Advertisment

ସାବାସ୍‌ ଲେଡି କମାଣ୍ଡାଣ୍ଟ : ମାଓଗଡ଼ ଜଗିଛନ୍ତି ୮ ମାସର ଗର୍ଭବତୀ ଝରଣା

ଦାନ୍ତେୱାଡା : ମାତୃଭୂମି ପାଇଁ ସେ ଭୁଲିଯାଆନ୍ତି ମାତୃତ୍ୱର କଥା। ଦେଶ ସେବା ପାଇଁ ସେ ଭୁଲିଯାଆନ୍ତି ନିଜ ଘର ସଂସାର କଥା । ପେଟରେ ୮ ମାସର ପିଲା ଥାଇ ବି ସେ  ହାତରେ ବନ୍ଧୁକ ଧରି ନିଜ କର୍ମକ୍ଷେତ୍ରକୁ ବାହାରି ପଡ଼ନ୍ତି। ଗର୍ଭରେ ଥିବା ପିଲା କଥା ଚିନ୍ତା ନକରି ସୀମାରେ ନକ୍ସଲଙ୍କ ଲଢ଼େଇ କରିବାକୁ ଯୋଦ୍ଧା ହୋଇ ପ୍ରସ୍ତୁତ ହୋଇ ଯାଆନ୍ତି। ତାଙ୍କ ପାଇଁ ମା’ର ମମତା ନୁହେଁ ବରଂ କର୍ତ୍ତବ୍ୟ ହେଉଛି ହେଉ […]

ଅଦ୍ୟତନ ହୋଇଛି
ସାବାସ୍‌ ଲେଡି କମାଣ୍ଡାଣ୍ଟ : ମାଓଗଡ଼ ଜଗିଛନ୍ତି ୮ ମାସର ଗର୍ଭବତୀ ଝରଣା

jharana-final

Advertisment

ଦାନ୍ତେୱାଡା : ମାତୃଭୂମି ପାଇଁ ସେ ଭୁଲିଯାଆନ୍ତି ମାତୃତ୍ୱର କଥା। ଦେଶ ସେବା ପାଇଁ ସେ ଭୁଲିଯାଆନ୍ତି ନିଜ ଘର ସଂସାର କଥା । ପେଟରେ ୮ ମାସର ପିଲା ଥାଇ ବି ସେ  ହାତରେ ବନ୍ଧୁକ ଧରି ନିଜ କର୍ମକ୍ଷେତ୍ରକୁ ବାହାରି ପଡ଼ନ୍ତି। ଗର୍ଭରେ ଥିବା ପିଲା କଥା ଚିନ୍ତା ନକରି ସୀମାରେ ନକ୍ସଲଙ୍କ ଲଢ଼େଇ କରିବାକୁ ଯୋଦ୍ଧା ହୋଇ ପ୍ରସ୍ତୁତ ହୋଇ ଯାଆନ୍ତି। ତାଙ୍କ ପାଇଁ ମା’ର ମମତା ନୁହେଁ ବରଂ କର୍ତ୍ତବ୍ୟ ହେଉଛି ହେଉ ମହାନ। ଏହି ମହିଳା ଜଣକ ହେଉଛନ୍ତି ଛତିଶଗଡ଼ ଦାନ୍ତେୱାଡାରେ କାର୍ଯ୍ୟରତ ମହିଳା କମାଣ୍ଡର ଝରଣା ପଟେଲ୍‌। ଦାନ୍ତେଶ୍ୱରୀ ଫାଇଟର୍ସ ମହିଳା କମାଣ୍ଡରଙ୍କୁ ଝରଣା ଲିଡ୍‌ କରିଥା’ନ୍ତି। ନକ୍ସଲ୍‌ ଉପଦ୍ରବ ଅଞ୍ଚଳରେ କେବେ ସ୍କୁଟି ଧରି ତ’ କେବେ ଚାଲି ଚାଲି ଡ୍ୟୁଟି କରନ୍ତି।

Advertisment

ନିଜ କାମକୁ  ନେଇ ଝରଣା କୁହନ୍ତି, ‘ମୁଁ କମାଣ୍ଡର କାର୍ଯ୍ୟରେ ନିୟୋଜିତ ହେବାର ଦୁଇମାସ ପରଠାରୁ ଗର୍ଭବତୀ ଅଛି। ଡ୍ୟୁଟି କରିବାରେ ମୋତେ କୌଣସି ପ୍ରକାର ଅସୁବିଧା ହେଉନାହିଁ। କୌଣସି ଅସୁବିଧା ମୁଁ ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ଜଣାଏ ନାହିଁ। ସମସ୍ତ କ୍ୟାମ୍ପ୍‌, ଭିଆଇପି ଡ୍ୟୁଟି ଓ ନିର୍ବାଚନ ସମୟରେ ଡ୍ୟୁଟି କରିଥାଏ। ଏପରିକି ନିର୍ବାଚନ ସମୟରେ ମୁଁ ବାଇକ୍‌ରେ ବୁଲି ବୁଲି ଡ୍ୟୁଟି କରିଥାଏ। ଯେଉଁ ଜାଗାକୁ ଯିବା ପାଇଁ ରାସ୍ତାର ସୁବିଧା ନାହିଁ, ସେହି ସ୍ଥାନରେ ଡ୍ୟୁଟି କରି ମଧ୍ୟ ମୁଁ ଫେରି ଆସିଛି।’

ଝରଣା ଆହୁରି ମଧ୍ୟ କହିଛନ୍ତି, ‘ଗର୍ଭରେ ପିଲା ଥିଲେ ମଧ୍ୟ ସବୁ କାମ ପାଇଁ ମୋ ପାଖରେ ଆତ୍ମବିଶ୍ୱାସ ଓ ଉତ୍ସାହ ରହିଛି। ଉଚ୍ଚ ଅଧିକାରୀ ଆଦେଶ ଦେଲେ ମୁଁ ସବୁ କାର୍ଯ୍ୟ କରିପାରିବି। ମୋ ପରିବାରରେ କେହି ବି ମୋତେ ଡ୍ୟୁଟି କରିବାକୁ ମନା କରନ୍ତି ନାହିଁ। ବରଂ ମୋତେ ଉତ୍ସାହିତ କରିଥା’ନ୍ତି। ମୋ ସ୍ୱାମୀ ମଧ୍ୟ ସେନାରେ ଜଣେ ଅଧିକାରୀ।’

Advertisment

ଝରଣାଙ୍କ କାର୍ଯ୍ୟକୁ ପ୍ରଶଂସା କରି ଉଚ୍ଚ ଅଧିକାରୀ କହିଛନ୍ତି ଯେ, ‘ଛତିଶଗଡ଼ର ନକ୍ସଲ ଉପଦ୍ରବ ଅଞ୍ଚଳରେ ଡ୍ୟୁଟି କରିବା ଯୋଗୁଁ ଝରଣାଙ୍କର ପ୍ରଥମ ଗର୍ଭ ନଷ୍ଟ ହୋଇସାରିଛି। ତଥାପି ସେ ଦନ୍ତେଶ୍ୱରୀ ଫାଇଟର୍ସସଙ୍କ ମହିଳା କମାଣ୍ଡରଙ୍କୁ ଲିଡ୍‌ କରନ୍ତି । ବର୍ତ୍ତମାନ ସେ ୮ ମାସର ଗର୍ଭବତୀ ଥାଇ ବି କାର୍ଯ୍ୟ କରୁଛନ୍ତି। ଅନ୍ୟ ମହିଳାଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି। ସେଥିପାଇଁ ମହିଳା କମାଣ୍ଡରଙ୍କ ସଂଖ୍ୟା ବଢ଼ିଛି।
ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରେ ଝରଣାଙ୍କ ପରି ଜଣେ ନାରୀ ଶକ୍ତି ପ୍ରମାଣ କରି ଦେଖାଇଛନ୍ତି ଯେ, ମହିଳାମାନେ ମଧ୍ୟ ପୁରୁଷଙ୍କ ତୁଳନାରେ କୌଣସି ଗୁଣରେ କମ୍‌ ନୁହଁନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe