Advertisment

ଫିକା ଫିକା ନୂଆ ବର୍ଷ, ଜିରୋ ନାଇଟ୍ ସେଲିବ୍ରେସନ୍ ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ବର୍ଷ ଭଳି ଏଥର ମଧ୍ୟ ଫିକା ପଡ଼ିବ ନୂଆ ବର୍ଷ। ରାଜ୍ୟରେ ଏଥର ସେଲିବ୍ରେସନ୍ ହେବନି ଜିରୋ ନାଇଟ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଡିସେମ୍ବର ମାସର କୋଭିଡ୍ ଗାଇଡ୍ ଲାଇନରେ ଏହା ସ୍ପଷ୍ଟ ହୋଇଛି। ଡିସେମ୍ବର ମାସ ଗାଇଡଲାଇନ୍ ମୁତାବକ, ନୂଆ ବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇପାରିବ ନାହିଁ। ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ସେଲିବ୍ରେସନ କରିବାକୁ ରାଜ୍ୟ ସରକାର […]

ଅଦ୍ୟତନ ହୋଇଛି
ଫିକା ଫିକା ନୂଆ ବର୍ଷ, ଜିରୋ ନାଇଟ୍ ସେଲିବ୍ରେସନ୍ ମନା

zero-night

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ବର୍ଷ ଭଳି ଏଥର ମଧ୍ୟ ଫିକା ପଡ଼ିବ ନୂଆ ବର୍ଷ। ରାଜ୍ୟରେ ଏଥର ସେଲିବ୍ରେସନ୍ ହେବନି ଜିରୋ ନାଇଟ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଡିସେମ୍ବର ମାସର କୋଭିଡ୍ ଗାଇଡ୍ ଲାଇନରେ ଏହା ସ୍ପଷ୍ଟ ହୋଇଛି।

Advertisment

ଡିସେମ୍ବର ମାସ ଗାଇଡଲାଇନ୍ ମୁତାବକ, ନୂଆ ବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇପାରିବ ନାହିଁ। ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ସେଲିବ୍ରେସନ କରିବାକୁ ରାଜ୍ୟ ସରକାର ସିଧାସଳଖ ମନା କରିଛନ୍ତି। ହୋଟେଲ୍, ରେଷ୍ଟୁରାଣ୍ଟ, କ୍ଲବ୍, ପାର୍କରେ ଜିରୋ ନାଇଟ୍ ପାଳନକୁ ମନା କରାଯାଇଛି।

ସେହିପରି ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଲିବ୍ରେସନ୍ କରିବାକୁ ବାରଣ କରାଯାଇଛି। ଏହାସହ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ପିକନିକ୍ କରିବାକୁ ମଧ୍ୟ ସରକାର ବାରଣ କରିଛନ୍ତି।

Advertisment

ସେହିପରି ଅନ୍ୟ କୌଣସି ସ୍ଥାନରେ ଅଧିକ ସଂଖ୍ୟକ ଲୋକେ ଏକାଠି ହୋଇ ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ମଧ୍ୟ ମନା କରାଯାଇଛି। କରୋନା ଯୋଗୁ ଚଳିତ ବର୍ଷ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜା ପାର୍ବଣ  ଉପରେ କଟକଣା ଲଗାଯାଇଛି। ଯେହେତୁ ଜିରୋ ନାଇଟରେ ଲୋକଙ୍କର ଗହଳି ଅଧିକ ହେବ, ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe