Advertisment

୧୦ ବର୍ଷ ହେଲାଣି ଦୌଡ଼ୁଛନ୍ତି, ଘରଟିଏ ମିଳୁନି

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଚମ୍ପା ନାଏକ। ବୟସ ୬୦ ପାର ହେଲାଣି। ରହନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଟାଙ୍ଗିରି ପଞ୍ଚାୟତର ପୁରୁଣାଗଡ଼ ଗାଁରେ। ଭାରି ଦୁଃଖରେ କଟୁଛି ତାଙ୍କ ଜୀବନ। ୧୫ ବର୍ଷ ହେଲା ସ୍ୱାମୀ ଆରପାରିକୁ ଚାଲି ଯାଇଛନ୍ତି। ପୁଅବୋହୂ ବି ଆଗପଛ ହୋଇ ଅକାଳରେ ଛାଡ଼ି ଚାଲିଗଲେ ପ୍ରାୟ ୧୦ ବର୍ଷ ତଳେ। ଏକୁଟିଆ ହୋଇଥିଲେ ଯେନତେନ ପ୍ରକାରେ ଚଳି ଯାଇଥା’ନ୍ତେ ସେ। ହେଲେ ତାଙ୍କ ଉପରେ ଅଛି ତିନି ଜଣ […]

ଅଦ୍ୟତନ ହୋଇଛି
୧୦ ବର୍ଷ ହେଲାଣି ଦୌଡ଼ୁଛନ୍ତି, ଘରଟିଏ ମିଳୁନି

angul

Advertisment

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଚମ୍ପା ନାଏକ। ବୟସ ୬୦ ପାର ହେଲାଣି। ରହନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଟାଙ୍ଗିରି ପଞ୍ଚାୟତର ପୁରୁଣାଗଡ଼ ଗାଁରେ। ଭାରି ଦୁଃଖରେ କଟୁଛି ତାଙ୍କ ଜୀବନ। ୧୫ ବର୍ଷ ହେଲା ସ୍ୱାମୀ ଆରପାରିକୁ ଚାଲି ଯାଇଛନ୍ତି। ପୁଅବୋହୂ ବି ଆଗପଛ ହୋଇ ଅକାଳରେ ଛାଡ଼ି ଚାଲିଗଲେ ପ୍ରାୟ ୧୦ ବର୍ଷ ତଳେ। ଏକୁଟିଆ ହୋଇଥିଲେ ଯେନତେନ ପ୍ରକାରେ ଚଳି ଯାଇଥା’ନ୍ତେ ସେ। ହେଲେ ତାଙ୍କ ଉପରେ ଅଛି ତିନି ଜଣ ନାତିନାତୁଣୀଙ୍କ ଦାୟିତ୍ୱ। ତେବେ ବହୁ ଅଭାବ ଅନଟନରେ ଚଳୁଥିବା ଚମ୍ପାଙ୍କର ସବୁଠୁ ବଡ଼ ସମସ୍ୟା ହେଉଛି ଘର।

Advertisment

ଏକ ଭଙ୍ଗା ଚାଳଛପର ଘରେ ରହୁଛନ୍ତି ଚମ୍ପା ଓ ତାଙ୍କର ନାତିନାତୁଣୀ। ଅତି ଦୟନୀୟ ଅବସ୍ଥାରେ ସେମାନେ ସେଥିରେ ରହୁଛନ୍ତି। ୧୦ ବର୍ଷ ତଳେ ପକ୍କା ଘରଟିଏ ପାଇଁ ସେ ଆବେଦନ କରିଥିଲେ। ହେଲେ ଆଜି ଯାଏ ତାଙ୍କୁ ସରକାରଙ୍କ ତରଫରୁ ଘରଟିଏ ମିଳି ନାହିଁ। ଏଥିପାଇଁ ସେ ବହୁ ଚେଷ୍ଟା କରିଛନ୍ତି। ଅନେକ ଥର ବିଡିଓ, ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କୁ ଭେଟି ଅନୁରୋଧ କରିଛନ୍ତି, କିନ୍ତୁ କିଛି ଲାଭ ହୋଇନି। publive-image

ଚମ୍ପା ନାୟକ କହିଛନ୍ତି, “ବହୁ ଦୁଃଖରେ ଚଳୁଛି। ବ୍ରେନ୍‌ ମ୍ୟାଲେରିଆରେ ପ୍ରଥମେ ବୋହୂ ଚାଲିଗଲା। ତାର ବର୍ଷକ ପରେ ପୁଅ ମରିଗଲା। ବଡ଼ ନାତିକୁ ଦଶମ ଯାଏ ପଢ଼ାଇଲି। ପଇସା ନଥିବାରୁ ଆଉ ପଢ଼ାଇ ପାରିଲି ନାହିଁ। ସାନ ନାତି ଏବେ ନବମ ଶ୍ରେଣୀରେ ପଢୁଛି। ହେଲେ ପଇସା ନଥିବାରୁ  ନାତୁଣୀଙ୍କୁ ମଧ୍ୟ ସ୍କୁଲରେ ନାମ ଲେଖାଇପାରୁ ନାହିଁ। ଚାଉଳ ୫ କିଲୋ ଏବଂ ଭତ୍ତା ୫ ଶହ ଟଙ୍କା ପାଉଛି। ଏତିକିରେ ଆମେ ଚଳୁଛୁ। ଆଉ କାମ କରି ପାରୁ ନାହିଁ। ବର୍ଷା ହେଲେ ଘରୁ ପାଣି ଗଳୁଥିବାରୁ ରୋଷେଇ କରି ମୁଠେ ଖାଇ ପାରୁ ନାହୁଁ।”

Advertisment

ପୁରୁଣାଗଡ଼ବାସୀ ରୋହିତ କୁମାର ସାହୁ କହିଛନ୍ତି, “ଚମ୍ପା ନାଏକ କେବଳ ୫ ଶହ ଟଙ୍କା ଭତ୍ତା ଓ କିଛି ଚାଉଳରେ ତାଙ୍କ ପରିବାର ଚଳାଉଛନ୍ତି। ଘରଟିଏ ପାଇଁ ସେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି। କିନ୍ତୁ ଏଯାଏ ଘରଟିଏ ପାଇପାରି ନାହାନ୍ତି। ଜିଲ୍ଲାପାଳ ଓ ବିଡିଓଙ୍କ ଅବହେଳା ଯୋଗୁ ତାଙ୍କୁ ଘରଟିଏ ମିଳି ପାରୁ ନାହିଁ। ଆମେ ଦାବି କରୁଛୁ- ତାଙ୍କୁ ଘରଟିଏ ମିଳୁ। ଆଉ ତାଙ୍କ ନାତିନାଣୀଙ୍କୁ ପାଠ ପଢ଼ିବାକୁ ସବୁ ସୁବିଧା ମିଳୁ।”publive-image

ସ୍ୱେଚ୍ଛାସେବୀ ବୁଦ୍ଧଦେବ ବେହେରା କହିଛନ୍ତି, “ଚମ୍ପା ନାଏକ ଜଣେ ଅସହାୟ ମହିଳା। ତାଙ୍କର ଘର ଖଣ୍ଡିଏ ନାହିଁ। ଜିଲ୍ଲା ପ୍ରଶାସନକୁ ଯେତେ ଗୁହାରି କଲେ ମଧ୍ୟ  ଚମ୍ପାକୁ ଘର ଖଣ୍ଡିଏ ଦେଉ ନାହାନ୍ତି। ଘରଟିଏ ପାଇଁ ୧୦ ବର୍ଷ ହେଲାଣି ସେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ବିଡିଓ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଘରଟିଏ ମିଳୁ ନାହିଁ। ପ୍ରଶାସନ ପକ୍ଷରୁ ତାଙ୍କୁ ଘରଟିଏ ଦିଆଗଲେ ଉପକୃତ ହୋଇପାରିବେ।” publive-image

ଟାଙ୍ଗିରି ପଞ୍ଚାୟତର ସରପଞ୍ଚ ସସ୍ମିତା ପ୍ରଧାନ କହିଛନ୍ତି, “ଆମେ ଆମ ସ୍ତରରେ ସଂପୂର୍ଣ୍ଣ ପଦକ୍ଷେପ ନେଇଛୁ। ଯଥାସମ୍ଭବ ତାଙ୍କୁ ସରକାରୀ ସହାୟତା ମିଳିବା ନେଇ ଚେଷ୍ଟା କରୁଛୁ। ତାଙ୍କୁ ଭତ୍ତା ଓ ଚାଉଳ ମିଳୁଛି। ହେଲେ ଘର ଟିଏ ମିଳିପାରୁ ନାହିଁ। ଏନେଇ ଆମେ ଜିଲ୍ଲାପାଳ ଓ ବିଡିଓଙ୍କୁ ଦେଖା କରି ଜଣାଇଛୁ। ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆମକୁ କଥା ଦେଇଛନ୍ତି।” ତେବେ ବିଡିଓଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe