ଭୁବନେଶ୍ୱରରେ ୫ ଏକର ଶିଳ୍ପ ଜମିକୁ ଚଞ୍ଚକତା କରି ଘରବାରି କିସମରେ ପରିବର୍ତ୍ତନ। ରାଜସ୍ୱ ବିଭାଗ ନିର୍ଦ୍ଦେଶ ପରେ ବି ଜିଲ୍ଲାପାଳ ରୁଜୁ କରିନାହାନ୍ତି ଏଫଆଇଆର। ୧୯୭୯ରେ ଭୁବନେଶ୍ୱର କିଟ୍ ଛକ ନିକଟ ପଟିଆ ଅଂଚଳରେ ଶିଳ୍ପ କରିବା ପାଇଁ ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜକୁ ୯୯ ବର୍ଷିଆ ଲିଜରେ ୫ ଏକର ଜମି ଦିଆଯାଇଥିଲା। ସେତେବେଳେ ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜ, ୟୁନିଟ୍-6ର ପ୍ରୋପାଇଟର ଥିଲେ ତେଜପାଲ ସିଂହ। ହଠାତ୍ ଦେଖାଗଲା ୨୦୨୨ରେ ଜମିର କିସମ ବଦଳାଇ ଦେଲେ ଭୁବନେଶ୍ୱର ତହସିଲଦାର ଓ ଉପଜିଲ୍ଲାପାଳ। କିସମକୁ ଘରବାରି କରିଦେଲେ। ପ୍ରାୟ ବର୍ଷେ ତଳେ ସେଠାରେ ଅର୍ବାନ୍ ମାଜେଷ୍ଟିକ୍ ନାଁରେ ଏକ ୬ ଟାୱାର ବିଶିଷ୍ଟ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ତିଆରି ଆରମ୍ଭ ହେଲା। ବିଏମସି, ଓରେରା ଭଳି ଅନ୍ୟାନ୍ୟ ସରକାରୀ ଏଜେନ୍ସିରୁ ଅନୁମତି ନେଇ କାମ ଅନେକ ବାଟ ଆଗେଇଯିବା ପରେ ଚେତା ପଶିଲା। ଦେଖନ୍ତୁ ପୂରା ରିପୋର୍ଟ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜିି ଶ୍ରୀଜିଉଙ୍କ ବନକଲାଗି ନୀତି, ୩ ଘଣ୍ଟା ଦର୍ଶନ ବନ୍ଦ
ବନକଲାଗି ନୀତି ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।
Offbeat
ବୋରୱେଲରୁ ପାଣି ଉଠାଇ ନଦୀରେ ପକାଉଛନ୍ତି ଭୁବନେଶ୍ୱର, ତା’ପଛରେ ରହିଛି ଏହି ମହତ ଉଦ୍ଦେଶ୍ୟ
ଭୁବନେଶ୍ୱର ଶିଦଲପୁର ଜଣେ ଚାଷୀ। ତାଙ୍କର ୩୦ ଏକ ଜମି ଅଛି। ସେଥିରେ ସେ ଆଖୁ, ମକା, ଗୁଆ ଓ ପନିପରିବା ଚାଷ କରନ୍ତି।
Offbeat
ଫଟୋ ନେଲେ, ଚିଠି ଲେଖିବେ ବୋଲି ନମିତାଙ୍କୁ କଥା ଦେଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଆସୁଥିବା ଜାଣିଥିଲେ ନମିତା। ଗତ ୩ ଦିନ ଧରି ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ସୁନ୍ଦର ଚିତ୍ର ଆଙ୍କିଥିଲେ। ସେହି ଚିତ୍ରଟିକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ଚାହିଁଥିଲେ।
Offbeat
ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ବୁର୍ଲା ହସ୍ପିଟାଲ୍ରେ ହେଲା ଏକୋଇଶିଆ, ଦିଆଗଲା ନାଁ
ଶିଶୁଟିକୁ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ପଳାଇଥିଲେ।