ପାକିସ୍ତାନ ଓ ଚୀନ ସମେତ ୮୪ଟି ଦେଶରେ ରହିଛି ଗାନ୍ଧିଙ୍କ ପ୍ରତିମା

ନୂଆଦିଲ୍ଲୀ: ମହାନ ରାଷ୍ଟ୍ରନାୟକ ତଥା ଜାତିର ଜନକ ମହାତ୍ମା ଗାନ୍ଧିଙ୍କର ବଳିଦାନ ଅତୁଳନୀୟ। ଅହିଂସାର ବାର୍ତ୍ତା ଦେଇଥିବା, ସ୍ୱାଧୀନତା ସଂଗ୍ରାମର ଏହି ମୁଖ୍ୟ ପୁରୋଧାଙ୍କର ଅନେକ ପ୍ରଶଂସକ ରହିଛନ୍ତି। କେବଳ ଭାରତରେ ନୁହେଁ, ପୂରା ବିଶ୍ୱରେ ମହାତ୍ମା ଗାନ୍ଧିଙ୍କର ଚର୍ଚ୍ଚା ହୁଏ। ମହାତ୍ମା ଗାନ୍ଧି ଜଣେ ଏମିତି ବିରଳ ମହାପୁରୁଷ ଯାହାଙ୍କ ପ୍ରଶଂସକ ଆପଣଙ୍କୁ ପାକିସ୍ତାନ, ଚୀନ, ବ୍ରିଟେନ୍‌, ଆମେରିକା ଏବଂ ଜର୍ମାନୀଠୁ ନେଇ ଅନେକ ଆଫ୍ରିକା ଦେଶରେ ମିଳିବେ। ସେଥିପାଇଁ ତ ୮୪ଟି ଦେଶରେ ତାଙ୍କର […]

g2

g2

Biswobandita Swain
  • Published: Tuesday, 01 October 2019
  • Updated: 01 October 2019, 01:19 PM IST

Sports

Latest News

ନୂଆଦିଲ୍ଲୀ: ମହାନ ରାଷ୍ଟ୍ରନାୟକ ତଥା ଜାତିର ଜନକ ମହାତ୍ମା ଗାନ୍ଧିଙ୍କର ବଳିଦାନ ଅତୁଳନୀୟ। ଅହିଂସାର ବାର୍ତ୍ତା ଦେଇଥିବା, ସ୍ୱାଧୀନତା ସଂଗ୍ରାମର ଏହି ମୁଖ୍ୟ ପୁରୋଧାଙ୍କର ଅନେକ ପ୍ରଶଂସକ ରହିଛନ୍ତି। କେବଳ ଭାରତରେ ନୁହେଁ, ପୂରା ବିଶ୍ୱରେ ମହାତ୍ମା ଗାନ୍ଧିଙ୍କର ଚର୍ଚ୍ଚା ହୁଏ। ମହାତ୍ମା ଗାନ୍ଧି ଜଣେ ଏମିତି ବିରଳ ମହାପୁରୁଷ ଯାହାଙ୍କ ପ୍ରଶଂସକ ଆପଣଙ୍କୁ ପାକିସ୍ତାନ, ଚୀନ, ବ୍ରିଟେନ୍‌, ଆମେରିକା ଏବଂ ଜର୍ମାନୀଠୁ ନେଇ ଅନେକ ଆଫ୍ରିକା ଦେଶରେ ମିଳିବେ। ସେଥିପାଇଁ ତ ୮୪ଟି ଦେଶରେ ତାଙ୍କର ୧୧୦ରୁ ଅଧିକ ମୂର୍ତ୍ତି ସ୍ଥାପନ କରାଯାଇଛି।

ବିଦେଶ ମନ୍ତ୍ରାଳୟର ୱେବ୍‌ସାଇଟ୍‌ରେ ଥିବା ସୂଚନାର ଆଧାରରେ, ଆମେରିକାରେ ମହାତ୍ମା ଗାନ୍ଧିଙ୍କର ୮ଟି ମୂର୍ତ୍ତି ରହିଛି। ଜର୍ମାନୀର ବ୍ରିମେନ୍‌ ସହରରେ ୧୧ଟି ମୂର୍ତ୍ତି ରହିଥିବା ବେଳେ ଋଷ, ଚୀନ ଏବଂ କମ୍ୟୁନିଷ୍ଟ ଦେଶରେ ମଧ୍ୟ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୋଇଛି।

ସ୍ପେନ୍‌ର ବୁର୍ଗସ ସହରରେ, ବ୍ରିଟେନ୍‌ର ଲିସେଷ୍ଟର ଏବଂ ଆମେରିକାର ୱାସିଂଟନର ବେଲେବୁଏରେ ମଧ୍ୟ ବାପୁଙ୍କର ମୂର୍ତ୍ତି ରହିଛି।

ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧିଙ୍କର ତିନୋଟି ମୂର୍ତ୍ତି ରହିଛି। ଶ୍ରୀଲଙ୍କାର ଜାଫନା କ୍ଷେତ୍ରରେ ବାପୁଙ୍କର ପ୍ରତିମା ରହିଛି। କାନାଡାର ଅଣ୍ଟାରିଓ ସହରରେ ବାପୁଙ୍କର ୩ଟି ମୂର୍ତ୍ତି ରହିଛି। ସେହିପରି ଇଟାଲି, ଆର୍ଜେଣ୍ଟିନା, ବ୍ରାଜିଲ୍‌ ଏବଂ ଅଷ୍ଟ୍ରେଲିଆରେ ଗାନ୍ଧିଙ୍କର ଦୁଇ ଦୁଇଟି ମୂର୍ତ୍ତି ସ୍ଥାପିତ ହୋଇଛି। ଏହା ବ୍ୟତୀତ ରୁଷର ମାସ୍କୋ ଏବଂ ସ୍ୱିଜରଲ୍ୟାଣ୍ଡର ଜିନିବାରେ ବାପୁଙ୍କର ଆଜି ବି ସତ୍ୟ ଏବଂ ଅହିଂସାର ପ୍ରତୀକ ସଦୃଶ ମୂର୍ତ୍ତି ସ୍ଥାପନା କରାଯାଇଛି।

ଏଥିସହ ବିଦେଶ ମନ୍ତ୍ରାଳୟର ସୂଚନା ଅନୁଯାୟୀ ବାପୁଙ୍କ ପ୍ରତିମା ଇରାକ, ଇଣ୍ଡୋନେସିଆ, ଫ୍ରାନ୍ସ, ଇଜିପ୍ଟ, ଫିଜି, ଇଥିଓପିଆ, ଘାନା, ଗୁୟାନା, ହଂଙ୍ଗେରି, ଜାପାନ, ବେଲାରସ୍‌, ବେଲ୍‌ଜିୟମ, କୋଲମ୍ବିଆ, କୁୱେତ୍‌, ନେପାଳ, ମାଲୱି, ନ୍ୟୁଜଲାଣ୍ଡ, ପୋଲାଣ୍ଡ, ସାଉଥ୍‌ କୋରିଆ, ସିଙ୍ଗାପୁର, ସେରବିଆ, ମଲେସିଆ, ୟୁଏଇ, ୟୁଗାଣ୍ଡା, ପେରୁ, ତୁର୍କମେନିସ୍ତାନ, କ୍ୟାଟର, ଭିଏତନାମ, ସାଉଦି ଆରବ, ସ୍ପେନ୍‌, ସୁଦାନ, ତାଞ୍ଜାନିଆ ପରି ଦେଶରେ ମଧ୍ୟ ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos