Advertisment

ଏଥର ପୂଜାର ବିଶେଷ ଆକର୍ଷଣ ୫୦ କିଲୋ ସୁନାରେ ତିଆରି ଦୁର୍ଗାମୂର୍ତ୍ତି

କୋଲକାତା: ଆଉ ମାତ୍ର ଦିନ କେଇଟା ପରେ ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ଆସନ୍ତା ୨୯ରୁ ନବରାତ୍ରୀ ମଧ୍ୟ ଆରମ୍ଭ ହେଇଯାଉଛି। ଦେଶରେ ଅନ୍ୟାନ୍ୟ ସ୍ଥାନ ଭଳି କୋଲକାତାରେ ପ୍ରତିବର୍ଷ ଦୁର୍ଗାପୂଜା ବେଶ୍‌ ଆଡ଼ମ୍ବରରେ ଓ ଜାକଜମକରେ ପାଳନ କରାଯାଏ। ତେବେ ଏଠାକାର ଦୁର୍ଗାପୂଜାରେ ଏକ ନିଆରାପଣ ଥାଏ। ପ୍ରତିବର୍ଷ ଭଳି ଏଥର ବି ଏବେଠୁ ପୂଜା ପାଇଁ କୋଲକାତା ସହର ଉତ୍ସବମୁଖର ହୋଇଉଠିଲାଣି। ସୂଚନା ଅନୁଯାୟୀ, ଚଳିତ ବର୍ଷ କୋଲକାତାର ଏକ ମଣ୍ଡପରେ ମା’ଙ୍କର […]

author-image
Chinmayee Roy
ଅଦ୍ୟତନ ହୋଇଛି
ଏଥର ପୂଜାର ବିଶେଷ ଆକର୍ଷଣ ୫୦ କିଲୋ ସୁନାରେ ତିଆରି ଦୁର୍ଗାମୂର୍ତ୍ତି

durga-maa

କୋଲକାତା: ଆଉ ମାତ୍ର ଦିନ କେଇଟା ପରେ ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ଆସନ୍ତା ୨୯ରୁ ନବରାତ୍ରୀ ମଧ୍ୟ ଆରମ୍ଭ ହେଇଯାଉଛି। ଦେଶରେ ଅନ୍ୟାନ୍ୟ ସ୍ଥାନ ଭଳି କୋଲକାତାରେ ପ୍ରତିବର୍ଷ ଦୁର୍ଗାପୂଜା ବେଶ୍‌ ଆଡ଼ମ୍ବରରେ ଓ ଜାକଜମକରେ ପାଳନ କରାଯାଏ। ତେବେ ଏଠାକାର ଦୁର୍ଗାପୂଜାରେ ଏକ ନିଆରାପଣ ଥାଏ। ପ୍ରତିବର୍ଷ ଭଳି ଏଥର ବି ଏବେଠୁ ପୂଜା ପାଇଁ କୋଲକାତା ସହର ଉତ୍ସବମୁଖର ହୋଇଉଠିଲାଣି। ସୂଚନା ଅନୁଯାୟୀ, ଚଳିତ ବର୍ଷ କୋଲକାତାର ଏକ ମଣ୍ଡପରେ ମା’ଙ୍କର ସୁନାର ମୂର୍ତ୍ତି ପୂଜା ପାଇବେ, ଯାହାକି ଭାରତ ଇତିହାସରେ ପ୍ରଥମ ଥର ହେବ।

Advertisment

କୋଲକାତାର ସନ୍ତୋଷ ମିତ୍ର ସ୍କୋୟାର୍ ଦୁର୍ଗାତ୍ସୋବ ସମିତି ଏଥର ପୂଜା ପାଇଁ ମା’ଙ୍କର ୧୩ ମିଟର ଉଚ୍ଚର ସୁନାର ମୂର୍ତ୍ତି ତିଆରି କରୁଛି। ଏହି ମୂର୍ତ୍ତି ପ୍ରାୟ ୫୦ କିଲୋ ସୁନାରେ ତିଆରି ହେଉଛି। ବର୍ତ୍ତମାନର ସୁନା ଦରକୁ ହିସାବକୁ ନେଲେ ଏହାର ମୂଲ୍ୟ ପାଖାପାଖି  ୨୦ କୋଟି ଟଙ୍କା ହେବ। ଏହି ମୂର୍ତ୍ତିକୁ ଅକ୍ଟୋବର ୪ ତାରିଖରେ ମହାଷଷ୍ଠୀ ଦିନ ମଣ୍ଡପରେ ସ୍ଥାପନା କରାଯିବ। ଆୟୋଜକମାନେ ଆଶା ରଖିଛନ୍ତି ଯେ ଏହି ମୂର୍ତ୍ତିକୁ ଦେଖିବା ପାଇଁ କେବଳ କୋଲକାତା ନୁହେଁ, ଦେଶବିଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଲୋକମାନେ ଆସିବେ।

publive-imageସୂଚନାଯୋଗ୍ୟ, ଏହି ମୂର୍ତ୍ତି ପାଇଁ ଆୟୋଜକ ନିଜ ହାତରୁ ସବୁ ଟଙ୍କା ଖର୍ଚ୍ଚ କରିନାହାନ୍ତି। ଏଥିପାଇଁ କୋଲକକାତାର ବହୁ ବଡ଼ ବଡ଼ ଗହଣା ଦୋକାନୀମାନେ ସୁନା ଦେଇଛନ୍ତି। ମୂର୍ତ୍ତି ବିସର୍ଜନ ପରେ ସେମାନେ ନିଜ ନିଜ ସୁନା ପୁଣି ଫେରସ୍ତ ପାଇବେ।

Advertisment

ଏହାପୂର୍ବରୁ ୨୦୧୭ରେ କୋଲକାତାର ଏକ ମଣ୍ଡପରେ ମା’ଙ୍କୁ ୨୨କିଲୋ ଓଜନର ସୁନାର ଶାଢ଼ି ପିନ୍ଧା ଯାଇଥିଲା।

ସୁନା ମୂର୍ତ୍ତିର ଧାର୍ମିକ ମହତ୍ତ୍ୱ:

ପୌରାଣିକ ମାନ୍ୟତା ଅନୁଯାୟୀ ଦେବୀଙ୍କ ପ୍ରତିମା ମାଟିରେ ହିଁ ହେବା ଉଚିତ୍‌। ଯେଉଁଥିରେ ଭିନ୍ନ ଭିନ୍ନ ସ୍ଥାନର ମାଟି ବ୍ୟବହାର କରାଯିବା ଉଚିତ୍। ଏହା ବ୍ୟତୀତ ସୁନାର ପ୍ରତିମାକୁ ମଧ୍ୟ ପୂଜା କରଯାଇପାରିବ। କିନ୍ତୁ ଏହା ସୁଦ୍ଧ ସୁନା ହୋଇଥିବା ଆବଶ୍ୟକ। ଏହି ମୂର୍ତ୍ତିକୁ ମନ୍ତ୍ର ମାଧ୍ୟମରେ ବିସର୍ଜନ କରି ଭଙ୍ଗା ନ ଯିବା ପର୍ଯ୍ୟନ୍ତ ବର୍ଷ ବର୍ଷ ଧରି ପୂଜା ମଧ୍ୟ କରି ହେବ।