Nandankanan
ବାଘ ଦେଇ ଗିବନ୍ ଆଣିବ ନନ୍ଦନକାନନ ପ୍ରଣୀ ଉଦ୍ୟାନ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଦୁଇଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍। ଅରୁଣାଚଳ ପ୍ରଦେଶ ଇଟ୍ଟାନଗର ପ୍ରାଣୀ ଉଦ୍ୟାନ ସହ ଏହି ହସ୍ତାନ୍ତର ପ୍ରକ୍ରିୟା ହେବ। ପ୍ରତି ବଦଳରେ ନନ୍ଦନକାନନରୁ ବାଘ ରକି ଓ ବାଘୁଣୀ ସୋହିନୀ ଓ ୩ଟି ଘଡ଼ିଆଳ କୁମ୍ଭୀର ଦିଆଯିବ।
ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି। ଏମାନେ ଆଜି ନିଜ ସହ ବାଘ ଓ ଘଡ଼ିଆଳ ନେଇ ଯିବେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଛି।
ସୂଚନାଯୋଗ୍ୟ, ସୋହିନୀ ୨୦୨୧ ଏପ୍ରିଏ ୧୪ ତାରିଖରେ ଜନ୍ମଲାଭ କରିଥିଲା। ସାଧାରଣ ନାଲି ରଙ୍ଗର ବାଘୁଣୀ ଓ ମେଘା ଓ ମହାବଳ ନନ୍ଦନର ମିଳନରୁ ସୋହିନୀ ଜନ୍ମଲାଭ କରିଥିଲା। ସେହିଭଳି ରକି ୨୦୨୧୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘର ସେଫ୍ର ମିଳନରୁ ଜନ୍ମଲାଭ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1689303569.jpg)