Advertisment

ଗୋଟିଏ ବ୍ଲକ୍‌ର ୧୦୪ଟି ଗାଁକୁ ରାସ୍ତା ନାହିଁ

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ୪୧୬ଟି ରାଜସ୍ୱ ଗାଁ ଓ ପ୍ରାୟ ୫୦ଟି ହାମ୍‌ଲେଟ୍‌ ରହିଛି। ଆଉ ଏହି ଗାଁ ଗୁଡ଼ିକ ମଧ୍ୟରୁ ୧୦୪ଟିକୁ ଭଲ ରାସ୍ତା ନାହିଁ। ଏହି ସବୁ ଗାଁଗୁଡ଼ିକୁ ଯେଉଁ ରାସ୍ତା ଗୁଡ଼ିକ ଯାଇଛି, ତାହା କେବଳ ପାଦ ଚଲା ରାସ୍ତା। ସେଥିରେ ସାଇକେଲ୍‌ରେ ବି ଯିବା ମୁସ୍କିଲ୍‌।  କିଛି ମାସ ତଳେ କାଶୀପୁର ବିଡିଓ ବ୍ଳକ୍‌ର ୧୦୪ଟି ଗାଁକୁ ରାସ୍ତା ନାହିଁ ବୋଲି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ […]

ଅଦ୍ୟତନ ହୋଇଛି
ଗୋଟିଏ ବ୍ଲକ୍‌ର ୧୦୪ଟି ଗାଁକୁ ରାସ୍ତା ନାହିଁ

Rayagada

Advertisment

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ୪୧୬ଟି ରାଜସ୍ୱ ଗାଁ ଓ ପ୍ରାୟ ୫୦ଟି ହାମ୍‌ଲେଟ୍‌ ରହିଛି। ଆଉ ଏହି ଗାଁ ଗୁଡ଼ିକ ମଧ୍ୟରୁ ୧୦୪ଟିକୁ ଭଲ ରାସ୍ତା ନାହିଁ। ଏହି ସବୁ ଗାଁଗୁଡ଼ିକୁ ଯେଉଁ ରାସ୍ତା ଗୁଡ଼ିକ ଯାଇଛି, ତାହା କେବଳ ପାଦ ଚଲା ରାସ୍ତା। ସେଥିରେ ସାଇକେଲ୍‌ରେ ବି ଯିବା ମୁସ୍କିଲ୍‌।  କିଛି ମାସ ତଳେ କାଶୀପୁର ବିଡିଓ ବ୍ଳକ୍‌ର ୧୦୪ଟି ଗାଁକୁ ରାସ୍ତା ନାହିଁ ବୋଲି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।

Advertisment

ଏହି ୧୦୪ଟି ଗାଁରେ ପ୍ରାୟ ୧୮ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ଗ୍ରାମବାସୀମାନେ ଜଙ୍ଗଲ, ପାହଡ‌, ଖାଲଢିପ ରାସ୍ତା ଓ ଝରଣା ଦେଇ ମୁଖ୍ୟରାସ୍ତାକୁ ଆସିଥାନ୍ତି। ।

ଏହି ୧୦୪ଟି ଗାଁରେ କେଉଁଠି ଡାକ୍ତରଖାନା ନାହିଁ। ଫଳରେ ଗାଁରେ କାହାର ଦେହ ଖରାପ ହେଲେ ତାଙ୍କୁ କାଶୀପୁରର ଡାକ୍ତରଖାନା ଆସିବାକୁ ହୋଇଥାଏ। ଗର୍ଭବତୀ ମହିଳା ହୁଅନ୍ତୁ ବା ବା ରୋଗୀ, ସେମାନଙ୍କୁ ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ନିକଟକୁ ଅଣାଯାଏ। ସେଠାରୁ ଆମ୍ବୁଲାନ୍ସ ଯୋଗେ ବା ଅନ୍ୟ କୌଣସି ଗାଡ଼ିରେ ଡାକ୍ତରଖାନାକୁ ନିଆଯାଏ।

Advertisment

[caption id="attachment_701355" align="aligncenter" width="650"]Rayagada ଗ୍ରାମବାସୀମାନେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନେଉଛନ୍ତି[/caption]

ସେହିପରି ଏହି ୧୦୪ଟି ଗାଁର ଲୋକା ବିଭିନ୍ନ କାମ ପାଇଁ କାଶୀପୁର ବ୍ଲକ ଉପରେ ନିର୍ଭର କରନ୍ତି। କାଶୀପୁରକୁ ଯିବା ପାଇଁ ସେମାନଙ୍କୁ ଜଙ୍ଗଲିଆ, ପାହାଡ଼ିଆ, ଖାଲଢିପ ଓ ଝରଣା ରାସ୍ତା ଦେଇ ଚାଲିଚାଲି ଯିବାକୁ ପଡ଼ିଥାଏ। ଏଥିଯୋଗୁ ସେମାନଙ୍କର ଅଯଥାରେ ସମୟ ନଷ୍ଟ ହୁଏ ଓ ତା'ସହିତ ଶରୀରକୁ କଷ୍ଟ ବି ହୋଇଥାଏ।  ଏହି ସବୁ ଗାଁର ଲୋକମାନେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ଓ ମନ୍ତ୍ରୀଙ୍କ ନିକଟରେ ଗୁହାରି କରିଛନ୍ତି। କିନ୍ତୁ କେହି ସେମାନଙ୍କ ଦାବି ଶୁଣୁ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଈଶ୍ୱର ମାଝି ନାମକ ଜଣେ ବ୍ୟକ୍ତି କହିଛନ୍ତି, ଆମ ଗାଁକୁ ରାସ୍ତା ନାହିଁ। ସରପଞ୍ଚଙ୍କ ଠାରୁ ଆରମ୍ଭ ସରକାରୀ ଅଧିକାରୀ କେହି ଆମ କଥା ଶୁଣୁ ନାହାନ୍ତି। ଭୋଟ ସମୟରେ ସବୁ  କରିଦେବୁ ବୋଲି କହୁଛନ୍ତି। ଭୋଟ ସରିବା ପରେ କେହି କିଛି କରୁନାହାନ୍ତି। ସରକାର ଆମ ଗାଁକୁ ରାସ୍ତା କରିଦିଅନ୍ତୁ ବୋଲି ଆମେ ନିବେଦନ କରୁଛୁ।

ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି, କିଛି ଗାଁ ପାହାଡ଼ ଉପରେ ରହିଛି। ସେଠାକୁ ଯା'ଆସ କରିବାରେ ଅସୁବିଧା ହେଉଛି।  ଆମେ ମଧ୍ୟ ଏହି କଥାକୁ ହୃଦୟଙ୍ଗମ କରିଛୁ। ମନେରେଗା ଯୋଜନାରେ ଏହି ସବୁ ଗାଁକୁ ରାସ୍ତା  ନିର୍ମାଣ କରିବାକୁ ଚେଷ୍ଟା କରୁଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe