Advertisment

ରାତ୍ର ଭୋଜନ ଖାଇ ୮ମେଡିକାଲ ଛାତ୍ରଛାତ୍ରୀ ଅସୁସ୍ଥ

ଗତକାଲି ରାତିରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ହଷ୍ଟେଲ କ୍ୟାଣ୍ଟିନରେ ଭୋଜନ କରିଥିଲେ।

medical student

medical student

Advertisment

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୮ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ହଷ୍ଟେଲରେ ରାତ୍ର ଭୋଜନ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ହଷ୍ଟେଲକୁ ଫେରିଥିବା ଜଣାପଡ଼ିଛି। 

Advertisment

ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ହଷ୍ଟେଲ କ୍ୟାଣ୍ଟିନରେ ଭୋଜନ କରିଥିଲେ। ପରେ ସେମାନେ ନିଜ ନିଜ ରୁମ୍‌କୁ ଚାଲିଯାଇଥିଲେ। ଖାଦ୍ୟ ଖାଇବାର କିଛି ସମୟ ପରେ କିଛି ଛାତ୍ରଛାତ୍ରୀଙ୍କୁ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ପରେ ସେମାନଙ୍କୁ ହଷ୍ଟେଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କିଛି ଛାତ୍ର ସୁସ୍ଥ ହୋଇଯାଇଥିବା ବେଳେ ୮ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିଲା। ପରେ ସେମାନଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା।

ରାତ୍ର ଭୋଜନ କରିବା ପରେ ପିଲାମାନେ କେଉଁ କାରଣ ପାଇଁ ଅସୁସ୍ଥ ହୋଇପଡ଼ିଥିଲେ ତାହା କାରଣ ଜଣାପଡ଼ି ନାହିଁ। ଚିକିତ୍ସା ପରେ ଏବେ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଏ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି।

Advertisment
Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe