Advertisment

୧୮୭୩: ପୂଜାପଣ୍ଡାଙ୍କ କ୍ରୋଧ

ଭୁବନେଶ୍ୱର (ହରିହର ପଣ୍ଡା): ରଥଯାତ୍ରା ସମୟରେ ସେବାୟତଙ୍କ ଭିତରେ ଖିଟପିଟ ଲାଗିବା କିଛି ନୂଆ କଥା ନୁହେଁ। ଦଇତାମାନେ ଅନେକ ସମୟରେ ପ୍ରଶାସନ ଆଗରେ ନିଜ ଦାବି ପୂରଣ ପାଇଁ ଜିଦ୍‌ କରନ୍ତି। ଆଉ ଯେତେବେଳେ କାହାର ସ୍ୱାର୍ଥରେ ଆଞ୍ଚ ଆସେ, ସେତେବେଳେ ନିୟମିତ ସେବକମାନଙ୍କ ଭିତରେ ମଧ୍ୟ ଗଣ୍ଡଗୋଳ ଲାଗେ; ହାନୀ ହୋଇଥାଏ। ୧୮୭୦ ରଥଯାତ୍ରାରେ ସେମିତି କିଛି ଘଟଣା ଘଟିଥିଲା; ଯାହାକୁ ଆଜି ପଢ଼ିଲେ ମନରେ କୌତୁହଳ ସୃଷ୍ଟି ହୁଏ। ସେଦିନ ଭୋଗ ବୁହାରେ […]

ଅଦ୍ୟତନ ହୋଇଛି
୧୮୭୩: ପୂଜାପଣ୍ଡାଙ୍କ କ୍ରୋଧ

ratha2

Advertisment

ଭୁବନେଶ୍ୱର (ହରିହର ପଣ୍ଡା): ରଥଯାତ୍ରା ସମୟରେ ସେବାୟତଙ୍କ ଭିତରେ ଖିଟପିଟ ଲାଗିବା କିଛି ନୂଆ କଥା ନୁହେଁ। ଦଇତାମାନେ ଅନେକ ସମୟରେ ପ୍ରଶାସନ ଆଗରେ ନିଜ ଦାବି ପୂରଣ ପାଇଁ ଜିଦ୍‌ କରନ୍ତି। ଆଉ ଯେତେବେଳେ କାହାର ସ୍ୱାର୍ଥରେ ଆଞ୍ଚ ଆସେ, ସେତେବେଳେ ନିୟମିତ ସେବକମାନଙ୍କ ଭିତରେ ମଧ୍ୟ ଗଣ୍ଡଗୋଳ ଲାଗେ; ହାନୀ ହୋଇଥାଏ। ୧୮୭୦ ରଥଯାତ୍ରାରେ ସେମିତି କିଛି ଘଟଣା ଘଟିଥିଲା; ଯାହାକୁ ଆଜି ପଢ଼ିଲେ ମନରେ କୌତୁହଳ ସୃଷ୍ଟି ହୁଏ।

Advertisment

ସେଦିନ ଭୋଗ ବୁହାରେ ବ୍ୟସ୍ତ ଥିଲେ ସୁଆର ସେବାୟତ। ଏହି ଗୋଷ୍ଠୀର ସେବାୟତଙ୍କ ଦାୟିତ୍ୱ ହେଲା ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିବା। କିନ୍ତୁ ତାଙ୍କ ପ୍ରସ୍ତୁତ ବ୍ୟଞ୍ଜନ ସେତେବେଳେ ମହାପ୍ରସାଦ ବା ଭୋଗ ପଦବାଚ୍ୟ ହେବ, ଯେତେବେଳେ ପୂଜାପଣ୍ଡା ରୀତିନୀତି ଅନୁସାରେ ତାହାକୁ ମହାପ୍ରଭୁଙ୍କୁ ଅର୍ପଣ କରିବେ। ଏସବୁ ପରସ୍ପର ସମ୍ପର୍କ ରଖୁଥିବା ସେବା ପାଇଁ ପୂର୍ବରୁ ସମୟ ନିର୍ଘଣ୍ଟ ହୋଇଥାଏ। ମହାପ୍ରଭୁ ଯେହେତୁ ସେଦିନଠୁ ଗୁଣ୍ଡିଚା ଯାତ୍ରାରେ ଯିବେ ସେଥିଲାଗି ବିଧି ଅନୁସାରେ ଭୋଗ ପ୍ରସ୍ତୁତି ହେଲା। ସୁଆରମାନେ ଭୋଗ ବୋହିବାରେ ଲାଗିଲେ। ୧୦ଟାରୁ ଏହି ପର୍ବ ଆରମ୍ଭ ହେଲା। କିନ୍ତୁ ୨ଘଣ୍ଟା ଯାଏ ଶେଷ ହେଲା ନାହିଁ।

କାରଣ ବୁଝୁ ବୁଝୁ ଜଣାପଡ଼ିଲା ଯେ, ଭକ୍ତଙ୍କ ସମାଗମକୁ ଆଖିରେ ରଖି ସୁଆରମାନେ ପ୍ରଚୁର ମହାପ୍ରସାଦର ବ୍ୟବସ୍ଥା କରିଛନ୍ତି। ଠାକୁର ଯେତେଦିନ ବାହାରେ ରହିବେ ସେତିକି ଦିନଯାଏଁ ଏହା ଭକ୍ତଙ୍କ ଚାହିଦାକୁ ପୂରଣ କରିବ। ସୁଆରମାନଙ୍କ ଲୋଭରେ ସିନା ଭୋଗ ପରିମାଣ ବଢ଼ୁଥିଲା ହେଲେ ତାହା ପୂଜାପଣ୍ଡାଙ୍କୁ ଅସହ୍ୟ ହେଲା। ଏତେ ସମୟ ଗରମ ଭୋଗ ପାଖରେ ବସିବା ତାଙ୍କ ପକ୍ଷେ ସମ୍ଭବ ହେଲାନାହିଁ।

Advertisment

publive-image

ପୂଜାପଣ୍ଡାଙ୍କ ଶରୀର କମ୍ପିଲା। ଆଉ ସେ କବାଟ ଲଗାଇ ପୂଜା ଆରମ୍ଭ କଲେ। ସେଠାରେ ଦୁଇଜଣ ସୁଆର ଉପସ୍ଥିତ ଥିବା ବେଳେ ପୂଜା ପଣ୍ଡା ସେମାନଙ୍କୁ ମଧ୍ୟ ଭିତରେ କବାଟ କିଳିଦେଲେ। ସେମାନେ ଗରମରେ ଆଉଟୁପାଉଟୁ ହୋଇ ଚିତ୍କାର କଲେ। ପାଣି ପାଣି ବୋଲି ହଲା ପକାଇବାରୁ ଜଳାପଟେ କେହି ଜଣେ ତାଙ୍କ ଭାଇଆଳି ପାଣି ଦେଲେ। ଫଳରେ କଷ୍ଟେ ମଷ୍ଟେ ତାଙ୍କ ପ୍ରାଣ ବଞ୍ଚିଗଲା। ଯେତେବେଳେ ଘଟଣାର ପ୍ରକୃତ ରହସ୍ୟ ଜଣାପଡ଼ିଲା, ସେତବେଳେ ସୁଆର ଭାଇମାନେ ଏକାଠି ହେଲେ। କାଠ ଫାଳିଆ ଧରି ସମ୍ପୃକ୍ତ ପୂଜାପଣ୍ଡାଙ୍କୁ ପିଟିବାକୁ ଗୋଡ଼ାଇଲେ । ପରିସ୍ଥିତି ଏମିତି ହୋଇଥିଲାଯେ, ପୁଲିସ ବାବୁଙ୍କୁ ସେଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଏହାଦ୍ୱାରା ତାଙ୍କ ପ୍ରାଣ ବଞ୍ଚିଗଲା।

ଏବର୍ଷ ରଥଯାତ୍ରା ପାଗ ବେଶ୍‌ ଅନୁକୁଳ ଥିଲା। ଅଳ୍ପ ମେଘ ଓ କମ୍‌ ତାପମାତ୍ରା ହେତୁ ଲୋକେ ବେଶ୍‌ ଆନନ୍ଦିତ ହୋଇଥିଲେ। ଗହଳି ମଧ୍ୟ ସେତେ ନଥିଲା। ଫଳରେ ଅଘଟଣ ଘଟିନଥିଲା। ପଣ୍ଡାଙ୍କ ଗଣନା ଅନୁସାରେ ସମୁଦାୟ ଯାତ୍ରୀଙ୍କ ସଂଖ୍ୟା ୩୫ ହଜାର ଥିଲା। ସେଥିରୁ ୧୦ହଜାର ଦେଶୀୟ। ରଥ ଦାଣ୍ଡରେ ସିନା କାହାର ପ୍ରାଣ ଯାଇନଥିଲା। କିନ୍ତୁ ସମୁଦ୍ରରେ କେତେ ଲୋକଙ୍କ ଜୀବନ ଯାଇଥିଲା। କଲିକତାର ଏକ ତେଲି ପରିବାର ଷ୍ଟିମରରେ ଆସିଥିଲେ। ଫେରିଲାବେଳେ ନୋଳିଆମାନଙ୍କ ବାରଣ ସେତ୍ତ୍ୱ ସେମାନେ ସମୁଦ୍ର ଯାତ୍ରା କରିବାରୁ କିଛି ବାଟ ପରେ ଡଙ୍ଗାଟି ଭାଙ୍ଗିଗଲା। ସମ୍ପୃକ୍ତ ତେଲି ଓ ତାଙ୍କ ସ୍ତ୍ରୀ ବଞ୍ଚିଯାଇଥିଲେ ସୁଦ୍ଧା ଅନ୍ୟ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe