/odisha-reporter/media/post_attachments/uploads/2017/05/mahatma.jpg)
mahatma
ଦେଶର ସବୁଠାରୁ ଦୀର୍ଘତମ ସେତୁ ଆସାମର ଢୋଲା ଅଞ୍ଚଳରୁ ଅରୁଣାଚଳ ପ୍ରଦେଶର ସାଦିୟା କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟନ କରାଯାଇଛି। ବ୍ରହ୍ମପୁତ୍ରର ଶାଖା ଲୋହିତ ନଦୀ ଉପରେ ନିର୍ମାଣ କରାଯାଇଥିବା ଏହି ସେତୁର ଲମ୍ୱ ହେଉଛି ୯.୧୫ କିମି। ଏହି ସେତୁକୁ ନେଇ ଏବେ ସାରାଦେଶରେ ଚର୍ଚ୍ଚା। ସେହିପରି ଭାରତ ବର୍ଷରେ ଆହୁରି ଏପରି ଅନେକ ସେତୁ ରହିଛି। କେବଳ ଯୋଗାଯୋଗରେ ଏହି ସେତୁ ସୀମିତ ରହି ନାହିଁ ପର୍ଯ୍ୟଟନ କ୍ଷେତ୍ରରେ ଖୁବ୍ ଗୁରୁତ୍ୱ ବହନ କରିଛି ଏହି ସେତୁ। ଏ ସବୁ ସେତୁର ଗୋଟେ ଝଲକ ପାଇବା ପାଇଁ ଏଠାରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମେ। ଆସନ୍ତୁ ମୁଖ୍ୟ ୫ଟି ସେତୁ ସମ୍ପର୍କରେ ଜାଣିବା।
ମହାତ୍ମା ଗାନ୍ଧି ସେତୁ
ଏହି ସେତୁ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଇଛି। ଏହି ସେତୁ ପାଟନାକୁ ହାଜିପୁର ସହ ସଂଯ଼ୋଗ କରେ। ଆଜିର ଢୋଲା -ସାଦିୟା ସେତୁ ପୂର୍ବରୁ ମହାତ୍ମା ଗାନ୍ଧି ସେତୁ ସବୁଠୁ ଦୀର୍ଘତମ ସେତୁ ଥିଲା। ଯାହାର ଲମ୍ବ ୫.୬ କିମି। ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମେ।
ବାନ୍ଦ୍ରା-ୱର୍ଲି ସେତୁ ରାଜୀବ ଗାନ୍ଧି ସେତୁ ନାଁରେ ମଧ୍ୟ ପରିଚିତ। ଏହି ସେତୁ ମୁମ୍ବାଇର ବାନ୍ଦ୍ରାରୁ ୱର୍ଲି ସହ ସଂଯୋଗ କରେ। ଏହାର ଲମ୍ବ ୫.୫ କିମି। ପ୍ରତିଦିନ ପ୍ରାୟ ୪୫୦୦୦ ଯାଦବାହାନ ଏହି ସେତୁ ଉପରେ ଯାତାୟତ କରେ।
ବିକ୍ରମଶିଳା ସେତୁ
ଏହି ସେତୁଟି ଗଙ୍ଗା ନଦୀ ଉପରେ ନିର୍ମିତ। ଏହି ସେତୁର ନାଁ ବିକ୍ରମଶିଳା ବିଶ୍ୱବିଦ୍ୟାଳୟ ନାମ ଅନୁଯାୟୀ ରଖାଯାଇଛି। ଏହାର ଲମ୍ବ ୪
.୭ କିଲୋମିଟର। ବିକ୍ରମଶିଳା ସେତୁ ଭାରତର ତୃତୀୟ ବୃହତ ସେତୁ ଥିଲା।
ଭେମ୍ବାନାଡ ସେତୁ
ଏହି ସେତୁଟି କେରଳରେ ଅବସ୍ଥିତ। ଏହି ସେତୁର ଲମ୍ବ ୪.୬୨ କିଲୋମିଟର। ଏହା ଉପରେ କେବଳ ମାଲବାହି ଗାଡ଼ି(ରେଳ) ଯାତାୟତ କରିଥାଏ। ଏହା ୩ଟି ଛୋଟ ଦ୍ୱିପକୁ ଅତିକ୍ରମ କରିଛି। ଏହା ଏକ ହ୍ରଦ ଉପରେ ନିର୍ମାଣ ହୋଇଛି।
ଗଙ୍ଗା ରେଲ ରୋଡ ସେତୁ
ଏହି ସେତୁଟି ବିହାରରେ ନିର୍ମାଣ କରାଯାଇଛି। ଏହି ସେତୁ ଦିଘା ଘାଟ ଏବଂ ପହଲେଜା ଘାଟକୁ ସଂଯୋଗ ରଖେ। ଏହାର ଲମ୍ବ ୪.୫ କିଲୋମିଟର। ରାସ୍ତା ସହ ରେଳଲାଇନର ସଂଯୋଗ କରି ଏହି ସେତୁଟି ଗଢିଉଠିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2017/05/bridge-bomb-1.jpg)