Advertisment

୧୫ବର୍ଷୀୟ ବାଳକ ନିଜେ ଘରେ ତିଆରି କଲେ ଏୟାରପଡ୍

ନୂଆଦିଲ୍ଲୀ:  ସ୍ମାର୍ଟଫୋନ୍,ଟ୍ୟାବ୍‌ଲେଟ୍ ବା ଅନ୍ୟ କୌଣସି ଇଲେକ୍‌ଟ୍ରୋନିକ୍ ଅଡିଓ ଡିଭାଇସ୍‌କୁ ପାଖରେ ନ ରଖି ତା’ର ଅଡିଓ କଣ୍ଟ୍ରୋଲ୍‌ କରିବା ପାଇଁ ଯେଉଁ ଉପକରଣଟି ବ୍ୟବହାର କରାଯାଏ ତାହାକୁ ସାଧାରଣତଃ ଏୟାରପଡ୍‌ ବୋଲି କୁହାଯାଏ। ଆଉ ନାମୀଦାମୀ କମ୍ପାନୀର ଏୟାରପଡ୍‌ର ଦାମ୍‌ ହଜାର ହଜାର ଟଙ୍କା ହୋଇଥିବା ବେଳେ ଆପଲ୍‌ ବ୍ରାଣ୍ଡର ଏହି ଏୟାରପଡ୍‌ର ଦାମ ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ୧୫ବର୍ଷୀୟ ବାଳକ ମାତ୍ର ୨୭୮ […]

author-image
Biswobandita Swain
ଅଦ୍ୟତନ ହୋଇଛି
୧୫ବର୍ଷୀୟ ବାଳକ ନିଜେ ଘରେ ତିଆରି କଲେ ଏୟାରପଡ୍

apple-airpods-incase

ନୂଆଦିଲ୍ଲୀ:  ସ୍ମାର୍ଟଫୋନ୍,ଟ୍ୟାବ୍‌ଲେଟ୍ ବା ଅନ୍ୟ କୌଣସି ଇଲେକ୍‌ଟ୍ରୋନିକ୍ ଅଡିଓ ଡିଭାଇସ୍‌କୁ ପାଖରେ ନ ରଖି ତା’ର ଅଡିଓ କଣ୍ଟ୍ରୋଲ୍‌ କରିବା ପାଇଁ ଯେଉଁ ଉପକରଣଟି ବ୍ୟବହାର କରାଯାଏ ତାହାକୁ ସାଧାରଣତଃ ଏୟାରପଡ୍‌ ବୋଲି କୁହାଯାଏ। ଆଉ ନାମୀଦାମୀ କମ୍ପାନୀର ଏୟାରପଡ୍‌ର ଦାମ୍‌ ହଜାର ହଜାର ଟଙ୍କା ହୋଇଥିବା ବେଳେ ଆପଲ୍‌ ବ୍ରାଣ୍ଡର ଏହି ଏୟାରପଡ୍‌ର ଦାମ ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ।

Advertisment

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ୧୫ବର୍ଷୀୟ ବାଳକ ମାତ୍ର ୨୭୮ ଟଙ୍କାରେ ନିଜ ଜ୍ଞାନକୌଶଳ ବ୍ୟବହାର କରି ଏଭଳି ଏୟାରପଡ୍‌ ତିଆରି କରିବାରେ ସଫଳ ହୋଇଛନ୍ତି। ଏଭଳି ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସୂଚନା ଅନୁସାରେ ସ୍ୟାମ୍‌ କେଶବୁକ୍‌ ନାମକ ଏହି ବାଳକ ଜଣକ ପାଖାପାଖି ୨ମାସ ଲାଗି ଏହାକୁ ତିଆରି କରିଛନ୍ତି।

ତାଙ୍କର ଜଣେ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ ଜଣେ ଏହି ଏୟାରପଡ୍ ଆଣିଥିଲେ। ଏଭଳି ଏକ ଜିନିଷର ଦାମ୍‌ ନିଶ୍ଚିତ ଅଧିକ ହୋଇଥିବ ବୋଲି ସେ ଅନୁମାନ କରିଥିଲେ। ତେଣୁ ତାଙ୍କ ପକ୍ଷେ ଏହାକୁ କିଣିବା ସହଜ ନୁହେଁ ବୋଲି ସେ ହୃଦୟଙ୍ଗମ କରିଥିଲେ। ସେବେଠାରୁ ଏହାକୁ ସେ କେମିତି ନିଜେ ଘରେ ତିଆରି କରିବେ ସେ କଥା ଚିନ୍ତା କରୁଥିଲେ। ପରବର୍ତ୍ତୀ ସମୟରେ ଆପଲର ଦୁଇଟି ପୁରୁଣା ହେଡ୍‌ଫୋନ୍‌କୁ ନେଇ ସେଇଥିରୁ ହିଁ ଏହି ଏୟାରପଡ୍‌ ପ୍ରସ୍ତୁତ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। କିନ୍ତୁ ଘଟଣାଟି କେତେ ସତ ବା ମିଛ, ତା’ହା ଆଉ ଏକ ପ୍ରସଙ୍ଗ।

Advertisment