ଶିଶୁ ନିଖୋଜ, ପୁଲିସ୍ ନିରବ

କଣ୍ଟାବାଞ୍ଜି/ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମା’ ଆଖିରୁ ଲୁହ ଶୁଖୁନି। ଝିଅର କଥା ମନେ ପଡ଼ିଲେ ବନ୍ଧବାଡ଼ ମାନୁନି ଅମାନିଆ ଲୁହ।  କେତେ ଆଦର, ସ୍ନେହରେ ବଢ଼ାଇଥିଲା । ୬ ବର୍ଷ ଯାହାକୁ କାନିରେ ଜାବୁଡ଼ି ରଖିଥିଲା ସେ ଏବେ କେଉଁଠି ତା ପତ୍ତା ବି ମା’କୁ ଜଣାନାହିଁ। ୟା ଭିତରେ ୬ ବର୍ଷ ବିତି ଗଲାଣି। ଖାଲି ଯାହା ଝିଅର ଫଟୋ ହିଁ ମା’ର ଶେଷ ସନ୍ତକ। ଝିଅ କଥା ମନେ ପଡ଼ିଗଲେ ଫଟୋଟିକୁ ଆଉଁସି ଦେଉଛି। ଏପରି […]

maa

maa

Niharika Rout
  • Published: Thursday, 17 December 2020
  • Updated: 17 December 2020, 10:51 AM IST

Sports

Latest News

କଣ୍ଟାବାଞ୍ଜି/ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମା’ ଆଖିରୁ ଲୁହ ଶୁଖୁନି। ଝିଅର କଥା ମନେ ପଡ଼ିଲେ ବନ୍ଧବାଡ଼ ମାନୁନି ଅମାନିଆ ଲୁହ।  କେତେ ଆଦର, ସ୍ନେହରେ ବଢ଼ାଇଥିଲା । ୬ ବର୍ଷ ଯାହାକୁ କାନିରେ ଜାବୁଡ଼ି ରଖିଥିଲା ସେ ଏବେ କେଉଁଠି ତା ପତ୍ତା ବି ମା’କୁ ଜଣାନାହିଁ। ୟା ଭିତରେ ୬ ବର୍ଷ ବିତି ଗଲାଣି। ଖାଲି ଯାହା ଝିଅର ଫଟୋ ହିଁ ମା’ର ଶେଷ ସନ୍ତକ। ଝିଅ କଥା ମନେ ପଡ଼ିଗଲେ ଫଟୋଟିକୁ ଆଉଁସି ଦେଉଛି। ଏପରି ଛାତି ଥରା ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକରେ।

କଣ୍ଟାବାଞ୍ଜି ବ୍ଲକ କୁକୁଡ଼ାହାଡ଼ ଗାଁର ବିନୋଦ ସରାଫ ଓ ତାଙ୍କ ସ୍ତ୍ରୀ ୬ ବର୍ଷ ତଳେ ଦୁଇ ଝିଅ ଓ ପୁଅକୁ ଧରି କଣ୍ଟାବାଞ୍ଜି ରାବଣପୋଡ଼ି ଯାତ୍ରା ଦେଖିବାକୁ ଯାଇଥିଲେ । ହେଲେ ସେଠି ୬ ବର୍ଷର ବଡ଼ ଝିଅ ସ୍ୱପ୍ନା ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିଲା । ନିଖୋଜ ଝିଅକୁ ଖୋଜି ଦେବା ପାଇଁ ତିନି ମାସ ଯାଏ ଥାନାକୁ ଦୌଡ଼ିଥିଲେ ବାପାମା’ । ହେଲେ ଫଳ କିଛି ମିଳିନଥିଲା । ନା’ ଝିଅକୁ ପାଇଥିଲେ ନା ତା ସମ୍ପର୍କରେ କୌଣସି ଖୋଜଖବର ମିଳିଥିଲା । ୟା ଭିତରେ ୬ ବର୍ଷ ବିତିଯାଇଥିଲେ ବି ନିଖୋଜ ସ୍ୱପ୍ନା ସମ୍ପର୍କରେ ଜାଣିପାରିନି ପୁଲିସ୍‌। ଝିଅ ଫେରିବା ବାଟକୁ କିନ୍ତୁ ଚାହିଁ ରହିଛନ୍ତି ବାପାମା’।

ଥାନାକୁ ଦୌଡ଼ି ଦୌଡ଼ି ଆମକୁ ନ୍ୟାୟ ମିଳୁନି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରୁଛୁ ହେଲେ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି ସ୍ୱପ୍ନାଙ୍କ ବାପା।

ସେହିପରି ନିଜ ପିଲା ଖୋଜଖବର ପାଇ ନ ପାରି ଛଟପଟ ହେଉଛନ୍ତି କଣ୍ଟାବାଞ୍ଜିର ଚାଉଳସୁଖା ଗାଁର ଶ୍ରୀଜିତ ଭୋଇ । ୧୨ ବର୍ଷର ପୁଅ ଦେବରାଜ ଗତ ଜାନୁଆରୀରେ ଗାଁ ନିକଟରେ ଫୁଟବଲ୍ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ନିରାଶ ହୋଇ ଥାନାରେ ଏତଲା ବି ଦିଆଯାଇଥିଲା । ହେଲେ ୧୧ ମାସ ପରେ ବି ଦେବରାଜଙ୍କ ପତ୍ତା ମିଳିନି । ଥାନାରେ ବାରମ୍ବାର ଅଭିଯୋଗ ପରେ ବି କୌଣସି ଫାଇଦା ହୋଇନି ବୋଲି କହିଛନ୍ତି ଶ୍ରୀଜିତ।

ଏପରି ଅନେକ ଘଟଣା ଘଟୁଛି, ଥାନାରେ ଅଭିଯୋଗ ବି ହେଉଛି। ହେଲେ ଏସବୁ ଅଭିଯୋଗ କେବଳ ଫାଇଲ୍ ତଳେ ଚାପି ହେଇ ରହି ଯାଉଥିବା କହିଛନ୍ତି ଖୋଦ୍ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି । ଅପରପକ୍ଷେ ଘଟଣାକୁ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ବଲାଙ୍ଗିର ଏସ୍‌ପି ।

ପରୀ, ପିହୁ, ସ୍ୱାତୀ ଭଳି ରାଜ୍ୟରେ ଏମିତି ଅନେକ ଶିଶୁ ପ୍ରତିମାସ ନିଖୋଜ ହେଉଛନ୍ତି । କାହାର ପତ୍ତା ମିଳୁଛି ତ ଅନେକ ନିଖୋଜ ତାଲିକାରେ ହିଁ ରହିଯାଉଛନ୍ତି । ପୁଲିସ୍‌ରେ ଏତଲା ଦିଆଯାଏ, କିଛି ଦିନ ଖୋଜାଖୋଜି ବି ଚାଲେ। ହେଲେ ଦିନ ଗଡ଼ିବା ସହ ମାମଲା ସବୁ ପୁଲିସ୍‌ ଫାଇଲ୍ ତଳେ ସବୁ ଦିନ ପାଇଁ ଚାପି ହୋଇ ରହିଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story