ନୀରଜ ଓ ପ୍ରମୋଦଙ୍କ ଗୋଲ୍ଡେନ ଫିନିଶ୍, ଭାରତ ଦେଖାଇଲା ସର୍ବଶ୍ରେଷ୍ଠ ପ୍ରଦର୍ଶନ

ବିଦାୟ ନେବାକୁ ବସିଛି ୨୦୨୧। କରୋନା ଭଳି ସଂକଟପୂର୍ଣ୍ଣ ସମୟରେ କ୍ରୀଡ଼ା ଜଗତରେ ଅନେକ ହଲଚଲ୍ ଦେଖିବାକୁ ମିଳିଛି। ଅଲିମ୍ପିକ୍ସ ଠାରୁ ଆରମ୍ଭ କରି କ୍ରିକେଟ୍ ଓ ହକିରେ ଭାରତକୁ ମିଳିଛି ମିଶ୍ରିତ ସଫଳତା। ଯେଉଁଠି ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଭାରତ ଦେଖାଇଥିଲା ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ, ସେହିଠାରେ କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟ୍ ବିଶ୍ୱକପରେ ଭାରତକୁ ପୁଣିଥରେ ନିରାଶ ହେବାକୁ ପଡ଼ିଥିଲା। ପାରାଲିମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ଐତିହାସିକ ସଫଳତା ମଧ୍ୟ ଅନ୍ୟତମ ଆକର୍ଷଣ […]

tokyo

tokyo

Ranjit Kumar Jena
  • Published: Monday, 20 December 2021
  • Updated: 20 December 2021, 05:25 PM IST

Sports

Latest News

ବିଦାୟ ନେବାକୁ ବସିଛି ୨୦୨୧। କରୋନା ଭଳି ସଂକଟପୂର୍ଣ୍ଣ ସମୟରେ କ୍ରୀଡ଼ା ଜଗତରେ ଅନେକ ହଲଚଲ୍ ଦେଖିବାକୁ ମିଳିଛି। ଅଲିମ୍ପିକ୍ସ ଠାରୁ ଆରମ୍ଭ କରି କ୍ରିକେଟ୍ ଓ ହକିରେ ଭାରତକୁ ମିଳିଛି ମିଶ୍ରିତ ସଫଳତା। ଯେଉଁଠି ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଭାରତ ଦେଖାଇଥିଲା ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ, ସେହିଠାରେ କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟ୍ ବିଶ୍ୱକପରେ ଭାରତକୁ ପୁଣିଥରେ ନିରାଶ ହେବାକୁ ପଡ଼ିଥିଲା। ପାରାଲିମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ଐତିହାସିକ ସଫଳତା ମଧ୍ୟ ଅନ୍ୟତମ ଆକର୍ଷଣ ଥିଲା। ବର୍ଷ ଶେଷରେ ଭାରତୀୟ କ୍ରିକେଟରେ କ୍ୟାପଟେନକୁ ନେଇ ଉଠିଥିବା ଝଡ଼ ମଧ୍ୟ ବେଶ୍‌ ଚର୍ଚ୍ଚା ସାଉଁଟିଛି।

Tokyo 2020: From Neeraj Chopra to Mirabai Chanu – a look at India's seven medallists at Olympics

ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ

 ଟୋକିଓ ଅଲିମ୍ପିକ୍ସରେ ଭାରତ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଭାରତ ମୋଟ ୭ଟି ପଦକ ଜିତିଥିଲା। ଭାରତୀୟ ଆଥଲେଟ୍ସ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ସ ଭାବେ ଏହି ସଫଳତା ହାସଲ କରିଥିଲେ। ସେହିପରି ଭାରୋତ୍ତୋଳନରେ ମୀରାବାଈ ଚାନୁ ଓ ରେସଲିଂରେ ରବି କୁମାର ଦହିୟା ରୌପ୍ୟ ପଦକ ଜିତିଥିବା ବେଳେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ, ବକ୍ସିଂରେ ଲଭଲିନ୍ ବୋର୍ଗୋହେନ୍, ରେସଲିଂରେ ବଜରଙ୍ଗ ପୁନିଆ ଏବଂ ହକିରେ ଭାରତୀୟ ପୁରୁଷ ଟିମ୍ ବ୍ରୋଞ୍ଜ ପଦକ ଜିତିଥିଲେ।

ଚାରି ଦଶନ୍ଧି ପରେ ହକିକୁ ଅଲିମ୍ପିକ୍ସ ପଦକ

ଚାରି ଦଶନ୍ଧି ଅର୍ଥାତ୍ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଛି ପଦକ। ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୫-୪ ଗୋଲରେ ଜର୍ମାନୀକୁ ହରାଇ ଏହି ସଫଳତା ହାସଲ କରିଥିଲା। ଏହା ପୂର୍ବରୁ ଭାରତ ୧୯୮୦ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲା।

Chief Minister Felicitates Hockey Olympians - My City Links

ଅଲିମ୍ପିକ୍ସରେ ଓଡ଼ିଶାରୁ ୫

ଟୋକିଓ ଅଲିମ୍ପିକ୍ସରେ ଓଡ଼ିଶାର ୫ ଜଣ କ୍ରୀଡ଼ାବିତ୍ ଭାଗ ନେଇଥିଲେ। ସେଥିମଧ୍ୟରୁ ପୁରୁଷ ହକି ଟିମରେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଭାଗ ନେଇଥିବା ବେଳେ ମହିଳା ହକିରେ ଦୀପ ଗ୍ରେସ ଏକ୍କା ଓ ନମିତା ଟପ୍ପୋ ସ୍ଥାନ ପାଇଥିଲେ। ସେହିପରି ଦୂତୀ ଚାନ୍ଦ କ୍ରମାଗତ ଦ୍ୱିତୀୟଥର ଲାଗି ଅଲିମ୍ପିକ୍ସରେ ଭାଗ ନେଇଥିଲେ ହେଁ ଖାଲି ହାତରେ ଫେରିଥିଲେ।

India's Tokyo Paralympics campaign in Numbers

ପାରାଲିମ୍ପିକ୍ସରେ ଭାରତକୁ ରେକର୍ଡ ୧୯ ପଦକ

ପାରାଲିମ୍ପିକ୍ସକୁ ଭାରତ ୫୪ କ୍ରୀଡ଼ାବିତ ପଠାଇଥିଲା। ଭାରତୀୟ ପାରା ଆଥଲେଟ୍ ମଧ୍ୟ ନିରାଶ ନକରି ରେକର୍ଡ ୧୯ ପଦକ ଜିତିଛନ୍ତି। ଭାରତ ଖାତାରେ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ ବ୍ରୋଞ୍ଜ ରହିଥିଲା। ୧୯୬୮ରୁ ୨୦୧୬ ପର୍ଯ୍ୟନ୍ତ ଆୟୋଜିତ ପାରାଲିମ୍ପିକ୍ସରେ ଭାରତ ମୋଟ ୧୨ ପଦକ ଜିତିଥିଲା। କିନ୍ତୁ ଏଥର ଭାରତ ସବୁ ରେକର୍ଡକୁ ପଛରେ ପକାଇ ଦେଇଛି। ପ୍ରମୋଦ ଭଗତ (ବ୍ୟାଡମିଣ୍ଟନ), ଅବନୀ ଲେଖରା (ଶୁଟିଂ), ସୁମିତ୍ ଅନ୍ତିଲ (ଆଥଲେଟିକ୍ସ), ମନିଷ ନରୱାଲ୍ (ଶୁଟିଂ) ଓ କ୍ରିଷ୍ଣା ନାଗର (ବ୍ୟାଡମିଣ୍ଟନ) ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

All India Public Sector Sports Control Board

ଭଗତଙ୍କ ରେକର୍ଡ ଓ ଖେଳରତ୍ନ ପୁରସ୍କାର

 ଟୋକିଓ ପାରାଲିମ୍ପିକ୍ସରେ ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେ ପ୍ରଥମ ଓଡ଼ିଆ ଭାବେ ପାରାଲିମ୍ପିକ୍ସରେ ଏହି ସଫଳତା ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

IND VS SA: Now the real test of Rahul Dravid will be done, the head coach will have to solve 5 problems!

ଦ୍ରାବିଡ୍‌ ଟିମ୍ ଇଣ୍ଡିଆର ନୂଆ କୋଚ୍

ନଭେମ୍ବର ୩ ତାରିଖରେ ପୂର୍ବତନ କ୍ୟାପଟେନ୍ ରାହୁଲ୍ ଦ୍ରାବିଡ୍ ହେଲେ ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଥିଲେ। ଦ୍ରାବିଡ୍ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇଛନ୍ତି। ୟୁଏଇରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ୍ ପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରୁ ଦ୍ରାବିଡ୍ ତାଙ୍କର କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ।

rohit sharma: View: Rohit Sharma has nothing to prove - The Economic Times

ରୋହିତଙ୍କୁ ଦିନିକିଆ ଓ ଟି-୨୦ ନେତୃତ୍ୱ

ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ଭାରତର ଟି-୨୦ ଓ ଦିନିକିଆର ନୂଆ କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ସେ କ୍ୟାପଟେନ୍ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ବିସିସିଆଇ ତାଙ୍କୁ ବିରାଟ୍ କୋହଲିଙ୍କ ସ୍ଥାନରେ ଦିନିକିଆ କ୍ୟାପଟେନ୍ କରିଥିଲା।

Utter disrespect. Shame on you': Twitter enraged at BCCI, Ganguly for 'sacking' Virat Kohli as India's ODI captain | Cricket - Hindustan Times

କ୍ୟାପ୍‌ଟେନ୍ କଣ୍ଟ୍ରୋଭର୍ସି

ବିରାଟ୍‌ କୋହଲିଙ୍କୁ ଦିନିକିଆ କ୍ୟାପଟେନରୁ ବହିଷ୍କାର କରାଯିବା ପରେ ବିବାଦ ତେଜିଥିଲା। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ ଯେ ଟି-୨୦ କ୍ୟାପଟେନ୍ ପଦରୁ ଇସ୍ତଫା ନଦେବା ପାଇଁ କୋହଲିଙ୍କୁ କୁହାଯାଇଥିଲା। କିନ୍ତୁ କୋହଲି ମନା କରିଥିଲେ। ଯାହା ପରେ ବିସିସିଆଇ ସୀମିତ ଓଭରରେ ଦୁଇ ଅଲଗା ଅଲଗା କ୍ୟାପଟେନ୍ କରିବା ସପକ୍ଷରେ ନଥିଲା। ଯେଉଁ କାରଣରୁ କୋହଲିଙ୍କୁ ଦିନିକିଆ କ୍ୟାପଟେନ୍ ପଦରୁ ହଟିବାକୁ କୁହାଯାଇଥିଲା। ତେବେ କୋହଲି କହିଥିଲେ ଯେ ତାଙ୍କୁ କ୍ୟାପଟେନ୍ ପଦରୁ ଇସ୍ତଫା ନଦେବା ପାଇଁ କେହି ନଥିଲେ। ଏପରିକି ତାଙ୍କୁ ଦେଢ଼ ଘଣ୍ଟା ପୂର୍ବରୁ ଦିନିକିଆ କ୍ୟାପଟେନ୍ ପଦ ଛାଡ଼ିବାକୁ କୁହାଯାଇଥିବା କୋହଲି କହିଥିଲେ। ଯାହା ପରେ ବିବାଦ ଆରମ୍ଭ ହୋଇଥିଲା।

2021 T20 World Cup: Australia Win as Mitchell Marsh and David Warner Star Against New Zealand in Dubai

ଅଷ୍ଟ୍ରେଲିଆ ପ୍ରଥମଥର ଟି-ଟ୍ୱେଣ୍ଟି ବିଶ୍ୱ ବିଜେତା

ଅକ୍ଟୋବର-ନଭେମ୍ବରରେ ୟୁଏଇରେ ଆୟୋଜିତ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ଚାମ୍ପିୟନ୍ ହୋଇଥିଲା। ଫାଇନାଲରେ ଅଷ୍ଟ୍ରେଲିଆ ପଡ଼ୋଶୀ ଦେଶ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇ ପ୍ରଥମଥର ଟି-୨୦ ବିଶ୍ୱ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଅନ୍ୟପଟେ ଭାରତକୁ ବିଶ୍ୱକପରେ ନିରାଶ ହେବାକୁ ପଡ଼ିଥିଲା। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପରେ ଭାରତ ଲିଗ୍ ପର୍ଯ୍ୟାୟରୁ ଆଗକୁ ବଢ଼ିପାରିନଥିଲା।

IPL 2021: Orange Cap, Purple Cap, Catch Of The Season, See Full List Of Winners Here On Cricketnmore

ଧୋନିଙ୍କ ହାତକୁ ଫେରିଲା ଆଇପିଏଲ୍ ଟ୍ରଫି

ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର୍ କିଙ୍ଗସ୍ ଚତୁର୍ଥଥର ଆଇପିଏଲରେ ଟ୍ରଫି ଜିତିଥିଲା। ଫାଇନାଲରେ ଚେନ୍ନାଇ ୨୭ ରନରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। ଟୁର୍ଣ୍ଣାମେଣ୍ଟରେ ୩୨ ୱିକେଟ୍‌ ନେଇଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହର୍ଷଲ ପଟେଲ ପ୍ଲେୟର୍ ଅଫ୍‌ ଦି ସିରିଜ୍ ବିବେଚିତ ହୋଇଥିଲେ।

Remember The Name: Twitterati reacts as Ajaz Patel bags 10 wickets in an innings | Sports News,The Indian Express

ଲେକର ଓ କୁମ୍ବଲେଙ୍କ ପରେ ଏଜାଜ ପଟେଲ

ମୁମ୍ବାଇରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ତର ବାମହାତୀ ସ୍ପିନ ବୋଲର ଏଜାଜ ପଟେଲ ପରଫେକ୍ଟ ଟେନ୍‌ ଅର୍ଥାତ ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିବାର ବିଶ୍ୱ ରେକର୍ଡ କରିଥିଲେ। ତାଙ୍କ ପୂର୍ବରୁ ଇଂଲିଶ କ୍ରିକେଟ ଜିମ ଲେକର୍ ଓ ଭାରତର ଅନୀଲ କୁମ୍ବଲେ ଗୋଟିଏ ଟେଷ୍ଟ ଇନିଂସରେ ପରଫେକ୍ଟ ଟେନ୍‌ ହାସଲ କରିଥିଲେ। ଲେକର ୧୯୫୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ କୁମ୍ବଲେ ୧୯୯୯ରେ ପାକିସ୍ତାନ ବିପକ୍ଷରେ ଏହି ରେକର୍ଡ କରିଥିଲେ।

Argentina lift Junior Hockey World Cup trophy

କଳିଙ୍ଗରେ ଆର୍ଜେଣ୍ଟିନା ଚାମ୍ପିୟନ୍

କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ତାଜ ପିନ୍ଧିଲା ଆର୍ଜେଣ୍ଟିନା। ଲାଉତାରୋ ଡୋମେନଙ୍କ ହ୍ୟାଟ୍ରିକ ଗୋଲ ବଳରେ ଶକ୍ତିଶାଳୀ ଜର୍ମାନୀକୁ ୨-୪ ଗୋଲରେ ହରାଇ ଆର୍ଜେଣ୍ଟିନା ଦୀର୍ଘ ୧୬ବର୍ଷ ପରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଅନ୍ୟପଟେ ଡିଫେଣ୍ଡିଂ ଚାମ୍ପିୟନ୍ ତଥା ଆୟୋଜକ ଭାରତ ବ୍ରୋଞ୍ଜ ପଦକ ମ୍ୟାଚରେ ଫ୍ରାନ୍ସ ନିକଟରୁ ୧-୩ ଗୋଲରେ ପରାସ୍ତ ହୋଇ ଖାଲି ହାତରେ ଫେରିଛି।

ବୀରେନ୍ଦ୍ର ଲାକ୍ରାଙ୍କ ଅବସର

ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିବା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକା ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଥିଲେ। ୩୧ ବର୍ଷୀୟ ଲାକ୍ରା ୨୦୧ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିବା ବେଳେ ୨୦୧୬ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆହତ କାରଣରୁ ଖେଳି ନଥିଲେ। ତେବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ୍‌ କରାଯାଇଥିଲା। ସେ ମଧ୍ୟ ଅଲିମ୍ପିକ୍ସରେ ଭାରତୀୟ ଦଳର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତି ପାଇଥିଲେ। ସେହିପରି ଷ୍ଟାର୍ ଡ୍ରାଗ୍ ଫ୍ଲିକର ରୂପିନ୍ଦର ପାଲ୍ ସିଂହ ମଧ୍ୟ ହକିକୁ ଅଲବିଦା କହିଥିଲେ।

ବିବାହ/ବିଚ୍ଛେଦ

ଭାରତୀୟ ଷ୍ଟାର୍ ପେସର ଯଶପ୍ରୀତ ବୁମ୍ରା ତାଙ୍କ ଗର୍ଲଫ୍ରେଣ୍ଡ ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ। ସେହିପରି ଭାରତୀୟ କ୍ରିକେଟର୍ ଜୟନ୍ତ ଯାଦବ ଓ ବ୍ୟାଡମିଣ୍ଟନ ଷ୍ଟାର୍ ଜ୍ୱାଲା ଗୁଟ୍ଟା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଭାରତୀୟ ପେସର୍ ଶାର୍ଦ୍ଦୁଲ ଠାକୁର ନିର୍ବନ୍ଧ କରିଥିବା ବେଳେ ଟିମ୍ ଇଣ୍ଡିଆର ଗବ୍ବର କୁହାଯାଉଥିବା ଶିଖର ଧୱନ୍ ତାଙ୍କ ପତ୍ନୀଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା।

ବିବାଦରେ ଦୂତୀ ଚାନ୍ଦ

ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ମାନସିକ ନିର୍ଯାତନା ଦେଉଥିବା ନେଇ ଅଲିମ୍ପିଆନ୍ ଦୂତୀ ଚାନ୍ଦ ଏକ ୱେବ ଚ୍ୟାନେଲ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ୍‌ ଉକ୍ତ ୱେବ୍‌ ଚ୍ୟାନେଲର ସଂପାଦକ ଓ ଜଣେ ରିପୋର୍ଟରଙ୍କୁ ଗିରଫ କରିଥିଲା। ଏହାଛଡ଼ା ଟୋକିଓ ଅଲିମ୍ପିକ୍ସରେ ଦୂତୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ମଧ୍ୟ ନକହି ନକହି ବହୁତ କଥା କହିଥିଲେ। ଖେଳରେ ମନ ଦେବା ବଦଳରେ ଦୂତୀ ପ୍ରେମ ବ୍ୟାପାରରେ ମାତିଥିଲେ ବୋଲି ସରସ୍ୱତୀ ଅଭିଯୋଗ ଆଣିଥିଲେ।

Sushil Kumar Case Updates: Delhi police records statements of eye-witnesses

ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ଗିରଫ

ଦେଶର ମହାନ୍ ଅଲିମ୍ପିଆନ୍ ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ଗିରଫ କରାଯାଇଥିଲା। ମେ’ ୪ ତାରିଖରେ ଯୁବ ରେସଲର ସାଗରଙ୍କୁ ହତ୍ୟା କରିଥିବା ମାମଲାରେ ସୁଶୀଲ ଗିରଫ ହୋଇଥିଲେ। ଗିରଫ ପରେ ସୁଶୀଲଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା। ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ ଏବେବି ଜେଲର ଚାରି କୋଠରୀରେ ଦିନ କାଟୁଛନ୍ତି।

ସଚିନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ

ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ୨୧ଶ ଶତାବ୍ଦୀର ସବୁଠାରୁ ଶ୍ରେଷ୍ଠ ଟେଷ୍ଟ ପୁରୁଷ ବ୍ୟାଟ୍ସମ୍ୟାନ୍ ଚୟନ ହୋଇଥିଲେ। ଷ୍ଟାର୍ ସ୍ପୋର୍ଟ୍ସର କମେଣ୍ଟ୍ରୀ ଟିମ୍ ଓ ଫ୍ୟାନ୍ ସଚିନଙ୍କୁ ସର୍ବଶ୍ରେଷ୍ଠ ବାଛିଛନ୍ତି। ସଚିନ୍ ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ୍ କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇଥିଲେ।

ପରଲୋକରେ କ୍ରୀଡ଼ାବିତ୍

କିମ୍ବଦନ୍ତୀ ଧାବକ ମିଲଖା ସିଂହଙ୍କର କରୋନାରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେହିପରି ପୂର୍ବତନ ଭାରତୀୟ ଅଲିମ୍ପିଆନ ତଥା ହକି ଖେଳାଳି ଶାହିଦ ହକିମ, ସ୍ୱାଧୀନ ଭାରତର ଅଲିମ୍ପିକ ଚାମ୍ପିୟନ କେଶବ ଦତ୍ତ, ପୂର୍ବତନ ଅଲିମ୍ପିଆନ୍ ସୂରତ ସିଂହ ମାଥୁର, ଏସିଆନ୍ସ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଡିଙ୍ଗେକା ସିଂଙ୍କର ପରଲୋକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story