/odisha-reporter/media/post_attachments/uploadimage/library/16_9/16_9_0/Doctors_1704100409.jpg)
Doctors
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ଆଜି ଏକୋଇଶିଆ ପାଳନ କରାଯାଇଛି। ତା’ସହିତ ତା’ର ନାଁ ବିଜୟିନୀ ରଖାଯାଇଛି।
Advertisment
ଶିଶୁ କନ୍ୟାଟି ଏବେ ବୁର୍ଲା ବଡ଼ ଡାକ୍ତରଖାନାର SNCUରେ ଚିକିତ୍ସାଧୀନ ରହିଛି। ଆଜି ଡାକ୍ତରଖାନା ପକ୍ଷରୁ ତା’ର ଏକୋଇଶିଆ ପାଳନ କରାଯାଇଥିଲା। ଏଥିରେ ଡାକ୍ତରମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ କେକ୍ କଟା ଯାଇଥିଲା ଓ ମିଠା ବଣ୍ଟା ଯାଇଥିଲା।
ବିଜୟିନୀର ସ୍ଵାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ହେଉଛି। ତା’ ଓଜନ ମଧ୍ୟ ବୃଦ୍ଧି ପାଉଛି।
Advertisment
ଶିଶୁଟିକୁ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ପଳାଇଥିଲେ। ୬ ଘଣ୍ଟାର ଅପରେସନ ପରେ ତାକୁ ଉଦ୍ଧାର କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
