Advertisment

ଭୂମିହୀନଙ୍କ ଗାଁ! ଭୋଟର ପରିଚୟପତ୍ର ଛଡ଼ା ଆଉ କିଛି ପାଇନାହାନ୍ତି

ଯାଜପୁର (ଗୁଲାମ ଗସ): ଭୂମିହୀନଙ୍କ ଗାଁ! ଯେଉଁ ଗାଁ ଲୋକଙ୍କ ପାଖରେ ଭୋଟର ପରିଚୟପତ୍ର ଛଡ଼ା ଆଉ କିଛି ନାହିଁ। ନା ସେମାନଙ୍କ ପାଖରେ ରହିଛି ବାସସ୍ଥାନ ନା ପାଉଛନ୍ତି ସରକାରୀ ଯୋଜନାର ଲାଭ। କିନ୍ତୁ ସେମାନେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ ସାମିଲ ହେଉଛନ୍ତି ଓ ଭୋଟ ଦେଇ ନେତାଙ୍କ ମନପସନ୍ଦର ପ୍ରାର୍ଥୀଙ୍କ ବିଜୟରେ କର୍ଣ୍ଣଧାର ସାଜୁଛନ୍ତି। ସେମିତି ଏକ ଗାଁ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଗାଁର ନାଁ ବଲାଙ୍ଗିଆ। ବଣ ପାହାଡ଼ ଘେରା ଏହି […]

ଅଦ୍ୟତନ ହୋଇଛି
ଭୂମିହୀନଙ୍କ ଗାଁ! ଭୋଟର ପରିଚୟପତ୍ର ଛଡ଼ା ଆଉ କିଛି ପାଇନାହାନ୍ତି

HOME

Advertisment

ଯାଜପୁର (ଗୁଲାମ ଗସ): ଭୂମିହୀନଙ୍କ ଗାଁ! ଯେଉଁ ଗାଁ ଲୋକଙ୍କ ପାଖରେ ଭୋଟର ପରିଚୟପତ୍ର ଛଡ଼ା ଆଉ କିଛି ନାହିଁ। ନା ସେମାନଙ୍କ ପାଖରେ ରହିଛି ବାସସ୍ଥାନ ନା ପାଉଛନ୍ତି ସରକାରୀ ଯୋଜନାର ଲାଭ। କିନ୍ତୁ ସେମାନେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ ସାମିଲ ହେଉଛନ୍ତି ଓ ଭୋଟ ଦେଇ ନେତାଙ୍କ ମନପସନ୍ଦର ପ୍ରାର୍ଥୀଙ୍କ ବିଜୟରେ କର୍ଣ୍ଣଧାର ସାଜୁଛନ୍ତି। ସେମିତି ଏକ ଗାଁ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ।

Advertisment

ଗାଁର ନାଁ ବଲାଙ୍ଗିଆ। ବଣ ପାହାଡ଼ ଘେରା ଏହି ଗାଁକୁ ଯାଇଛି ଏକ ଆବୁଡ଼ାଖାବୁଡ଼ା ପଥୁରିଆ ରାସ୍ତା। ପ୍ରତିକ୍ଷଣ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ସେହି ରାସ୍ତାଦେଇ ଗାଁ ଲୋକେ ଯିବାଆସିବା କରିଥାଆନ୍ତି। ଗାଁରେ ବର୍ତ୍ତମାନ ୭୦ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଛନ୍ତି। ସମସ୍ତେ ପ୍ରାୟତଃ ଗରିବ ଶ୍ରେଣୀର। ମୁଲମଜୁରି ଲାଗି ପରିବାର ଭରଣ ପୋଷଣ କରୁଛନ୍ତି। ଦୁଃଖର ବିଷୟର ଗାଁରେ କାହାରି ନାହିଁ ନିଜର ଚାଷ ଜମି ବା ଜାଗା। ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ସେମାନେ ସରକାରୀ ଜାଗାରେ କାଳାତିପାତ କରୁଛନ୍ତି।

ବଲାଙ୍ଗିଆ ଗାଁ ଲୋକଙ୍କର ନିଜସ୍ୱ ଜମି ନାହିଁ। ତେଣୁ ଗାଁ ଲୋକେ ରାଜ୍ୟ ସରକାରଙ୍କ ‘ବସୁନ୍ଧରା’ ଯୋଜନାରେ ଜମି ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ସେମାନେ ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଗାଁ ଲୋକେ ଗୁହାରୀ କରିଛନ୍ତି। ମାତ୍ର ଗାଁ ଲୋକଙ୍କ ଅନୁରୋଧକୁ କେହି ଶୁଣୁନଥିବା ଅଭିଯୋଗ ହୋଇଛି।

Advertisment

ସେପଟେ ଗାଁ ଲୋକଙ୍କ ପାଖରେ ଜମି ପଟ୍ଟା ନଥିବାରୁ ସରକାରଙ୍କ ଲୋକାଭିମୁଖୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନାଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ବିଧବା ଭତ୍ତା ଓ ରାସନ ସାମଗ୍ରୀ ଗାଁ ଲୋକେ ପାଉନାହାନ୍ତି। ଆବାଶିକ ପ୍ରମାଣପତ୍ର ମିଳୁନଥିବାରୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। କିନ୍ତୁ ରାଜନେତାଙ୍କୁ ଖୁସ୍‌ କରିବା ପାଇଁ ଗାଁ ଲୋକଙ୍କ ପାଖରେ ରହିଛି ଭୋଟର ପରିଚୟପତ୍ର। ନିର୍ବାଚନ ପରି ମହାପର୍ବରେ ଏମାନେ ସାମିଲ୍‌ ହେଉଛନ୍ତି ଓ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଉଛନ୍ତି। ନେତାମାନେ ନିର୍ବାଚିତ ହେଲା ପରେ ଭୁଲି ଯାଉଛନ୍ତି ଗାଁ ଲୋକଙ୍କ ଦାବି ଓ ଅନୁରୋଧ।

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ସେଥିପାଇଁ ପୋଷ୍ଟର ଓ ବ୍ୟାନରରେ ଛାଇ ହୋଇଯାଇଛି ଗାଁ। ନେତାମାନେ ପ୍ରଚାର କରିବାକୁ ଗାଁକୁ ଆସୁଛନ୍ତି। ଭୋଟ୍‌ ଦେବାକୁ ଅନୁରୋଧ କରୁଛନ୍ତି। କିନ୍ତୁ ଆମ ଗାଁର ଦୀର୍ଘ ଦିନର ସମସ୍ୟା ସମାଧାନ କରୁନାହାନ୍ତି ବୋଲି କହିଛନ୍ତି ଜଣେ ଗ୍ରାମବାସୀ।

ଗମନାଗମନଠାରୁ ଆରମ୍ଭ କରି ସବୁପ୍ରକାର ମୌଳିକ ସୁବିଧାରୁ ଗାଁ ଲୋକେ ବଞ୍ଚିତ ହୋଇଛନ୍ତି। ପାଣି ମୁନ୍ଦାଏ ପାଇଁ ଗାଁ ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଗାଁ ପାଖ ଚୁଆ ଉପରେ ନିର୍ଭର କରୁଛନ୍ତି ଲୋକେ। ଗାଁରେ ଥିବା ପାନୀୟ ଜଳ ସମସ୍ୟା ଦୂର ପାଇଁ ଦୁଇଟି ନଳକୂପ ପ୍ରତିଷ୍ଠା କରାଯାଇଥିଲା। ସେଥିରୁ ଗୋଟିଏ ଅଚଳ ହୋଇପଡ଼ିଛି। ଅନ୍ୟଟିରେ ଗୋଳିଆ ପାଣି ବାହାରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଗାଁ ଲୋକେ ଅପରିଷ୍କାର ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe