Advertisment

ରୁପାର ସହରରେ ହାଇଫାଇ ଆହାର କେନ୍ଦ୍ର; ମିଳିବ ଫାଇଭ୍‌ ଷ୍ଟାରର ଅନୁଭୂତି

ଯାତ୍ରୀଙ୍କ ବସିବା ପାଇଁ ବେତର ଆରାମ ଦାୟକ ଚେରାୟ କରାଯାଇଛି। ଛୋଟ ପିଲାଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ମହିଳା ଯାତ୍ରୀମାନେ ଖାଇଲା ବେଳେ ଯେପରି ହଇରାଣ ହରକତ ନହେବେ, ସେଥିପାଇଁ ଛୋଟ ପିଲାଙ୍କ ବସିବାକୁ ହୋଇଛି ଆରାମ ଦାୟକ ଚେୟାର୍‌ର ବ୍ୟବସ୍ଥା।

ଅଦ୍ୟତନ ହୋଇଛି
Aahar Kendra

Cuttack

Advertisment

ରୁପାର ସହର ଭାବେ ପରିଚୟ ପାଇଥିବା କଟକରେ ତିଆରି ହେଉଛି ହାଇଫାଇ ଆହାର କେନ୍ଦ୍ର। ଏଠି ଲୋକଙ୍କୁ ମିଳିବ ଫାଇଭ୍‌ ଷ୍ଟାରର ଅନୁଭୂତି। ଏସି ରୁମ୍‌ ଭିତରେ ବସି ୫ ଟଙ୍କିଆ ମିଲ୍‌ ଖାଇବା ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ। ପରିଷ୍କାର ଓ ପରିଚ୍ଛନ୍ନ ପ୍ରତି ବିଶେଷଧ୍ୟାନ ଦିଆଯାଇଛି।

Advertisment

କଟକରେ ନିର୍ମାଣ ହେଉଛି ଆନ୍ତର୍ଜାତିକ ନେତାଜୀ ବସ୍‌ ଟର୍ମିନାଲ୍‌। ଆଉ ସେହି ବସ୍‌ ଟର୍ମିନାଲ୍‌ରେ କଟକ ମହାନଗର ନିଗମ(ସିଏମ୍‌ସି) ୫ କୋଟି ଟଙ୍କାରେ ତିଆରି କରୁଛି ଅତ୍ୟାଧୁନିକ ଆହାର କେନ୍ଦ୍ର। ଯାହା ହାଇଫାଇ ରେଷ୍ଟୁରାଣ୍ଟର ଭ୍ରମ ସୃଷ୍ଟି କରିବ। ଆହାର କେନ୍ଦ୍ରର ପ୍ରବେଶ ପଥ ଚକାଚକ ହୋଇଛି। ସମ୍ପୂର୍ଣ୍ଣ ଶୀତ ତାପନିୟନ୍ତ୍ରିତ କରାଯାଇଛି। ବସି ଖାଇବା ଆରାମଦାୟକ କରାଯାଇଛି।

ଯାତ୍ରୀଙ୍କ ବସିବା ପାଇଁ ବେତର ଆରାମ ଦାୟକ ଚେରାୟ କରାଯାଇଛି। ଛୋଟ ପିଲାଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ମହିଳା ଯାତ୍ରୀମାନେ ଖାଇଲା ବେଳେ ଯେପରି ହଇରାଣ ହରକତ ନହେବେ, ସେଥିପାଇଁ ଛୋଟ ପିଲାଙ୍କ ବସିବାକୁ ହୋଇଛି ଆରାମ ଦାୟକ ଚେୟାର୍‌ର ବ୍ୟବସ୍ଥା। ଏହାଛଡ଼ା ହାତ ଧୋଇବା ପାଇଁ ଲାଗିଛି ଅତ୍ୟାଧୁନିକ ବେଶିନ୍‌ ଓ ଆଇନା। ହାଇଜିନିକ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଆହାର କେନ୍ଦ୍ରର ମୁଣ୍ଡ ଉପରେ ଝିଲମିଲ୍‌ କରୁଛି ରଙ୍ଗ ବେରଙ୍ଗର ଲାଇଟ୍‌। ତା’ ସହ ବିଭିନ୍ନ ଆକୃତିର ଫୁଲ। କାନ୍ଥରେ ଦେଖିବାକୁ ମିଳୁଛି ଓଡ଼ିଶା କଳା ଓ ସଂସ୍କୃତି ଝଲକ। ଥରେ ଯାତ୍ରୀମାନେ ଏହି କେନ୍ଦ୍ର ଭିତରେ ପ୍ରବେଶ କଲେ ନୂଆ ଏକ ଦୁନିଆରେ ପାଦ ଥାପିଲା ପରି ଲାଗିବ।

Advertisment

ଆହାର କେନ୍ଦ୍ରରେ ମାଣ୍ଡିଆର ବ୍ୟବସ୍ଥା କରାଯିବ। ସେଥିପାଇଁ ଅଲଗା ଏକ ଷ୍ଟଲ ଖୋଲାଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ସେଠାରୁ ମାଣ୍ଡିଆର ବିଭିନ୍ନ ଆଇଟମ୍‌ର ସ୍ୱାଦ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ମାଣ୍ଡିଆର ଦର ନିର୍ଦ୍ଧାଣ କରାଯାଇ ନାହିଁ। ତେବେ ଆହାର ମିଲ୍‌ ଜଣକା ୫ ଟଙ୍କା ବୋଲି ଜଣାପଡ଼ିଛି। ଉକ୍ତ ଆହାର କେନ୍ଦ୍ର ଏକ ଥରେ ୧୦୦ ଲୋକ ଖାଇପାରିବାର ବ୍ୟବସ୍ଥା କରାଯାଇଛି। ନେତାଜୀ ବସ୍‌ ଟର୍ମିନାଲ୍‌ରେ ନିର୍ମାଣ ହୋଇଥିବା ଏହି ଅତ୍ୟାଧୁନିକ ଆହାର କେନ୍ଦ୍ର ଆସନ୍ତା ମାସ ଲୋକାର୍ପଣ ହେବାର ସମ୍ଭାବନା ରହିଛି।

ରିପୋର୍ଟ- କଟକରୁ ବିଶ୍ୱଜିତ ଆଚାର୍ଯ୍ୟ

Cmc Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe