ଫିକା ଫିକା ନୂଆ ବର୍ଷ, ଜିରୋ ନାଇଟ୍ ସେଲିବ୍ରେସନ୍ ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ବର୍ଷ ଭଳି ଏଥର ମଧ୍ୟ ଫିକା ପଡ଼ିବ ନୂଆ ବର୍ଷ। ରାଜ୍ୟରେ ଏଥର ସେଲିବ୍ରେସନ୍ ହେବନି ଜିରୋ ନାଇଟ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଡିସେମ୍ବର ମାସର କୋଭିଡ୍ ଗାଇଡ୍ ଲାଇନରେ ଏହା ସ୍ପଷ୍ଟ ହୋଇଛି। ଡିସେମ୍ବର ମାସ ଗାଇଡଲାଇନ୍ ମୁତାବକ, ନୂଆ ବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇପାରିବ ନାହିଁ। ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ସେଲିବ୍ରେସନ କରିବାକୁ ରାଜ୍ୟ ସରକାର […]

zero-night

zero-night

Ranjit Kumar Jena
  • Published: Tuesday, 30 November 2021
  • Updated: 30 November 2021, 10:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ବର୍ଷ ଭଳି ଏଥର ମଧ୍ୟ ଫିକା ପଡ଼ିବ ନୂଆ ବର୍ଷ। ରାଜ୍ୟରେ ଏଥର ସେଲିବ୍ରେସନ୍ ହେବନି ଜିରୋ ନାଇଟ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଡିସେମ୍ବର ମାସର କୋଭିଡ୍ ଗାଇଡ୍ ଲାଇନରେ ଏହା ସ୍ପଷ୍ଟ ହୋଇଛି।

ଡିସେମ୍ବର ମାସ ଗାଇଡଲାଇନ୍ ମୁତାବକ, ନୂଆ ବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇପାରିବ ନାହିଁ। ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ସେଲିବ୍ରେସନ କରିବାକୁ ରାଜ୍ୟ ସରକାର ସିଧାସଳଖ ମନା କରିଛନ୍ତି। ହୋଟେଲ୍, ରେଷ୍ଟୁରାଣ୍ଟ, କ୍ଲବ୍, ପାର୍କରେ ଜିରୋ ନାଇଟ୍ ପାଳନକୁ ମନା କରାଯାଇଛି।

ସେହିପରି ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଲିବ୍ରେସନ୍ କରିବାକୁ ବାରଣ କରାଯାଇଛି। ଏହାସହ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ପିକନିକ୍ କରିବାକୁ ମଧ୍ୟ ସରକାର ବାରଣ କରିଛନ୍ତି।

ସେହିପରି ଅନ୍ୟ କୌଣସି ସ୍ଥାନରେ ଅଧିକ ସଂଖ୍ୟକ ଲୋକେ ଏକାଠି ହୋଇ ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ମଧ୍ୟ ମନା କରାଯାଇଛି। କରୋନା ଯୋଗୁ ଚଳିତ ବର୍ଷ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜା ପାର୍ବଣ  ଉପରେ କଟକଣା ଲଗାଯାଇଛି। ଯେହେତୁ ଜିରୋ ନାଇଟରେ ଲୋକଙ୍କର ଗହଳି ଅଧିକ ହେବ, ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos