Advertisment

ହୃଦଘାତରେ ଚାଲିଗଲେ ଦଶମ ଛାତ୍ର, ବାପା ଦାନ କରିଦେଲେ ଆଖି

ମୃତ ଛାତ୍ରଜଣକ ସାର୍ଥକ ଟିକରିଆ ହୋଇଥିବା ବେଳେ ସେ ମଧ୍ୟପ୍ରଦେଶର ଛତରପୁରସ୍ଥିତ ମହର୍ଷି ବିଦ୍ୟା ମନ୍ଦିର ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Student

Student

ଭାରତରେ ଏବେ ହାର୍ଟ ଆଟାକ ସମ୍ବନ୍ଧିୟ ରୋଗ ବହୁ ମାତ୍ରାରେ ଦେଖିବାକୁ ମିଳୁଛି। ଏଥିଯୋଗୁ ଖୁବ୍‌ କମ୍‌ ବୟସରେ ଅକାଳରେ ବହୁ ଜୀବନ ଚାଲି ଯାଉଛି। ପୂର୍ବରୁ ପ୍ରାପ୍ତ ବୟସ୍କଙ୍କୁ ହାର୍ଟ ଆଟାକ ହେଉଥିବା ଆମେ ଶୁଣିବାକୁ ପାଉଥିବା ବେଳେ ଏବେ ଖୁବ୍‌ କମ୍‌ ବୟସ୍କଙ୍କୁ ବି ଗ୍ରାସୁଛି ଏହି ରୋଗ । ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏପରି ଏକ ଚକିତ କରି ଦେବା ପରି ଘଟଣା। ଏଠାରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ହୃଦଘାତରେ ଚାଲି ଯାଇଛି ଜୀବନ।

Advertisment

ମୃତ ଛାତ୍ରଜଣକ ସାର୍ଥକ ଟିକରିଆ ହୋଇଥିବା ବେଳେ ସେ ମଧ୍ୟପ୍ରଦେଶର ଛତରପୁରସ୍ଥିତ ମହର୍ଷି ବିଦ୍ୟା ମନ୍ଦିର ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ସେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ଆଲୋକ ଟିକରିଆଙ୍କ ପୁଅ ବୋଲି ଜଣାଯାଇଛି।

ସବୁଦିନ ପରି ସୋମବାର ସକାଳ ୬ଟାରେ ସାର୍ଥକ ସ୍କୁଲ ଯାଇଥିଲେ। ମାତ୍ର ସେଠାରେ ପ୍ରାର୍ଥନା ସମୟରେ ସେ ଅଚେତ ହୋଇ ପଡ଼ିଥିଲେ। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତରଙ୍କ ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହେ ହୃଦଘାତରେ ସାର୍ଥକଙ୍କ ମୃତ୍ୟୁ ହୋଇଥିବା ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।

Advertisment

ପୁଅର ଏପରି ଅଚାନକ ମୃତ୍ୟୁ ଖବର ପାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। କାନ୍ଦ ବୋବାଳିରେ ଫାଟୁଛି ପୂରା ଘର। ହେଲେ ଏହା ମଧ୍ୟରେ ନିଜ ଛାତିକୁ ପଥର କରି ସାର୍ଥକଙ୍କ ପିତା ପୁଅର ଆଖିକୁ ଦାନ କରିଛନ୍ତି। ଫଳରେ ପୁଅ ଆଖରେ ଆଉ କିଏ ଦୁନିଆର ଆଲୋକ ଦେଖିବାକୁ ସକ୍ଷମ ହେବ ବୋଲି ତାଙ୍କର ଆଶା।

ସାର୍ଥଙ୍କ ଅନ୍ତିମ ସତ୍କାର ଆସନ୍ତାକାଲି କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।

Madhya Pradesh