Advertisment

ଜିଲ୍ଲାପାଳଙ୍କୁ ତୋଡ଼ ଦେଖାଇ ଫସିଗଲେ ପୋଷ୍ଟ ପିଅନ

ଗୌରଙ୍ଗଙ୍କ ନାମରେ ଆଗରୁ ବହୁ ଅଭିଯୋଗ ଥିଲା। ଏପରିକି ସେ ପୋଷ୍ଟ ମାଷ୍ଟରଙ୍କୁ ମଧ୍ୟ ମନ୍ତିନି ବୋଲି ଜିଲ୍ଲାପାଳ କହିଛନ୍ତି।

Man

Man

Advertisment

ଜିଲ୍ଲାପାଳଙ୍କୁ ତୋଡ଼ ଦେଖାଇବା ଜଣେ ପୋଷ୍ଟ ପିଅନଙ୍କୁ ମହଙ୍ଗା ପଡ଼ିଛି। ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜାମୁଝଡି ସବ୍ ପୋଷ୍ଟ ଅଫିସର ଗୌରାଙ୍ଗ ବିଶ୍ୱାଳ।

Advertisment

କିଛି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସେ ସରକାରୀ କାର୍ଯ୍ୟରେ ହଇରାଣ କରୁଥିଲେ। ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲା। ଆଜି ନିଜେ ଜିଲ୍ଲାପାଳ ହଠାତ୍ ସେହି ପୋଷ୍ଟ ଅଫିସକୁ ଯାଇଥିଲେ। ହେଲେ ପୋଷ୍ଟ ପିଅନ ଗୌରାଙ୍ଗ ବିଶ୍ୱାଳ ଜିଲ୍ଲାପାଳଙ୍କୁ ଚିହ୍ନି ନପାରି ତାଙ୍କୁ ମଧ୍ୟ ତୋଡ଼ ଦେଖାଇଥିଲେ। ଅବଶ୍ୟ ପରେ ନିଜ ଭୁଲ ବୁଝିପାରିଥିଲେ ଓ ଜିଲ୍ଲାପାଳଙ୍କୁ ଭୁଲ୍ ମାଗିଥିଲେ।

ପୋଷ୍ଟ ପିଅନ ଗୌରାଙ୍ଗ ବିଶ୍ୱାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ମୁଖ୍ୟ ଡାକପାଳଙ୍କୁ ଚିଠି ଲେଖିଛନ୍ତି। ଏହା ସହିତ ଗୌରାଙ୍ଗ ସରକାରୀ ଜମିରେ ଘର କରିଥିବାରୁ ତାକୁ ଭାଙ୍ଗିବା ପାଇଁ ସ୍ଥାନୀୟ ତହିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Advertisment

ଗୌରଙ୍ଗଙ୍କ ନାମରେ ଆଗରୁ ବହୁ ଅଭିଯୋଗ ଥିଲା। ଏପରିକି ସେ ପୋଷ୍ଟ ମାଷ୍ଟରଙ୍କୁ ମଧ୍ୟ ମନ୍ତିନି ବୋଲି ଜିଲ୍ଲାପାଳ କହିଛନ୍ତି।

Odisha Collector Peon Post Office
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe