Advertisment

ଋଷିକୂଲ୍ୟା ମୁହାଁଣରେ ଅଲିଭ୍‌ ରିଡ୍‌ଲେଙ୍କ ରେକର୍ଡ଼!

ଏବର୍ଷ ଋଷିକୂଲ୍ୟା ନଦୀ ମୁହାଁଣରେ ରେକର୍ଡ଼ କରିଛନ୍ତି ଅଲିଭ୍‌ ରିଡ୍‌ଲେ। ଅପରେସନ୍‌ ଅଲିଭିଆ ଯୋଜନାରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଏବର୍ଷ ଫେବୃଆରୀ ମାସ ଶେଷ ସୁଦ୍ଧା ଋଷିକୂଲ୍ୟା ମୁହାଁଣରେ ପ୍ରଜନନ ୬ ଲକ୍ଷ ୯୮ ହଜାର ୭୧୮ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ କରିଛନ୍ତି।

Olive Ridley Nesting Place

Olive Ridley Nesting Place

Advertisment

ଏବର୍ଷ ଋଷିକୂଲ୍ୟା ନଦୀ ମୁହାଁଣରେ ରେକର୍ଡ଼ କରିଛନ୍ତି ଅଲିଭ୍‌ ରିଡ୍‌ଲେ। ଅପରେସନ୍‌ ଅଲିଭିଆ ଯୋଜନାରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଏବର୍ଷ ଫେବୃଆରୀ ମାସ ଶେଷ ସୁଦ୍ଧା ଋଷିକୂଲ୍ୟା ମୁହାଁଣରେ ପ୍ରଜନନ ୬ ଲକ୍ଷ ୯୮ ହଜାର ୭୧୮ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ କରିଛନ୍ତି।

Advertisment

ଭାରତୀୟ ତଟରକ୍ଷୀ ବାହିନୀ ତରଫରୁ କାର୍ଯ୍ୟକାରୀ ହେଉଛି ଅପରେସନ୍‌ ଅଲିଭିଆ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ତଥା ଉପକୂଳ ପରିବେଶ ସଂରକ୍ଷଣ। ପ୍ରତି ବର୍ଷ ନଭେମ୍ବରରୁ ମେ ମାସ ମଧ୍ୟରେ ଏହି ଅଭିଯାନ ଚାଲିଥାଏ। ଅଲିଭ୍‌ ରିଡ୍‌ଲେ କଇଁଛମାନେ ଓଡ଼ିଶା ଉପକୂଳରେ ପହଞ୍ଚିବା ପରେ ସେମାନଙ୍କୁ ସୁରକ୍ଷିତ ପ୍ରଜନନ ପରିବେଶ ଯୋଗାଇଦେବା ପାଇଁ ତଟରକ୍ଷୀ ବାହିନୀ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥାଏ।

ଚଳିତ ବର୍ଷ ଅପରେସନ୍‌ ଅଲିଭିଆ ଜରିଆରେ ସମୁଦ୍ରରେ ବେଆଇନ ଭାବେ ମାଛ ମାରୁଥିବା ୩୬୬ଟି ଡଙ୍ଗା ଜବତ କରାଯାଇଛି। ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ତଟରକ୍ଷୀ ବାହନୀ ତରଫରୁ ଚଳିତ ବର୍ଷ ସ୍ଥଳଭାଗରେ ୫,୩୮୭ ପାଟ୍ରୋଲିଂ ଉଦ୍ୟମ ହୋଇଛି। ସେହିପରି ୧୭୬୮ ଥର ମଧ୍ୟ ଆକାଶ ମାର୍ଗରୁ ଅନୁଧ୍ୟାନ କରାଯାଇଛି। ତଟରକ୍ଷୀ ବାହିନୀ ସମେତ ବନ ବିଭାଗ ଓ ଅନେକ ସ୍ୱେଚ୍ଛାସେବୀ ସଂସ୍ଥା ତଥା ସାମାଜିକ କର୍ମୀ ମଧ୍ୟ ପ୍ରତି ବର୍ଷ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷିତ ପ୍ରଜନନ ଓ ପ୍ରତ୍ୟାବର୍ତ୍ତନ ପାଇଁ କାମ କରୁଛନ୍ତି।

Advertisment

ଏହିପରି ଉଦ୍ୟମ ପାଇଁ ଚଳିତ ବର୍ଷ ଋଷିକୂଲ୍ୟା ନଦୀ ମୁହାଁଣରେ ରେକର୍ଡ ସଂଖ୍ୟକ ୬ ଲକ୍ଷ ୯୮ ହଜାର ୭୧୮ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ କରିଥିବାବେଳେ କେନ୍ଦ୍ରାପଡ଼ାର ଭିତରକନିକା ସମୁଦ୍ର ଉପକୂଳରେ ପ୍ରାୟ ୮ ଲକ୍ଷ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିବା ସର୍ବେକ୍ଷଣରୁ ଜଣାପଡ଼ିଛି।

Olive Ridleys Olive Ridley Bhitarakanika Rushikulya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe