Advertisment

'ସ୍ତ୍ରୀ ମୁହଁକୁ କେତେ ସମୟ ଚାହିଁ ରହିବ?' ରବିବାର ବି କାମ କରିବାକୁ ସୁବ୍ରମଣ୍ୟନଙ୍କ ପରାମର୍ଶ

କହିଲେ ରବିବାର କର୍ମଚାରୀଙ୍କୁ କାମ କରାଇପାରୁନଥିବାରୁ ମୁଁ ଦୁଃଖିତ। ସପ୍ତାହରେ ୯୦ଘଣ୍ଟା କାମ କରିବାକୁ କର୍ମଚାରୀଙ୍କୁ ସୁବ୍ରମଣ୍ୟନଙ୍କ ପରାମର୍ଶ।

S. N. Subrahmanyan

S. N. Subrahmanyan

Advertisment

ଲାର୍ସେନ ଏଣ୍ଡ୍ ଟୁବ୍ରୋ(L&T) ଅଧ୍ୟକ୍ଷ ଏସ୍.ଏନ୍ ସୁବ୍ରମଣ୍ୟନଙ୍କ ଏକ ବୟାନ ଏବେ ସୋଶାଲ ମିଡିଆରେ ଶିରୋନାମା ପାଲଟିଛି। ପ୍ରତିଯୋଗିତାମୂଳକ ମନୋଭାବ ରଖିବାକୁ କର୍ମଚାରୀମାନଙ୍କୁ ସପ୍ତାହରେ ୯୦ଘଣ୍ଟା କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏପରିକି ରବିବାର ମଧ୍ୟ କାମ କରିବାକୁ ସେ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ଯାହାକୁ ନେଇ ଅନେକ ତାଙ୍କୁ ସମାଲୋଚନା କରୁଛନ୍ତି।

Advertisment

ଏସ୍.ଏନ୍ ସୁବ୍ରମଣ୍ୟନଙ୍କ ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଲାର୍ସେନ ଏଣ୍ଡ୍ ଟୁବ୍ରୋ(L&T) କମ୍ପାନୀର କର୍ମଚାରୀମାନଙ୍କୁ କାହିଁକି ଶନିବାର ମଧ୍ୟ କାମ କରିବାକୁ ପଡ଼ୁଛି ବୋଲି ସୁବ୍ରମଣ୍ୟନଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ଯେ ସତ କହିବାକୁ ଗଲେ ରବିବାର କର୍ମଚାରୀଙ୍କୁ କାମ କରାଇପାରୁନଥିବାରୁ ମୁଁ ଦୁଃଖିତ। ରବିବାର ମୁଁ ବି କାମ କରେ। ତେଣୁ ଯଦି ଆପଣଙ୍କୁ ବି ମୁଁ ରବିବାର କାମ କରାଇପାରିବି, ତେବେ ମୁଁ ଖୁସି ହେବି। 

ଏତିକି ନୁହେଁ, ଘରେ ବସି କର୍ମଚାରୀମାନେ କଣ ଲାଭ ପାଆନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ତୁମେ ଘରେ ବସି କ'ଣ କର? କେତେ ସମୟ ତୁମ ସ୍ତ୍ରୀ ମୁହଁକୁ ଚାହିଁ ରହିପାରିବ? ସ୍ତ୍ରୀ ମାନେ ତାଙ୍କ ସ୍ୱାମୀଙ୍କୁ କେତେ ସମୟ ଚାହିଁକି ବସି ପାରିବେ? ତେଣୁ ଭଲ ହେବ, ଅଫିସକୁ ଆସି କାମ କର।

Advertisment

ଏକ ଉଦାହରଣ ଦେଇ ସୁବ୍ରମଣ୍ୟନ ଚୀନର ଏକ ଲୋକ ବିଷୟରେ କହିଥିଲେ। ସେ କହିଥିଲେ ଯେ ଚାଇନା ଲୋକଟିଏ କହିଲା ଚୀନ ଏହାର ଦୃଢ଼ କାର୍ଯ୍ୟଶୈଳୀ ପାଇଁ ଖୁବଶୀଘ୍ର ଆମେରିକାଠାରୁ ଆଗେଇଯିବ। କାରଣ ଚାଇନା ଲୋକମାନେ ସପ୍ତାହରେ ୯୦ଘଣ୍ଟା କାମ କରନ୍ତି। ହେଲେ ଆମେରିକୀୟମାନେ ସପ୍ତାହରେ କେବଳ ୫୦ଘଣ୍ଟା କାର୍ଯ୍ୟ କରନ୍ତି। ତେଣୁ ଏହା ହିଁ ଆପଣଙ୍କ ପ୍ରଶ୍ନର ଉତ୍ତର ବୋଲି କହିଥିଲେ ସୁବ୍ରମଣ୍ୟନ। ଯଦି ତୁମକୁ ବିଶ୍ୱରେ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଅଛି, ତେବେ ସପ୍ତାହରେ ୯୦ଘଣ୍ଟା କାମ କରିବାକୁ ହେବ ବୋଲି ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ, ନିକଟରେ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀ ଭାରତୀୟ ଯୁବବର୍ଗଙ୍କୁ ସପ୍ତାହରେ ୭୦ଘଣ୍ଟା କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏବେ ସୁବ୍ରମଣ୍ୟନଙ୍କ ୯୦ଘଣ୍ଟାର ପରାମର୍ଶକୁ ଲୋକମାନେ ସମାଲୋଚନା କରି ନାରାୟଣ ମୂର୍ତ୍ତିଙ୍କ ମନ୍ତବ୍ୟ ସହ ତୁଳନା କରିଛନ୍ତି। କମ୍ପାନୀ ଓ କର୍ମଚାରୀଙ୍କ ମଧ୍ୟରେ ଏବେ ମାନସିକ ସ୍ୱାସ୍ଥ୍ୟ ଏବଂ କର୍ମ-ଜୀବନ ସନ୍ତୁଳନ ଏକ ପ୍ରମୁଖ ଆଲୋଚନାର ବିଷୟ ପାଲଟିଥିବାବେଳେ ସୁବ୍ରମଣ୍ୟନଙ୍କ ଏଭଳି ବୟାନକୁ ସବୁଆଡ଼ୁ ସମାଲୋଚନା କରାଯାଇଛି।

SN Subramanyan Larsen & Toubro Infotech Work For 90 Hours Sunday Working
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe