Advertisment

ରଜରେ ୟୁଏଇରୁ ଫେରୁଛନ୍ତି ୨୧୫ ଓଡ଼ିଆ

ଦୁବାଇ: କରୋନା ସଙ୍କଟ କାଳରେ ସମସ୍ତେ ନିଜ ଜନ୍ମମାଟିକୁ ଫେରିବାକୁ ଚାହୁଁଛନ୍ତି। ଏଥିଲାଗି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ ପ୍ରବାସୀଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ତଥାପି ଦେଶ ବିଦେଶରେ ଶତାଧିକ ଲୋକ ଏବେ ବି ଫସିରହିଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ବି ଅଛନ୍ତି, ଯେଉଁମାନେ ଏହି ବିଶ୍ୱ ମହାମାରୀ ସମୟରେ ନିଜ ଗାଁକୁ ଫେରିବାକୁ ଡହଳ ବିକଳ ହେଉଛନ୍ତି। ଆଗକୁ ଓଡ଼ିଆଙ୍କ ଗଣପର୍ବ ରଜ ଆସୁଛି। ଏହି ସମୟରେ ଯିଏ ଯେଉଁଠି […]

ଅଦ୍ୟତନ ହୋଇଛି
ରଜରେ ୟୁଏଇରୁ ଫେରୁଛନ୍ତି ୨୧୫ ଓଡ଼ିଆ

OR Special

Advertisment

ଦୁବାଇ: କରୋନା ସଙ୍କଟ କାଳରେ ସମସ୍ତେ ନିଜ ଜନ୍ମମାଟିକୁ ଫେରିବାକୁ ଚାହୁଁଛନ୍ତି। ଏଥିଲାଗି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ ପ୍ରବାସୀଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ତଥାପି ଦେଶ ବିଦେଶରେ ଶତାଧିକ ଲୋକ ଏବେ ବି ଫସିରହିଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ବି ଅଛନ୍ତି, ଯେଉଁମାନେ ଏହି ବିଶ୍ୱ ମହାମାରୀ ସମୟରେ ନିଜ ଗାଁକୁ ଫେରିବାକୁ ଡହଳ ବିକଳ ହେଉଛନ୍ତି।

Advertisment

ଆଗକୁ ଓଡ଼ିଆଙ୍କ ଗଣପର୍ବ ରଜ ଆସୁଛି। ଏହି ସମୟରେ ଯିଏ ଯେଉଁଠି ଥାଉନା କାହିଁକି ଘରକୁ ବାହୁଡ଼ିବାକୁ ନିଶ୍ଚିତ ମନ ବଳେଇବ। ତେବେ ୟୁଏଇରେ ରହୁଥିବା ୨୧୫ ଜଣ ଓଡ଼ିଆଙ୍କ ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି। ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଡକ୍ଟର ଚନ୍ଦ୍ର ଶେଖର ଖୁଣ୍ଟିଆ ଏବଂ ଅନ୍ୟ ଓଡ଼ିଆଙ୍କ ସହାୟତା କ୍ରମେ ଆସନ୍ତା କାଲି ଓଡ଼ିଶା ପହଞ୍ଚିବେ।

ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଚାର୍ଟାର୍ଡ ବିମାନର ପାଇଲଟ ହେଉଛନ୍ତି ଜଣେ ଓଡ଼ିଆ ଝିଅ। ପାଇଲଟ୍ ମଧୁସ୍ମିତା ପଟ୍ଟନାୟକ ଏୟାର ଆରବିଆରେ କାମ କରନ୍ତି। ସେ ନିଜ ମାଟିକୁ ରଜରେ ଫେରୁଥିବାରୁ ବେଶ ଉତ୍ସାହିତ ଅଛନ୍ତି। କିନ୍ତୁ ତାଙ୍କୁ ଏଠାରେ ଅଳ୍ପ କିଛି ସମୟ ରହି ପୁଣି ଫେରିଯିବାକୁ ହେବ।

Advertisment

ପ୍ରବାସୀ ଓଡ଼ିଆଙ୍କ ଆସିବାର ବ୍ୟବସ୍ଥା କରିଥିବା ଡକ୍ଟର ଖୁଣ୍ଟିଆ କୁହନ୍ତି, ୟୁଏଇରେ ଫସିଥିବା ବିଭିନ୍ନ ଓଡ଼ିଆ ସୋଶାଲ ମିଡିଆ ଜରିଆରେ ଲଗାତର ଯୋଗାଯୋଗ କରୁଥିଲେ। ୟୁଏଇରେ ରହୁଥିବା ଓଡ଼ିଆମାନଙ୍କ ତରଫରୁ ୟୁଏଇସ୍ଥିତ ଭାରତୀୟ ଦୂତାବାସ, ବୈଦେଶିକ ମନ୍ତ୍ରାଳୟ ଏବଂ ୟୁଏଇ ସରକାରଙ୍କ ସହାୟତାରେ ପ୍ରବାସୀ ଓଡ଼ିଆଙ୍କ ଓଡ଼ିଶା ଫେରିବା ଲାଗି ବ୍ୟବସ୍ଥା କରାଯାଇଥିଲା।

ଏନେଇ ସରକାରୀ ଅନୁମତି ମିଳିବା ପରେ ଏୟାର ଆରବିଆ ସହ ଯୋଗାଯୋଗ କରାଗଲା। ଖୁଣ୍ଟିଆଙ୍କ ସୂଚନାନୁଯାୟୀ, ୨୧୫ ପ୍ରବାସୀ ଓଡ଼ିଆଙ୍କୁ ନେଇ ମଧୁସ୍ମିତା ଏୟାର ଆରବିଆ ବିମାନରେ ଜୁନ ୧୪ ଅର୍ଥାତ ଆସନ୍ତା କାଲି ସକାଳ ୮ଟା ସମୟରେ ସାରଜାରୁ ଉଡାଣ ଭରିବେ। ସାରଜା ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନଟି ସିଧା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିନ ୧ରେ ପହଞ୍ଚିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe