପୁର ବାସଭବନରୁ ନିକଟସ୍ଥ ମନ୍ଦିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଦ୍ରୌପଦୀଙ୍କ ସହ ଏହି ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା । କମାଣ୍ଡୋମାନେ କର୍ଡନ୍ କରି ଦ୍ରୋପଦୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଯାଇଥିଲେ । ଏହି ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ଭାବେ ତାଙ୍କ ସହ ରହିବ। ରାଇରଙ୍ଗପୁରରୁ ଭୁବନେଶ୍ୱର ଓ ପରେ ଦିଲ୍ଲୀ ଯାଏଁ କମାଣ୍ଡୋମାନେ ତାଙ୍କୁ ସୁରକ୍ଷା ଯୋଗାଇବେ ।

Z ପ୍ଲସ୍ ସୁରକ୍ଷାରେ ୧୦ ଜଣ କମାଣ୍ଡୋଙ୍କୁ ମିଶାଇ ମୋଟ୍ ୧୫୦ ଜଣ ସୁରକ୍ଷାକର୍ମୀ ଥାନ୍ତି । ୫ଟି ବୁଲେଟ୍ ପ୍ରୁଫ୍ କାର୍ ବି ସୁରକ୍ଷାରେ ମୁତୟନ ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାହୁଲ ଗାନ୍ଧି, ବ୍ୟବସାୟୀ ମୁକେଶ ଅମ୍ବାନୀ ଭଳି ବ୍ୟକ୍ତି ବିଶେଷଙ୍କୁ Z ପ୍ଲସ୍ ସୁରକ୍ଷା ଦିଆଯାଉଛି।

ଗତକାଲି ଏନଡିଏ ତରଫରୁ  ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସକାଳୁ ଦ୍ରୌପଦୀ ମୁର୍ମୁ  ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର, ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ ସେ ପୂର୍ଣ୍ଣନ୍ଦେଶ୍ୱର ଶିବମନ୍ଦିର ପରିସରରେ ଓଳାଇଥିଲେ । ଏହା ପରେ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ ।

[caption id="attachment_743637" align="aligncenter" width="650"]draupadi-murmu ଦ୍ରୌପଦୀ ମୁର୍ମୁ ମନ୍ଦିରାରେ ପୂଜାର୍ଚ୍ଚନା କରୁଛନ୍ତି।[/caption]

ରାଇରଙ୍ଗପୁରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ଯାଇ ପ୍ରାର୍ଥନା କରିଥିଲେ । ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ସାନ୍ତାଳୀଙ୍କ ଆରାଧନା ପୀଠ ଜାହିରା ଯାଇ ପୂଜାର୍ଚ୍ଚନା କରିଥିଲେ । ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା  କରାଯାଇଥିଲା  ।

[caption id="attachment_743636" align="aligncenter" width="650"]draupadi-murmu ରାଇରଙ୍ଗପୁରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଛି।[/caption]

ଗତକାଲି  ଏନଡିଏ ପକ୍ଷରୁ  ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ନିଜ ପ୍ରତିକ୍ରିୟାରେ ଦ୍ରୌପଦୀ ମୁର୍ମୁ କହିଛନ୍ତି, ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପି ତା’ର ନୀତି ସ୍ପଷ୍ଟ କରିଛି । ବିଜେପି ତାର ସବକା ସାଥ, ସବକା ବିକାଶର ନାରା ସ୍ପଷ୍ଟ କରିଛି । ଏଥିସହ ସେ କହିଛନ୍ତି, ରାଷ୍ଟ୍ରପତି ପଦ ବଡ଼ ଦାୟିତ୍ୱ, ସମସ୍ତଙ୍କ ସହଯୋଗ କାମନା କରିବି  । ୨୦୨୧ ମସିହା ପରଠୁ ରାଜନୈତିକ କାର୍ଯ୍ୟକ୍ରମଠାରୁ ଦୂରରେ ଅଛି । ରାଜନୀତିଠୁ ଦୂରରେ ରହି ଦେଶ ପାଇଁ କାମ କରିବି। ରାଷ୍ଟ୍ରପତି ଏକ ସାମ୍ବିଧାନିକ ପଦ, ତାର ଗରିମା ରକ୍ଷା କରିବି ବୋଲି ଦ୍ରୌପଦୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story