Advertisment

କିସମ ବଦଳାଇ ଦେଲେ ଭୁବନେଶ୍ୱର ତହସିଲଦାର ଓ ଉପଜିଲ୍ଲାପାଳ

ବିଏମସି, ଓରେରା ଭଳି ଅନ୍ୟାନ୍ୟ ସରକାରୀ ଏଜେନ୍ସିରୁ ଅନୁମତି ନେଇ କାମ ଅନେକ ବାଟ ଆଗେଇଯିବା ପରେ ଚେତା ପଶିଲା।

Advertisment

ଭୁବନେଶ୍ୱରରେ ୫ ଏକର ଶିଳ୍ପ ଜମିକୁ ଚଞ୍ଚକତା କରି ଘରବାରି କିସମରେ ପରିବର୍ତ୍ତନ। ରାଜସ୍ୱ ବିଭାଗ ନିର୍ଦ୍ଦେଶ ପରେ ବି ଜିଲ୍ଲାପାଳ ରୁଜୁ କରିନାହାନ୍ତି ଏଫଆଇଆର। ୧୯୭୯ରେ ଭୁବନେଶ୍ୱର କିଟ୍ ଛକ ନିକଟ ପଟିଆ ଅଂଚଳରେ ଶିଳ୍ପ କରିବା ପାଇଁ ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜକୁ ୯୯ ବର୍ଷିଆ ଲିଜରେ ୫ ଏକର ଜମି ଦିଆଯାଇଥିଲା। ସେତେବେଳେ ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜ, ୟୁନିଟ୍-6ର ପ୍ରୋପାଇଟର ଥିଲେ ତେଜପାଲ ସିଂହ। ହଠାତ୍ ଦେଖାଗଲା ୨୦୨୨ରେ ଜମିର କିସମ ବଦଳାଇ ଦେଲେ ଭୁବନେଶ୍ୱର ତହସିଲଦାର ଓ ଉପଜିଲ୍ଲାପାଳ। କିସମକୁ ଘରବାରି କରିଦେଲେ। ପ୍ରାୟ ବର୍ଷେ ତଳେ ସେଠାରେ ଅର୍ବାନ୍ ମାଜେଷ୍ଟିକ୍ ନାଁରେ ଏକ ୬ ଟାୱାର ବିଶିଷ୍ଟ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ତିଆରି ଆରମ୍ଭ ହେଲା। ବିଏମସି, ଓରେରା ଭଳି ଅନ୍ୟାନ୍ୟ ସରକାରୀ ଏଜେନ୍ସିରୁ ଅନୁମତି ନେଇ କାମ ଅନେକ ବାଟ ଆଗେଇଯିବା ପରେ ଚେତା ପଶିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe