Advertisment

ଆଶ୍ଚର୍ଯ୍ୟ! ୨୦୨୫କୁ ନେଇ ସମାନ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା ଓ ନୋଷ୍ଟ୍ରାଡାମସ

୨୦୨୫ରେ ୟୁରୋପ ଓ ବ୍ରିଟେନ ଧ୍ୱଂସ ଆଡ଼କୁ ଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଉଭୟ। ଆଗରୁ ଅନେକ ସଠିକ ଭବିଷ୍ୟବାଣୀ କରିଥିଲେ।

ଅଦ୍ୟତନ ହୋଇଛି
Baba Vanga And Nostradamus (File Photo)

Baba Vanga And Nostradamus (File Photo)

Advertisment

ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ନୂଆ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ। ଏହାରି ଭିତରେ ସଠିକ୍ ଭବିଷ୍ୟବାଣୀ ପାଇଁ ଜଣାଶୁଣା ବାବା ଭେଙ୍ଗା ଏବଂ ନୋଷ୍ଟ୍ରାଡାମସଙ୍କର କିଛି ଭବିଷ୍ୟବାଣୀ ସମସ୍ତଙ୍କୁ ଚକିତ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଉଭୟଙ୍କ ଭବିଷ୍ୟବାଣୀରେ ଅନେକ କଥା ମେଳ ଖାଉଛି। ୨୦୨୫ରେ ମଣିଷ ସହିତ ଏଲିୟନ ସମ୍ପର୍କରେ ଆସିବେ, ଭ୍ଲାଦିମିର ପୁଟିନଙ୍କ ଉପରେ ହତ୍ୟା ଉଦ୍ୟମ ହେବ, ୟୁରୋପରେ ଆତଙ୍କବାଦୀ ଆକ୍ରମଣ ଏବଂ ରାଜା ଚାର୍ଲ୍ସଙ୍କ ପାଇଁ ଅଶାନ୍ତ ଶାସନ ଭଳି ଅନେକ ଆଶ୍ଚର୍ଯ୍ୟଜନକ ପୂର୍ବାନୁମାନ କରିଛନ୍ତି ଉଭୟ ବାବା ଭେଙ୍ଗା ଓ ନୋଷ୍ଟ୍ରାଡାମସ।

Advertisment

ବୁଲଜେରିଆର ମହିଳା ଭବିଷ୍ୟବକ୍ତା ବାବା ଭେଙ୍ଗା ପିଲାବେଳୁ ଅନ୍ଧ ଥିଲେ। ବାବା ଭେଙ୍ଗାଙ୍କର ୧୯୯୬ରେ ମୃତ୍ୟୁ ହୋଇଥିଲା। ସେ ନ୍ୟୁୟର୍କରେ ହୋଇଥିବା ୦୯/୧୧ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ଚେର୍ନୋବିଲ ବିପର୍ଯ୍ୟୟ ଏବଂ ବ୍ରେକ୍ସିଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ଘଟଣାଗୁଡ଼ିକର ଭବିଷ୍ୟବାଣୀ କରିଥିଲେ। ସେହିଭଳି ଫ୍ରାନ୍ସର ଭବିଷ୍ୟ‌ବକ୍ତା ନୋଷ୍ଟ୍ରାଡାମସ୍ ମଧ୍ୟ ଅନେକ ସଠିକ୍ ଭବିଷ୍ୟବାଣୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏବେ ୨୦୨୫ ଆରମ୍ଭ ହେବାକୁ ଥିବାରୁ ସେମାନଙ୍କ ଭବିଷ୍ୟବାଣୀ ନେଇ ବିଶ୍ୱସ୍ତରରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷ କରି ୟୁରୋପରେ ବିନାଶକାରୀ ସଂଘର୍ଷ ନେଇ ଉଭୟ କରିଥିବା ଭବିଷ୍ୟବାଣୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି।

କ'ଣ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା:

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୫ରେ ଏକ ବିନାଶକାରୀ ଯୁଦ୍ଧରେ ପ୍ରାୟ ଧ୍ୱଂସ ହୋଇଯିବ ୟୁରୋପ। ଅନେକ ଲୋକ ଏଥିରେ ମୃତ୍ୟୁ ବରଣ କରିବେ। ବ୍ରିଟେନର ରାଜା ଚାର୍ଲ୍ସଙ୍କ ପାଇଁ ଏହା ଏକ ଅଶାନ୍ତ ଶାସନର ବର୍ଷ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ସେ ଆହୁରି ଭବିଷ୍ୟବାଣୀ କରିଛନ୍ତି ଯେ ରୁଷ ଏହି ବର୍ଷରେ ବିଶ୍ୱ ଉପରେ ଆହୁରି ପ୍ରାଧାନ୍ୟ ବିସ୍ତାର କରିବ। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ଦୃଷ୍ଟିରୁ ଏହି ଭବିଷ୍ୟବାଣୀ ଅଧିକ ବିବ୍ରତ କରୁଛି। ଏହା ବ୍ୟତୀତ ସେ ପ୍ରାକୃତିକ ବିପର୍ଯ୍ୟୟର ଅନେକ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ଆମେରିକାର ପଶ୍ଚିମ ଉପକୂଳରେ ଭୂକମ୍ପ ଏବଂ ନିଷ୍କ୍ରିୟ ଆଗ୍ନେୟଗିରି ଉଦ୍ଗୀରଣ ଭଳି ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା।

Advertisment

ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ:

ଅନ୍ୟପଟେ ନୋଷ୍ଟ୍ରାଡାମସ୍ ତାଙ୍କର ଭବିଷ୍ୟବାଣୀକୁ ନେଇ ଏକ ପୁସ୍ତକ ରଚନା କରିଥିଲେ। ସେ ଏଥିରେ ମଧ୍ୟ ୨୦୨୫ରେ ୟୁରୋପରେ ଏକ ଭୟଙ୍କର ଯୁଦ୍ଧ ବିଷୟରେ ଚେତାବନୀ ଦେଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ୟୁରୋପର ଶତ୍ରୁ ବୃଦ୍ଧି ପାଇବେ ବୋଲି ସେ ଲେଖିଛନ୍ତି। ଏହି ବର୍ଷ ଏକ ବିନାଶକାରୀ ସଂଘର୍ଷ ଓ ମହାମାରୀ ପରେ ବ୍ରିଟେନ ପ୍ରାୟ ଧ୍ୱଂସ ହୋଇଯିବ ବୋଲି ପୂର୍ବାନୁମାନ କରିଛନ୍ତି ନୋଷ୍ଟ୍ରାଡାମସ୍। ଅତୀତର ପ୍ରମୁଖ ମହାମାରୀର ପ୍ରତ୍ୟାବର୍ତ୍ତନ ବିଷୟରେ ସେ ଚେତାବନୀ ଦେଇ ଏହାକୁ ବ୍ରିଟେନର ସବୁଠାରୁ ବଡ଼ ଶତ୍ରୁ ବୋଲି ବର୍ଣ୍ଣନା କରିଛନ୍ତି। ଏହା ବ୍ୟତୀତ ନୋଷ୍ଟ୍ରାଡାମସ୍ ୨୦୨୫କୁ ଏକ ନିର୍ଣ୍ଣାୟକ ବର୍ଷ ଭାବରେ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ ପାଶ୍ଚାତ୍ୟ ଶକ୍ତିର ପ୍ରଭାବରେ ହ୍ରାସ ଘଟିବ ଏବଂ ନୂତନ ବିଶ୍ୱ ଶକ୍ତି ବୃଦ୍ଧି ପାଇବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଏହି ବର୍ଷ ଦୀର୍ଘ ଦିନର ଯୁଦ୍ଧ ଶେଷ ହେବ ବୋଲି ମଧ୍ୟ ସେ ନିଜ ବହିରେ ଲେଖିଛନ୍ତି।

Urope Baba Vanga Baba Vanga Predictions Nostradamus Prediction For 2025 Briten
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe