Advertisment

୮୫ବର୍ଷୀୟ ବୃଦ୍ଧ ଗାଁରେ ଖୋଳିଛନ୍ତି ୧୬ଟି ଗାଡିଆ: ‘ମନ କି ବାତ୍‌’ରେ ମୋଦି କଲେ ପ୍ରଶଂସା

ନୂଆଦିଲ୍ଲୀ: ‘ଅକେଲା ଚନା କ୍ୟା ଭାଡ ଫୋଡ ସକ୍‌ତା ହୈ?’ ହିନ୍ଦୀର ଏହି ଉକ୍ତିଟିକୁ ଆପଣ ଶୁଣିଥିବେ। ଯାହାର ଅର୍ଥ ହେଉଛି, ଜଣେ ନେତା ବା ଶାସକ ଯେତେ ବି ଶକ୍ତିଶାଳୀ ଏବଂ ସକ୍ଷମ କାହିଁକି ନହେଉ, ସେ ଚାହିଁଲେ କୌଣସି ବଡ ପରିବର୍ତ୍ତନ କରିପାରିବେ ନାହିଁ। ଯଦି ଲୋକମାନେ ପରିବର୍ତ୍ତନ ପାଇଁ ମାନସିକ ସ୍ଥରରେ ପ୍ରସ୍ତୁତ ନଥିବେ। ଆଉ ଯଦି ଇଚ୍ଛା ଥାଏ ଜଣେ ମଣିଷ ଅନେକ ଅସମ୍ଭବକୁ ସମ୍ଭବ କରି ଦେଖାଇପାରିବ। ଆଜି ଆମେ […]

ଅଦ୍ୟତନ ହୋଇଛି
୮୫ବର୍ଷୀୟ ବୃଦ୍ଧ ଗାଁରେ ଖୋଳିଛନ୍ତି ୧୬ଟି ଗାଡିଆ: ‘ମନ କି ବାତ୍‌’ରେ ମୋଦି କଲେ ପ୍ରଶଂସା

gad-n

Advertisment

ନୂଆଦିଲ୍ଲୀ: ‘ଅକେଲା ଚନା କ୍ୟା ଭାଡ ଫୋଡ ସକ୍‌ତା ହୈ?’ ହିନ୍ଦୀର ଏହି ଉକ୍ତିଟିକୁ ଆପଣ ଶୁଣିଥିବେ। ଯାହାର ଅର୍ଥ ହେଉଛି, ଜଣେ ନେତା ବା ଶାସକ ଯେତେ ବି ଶକ୍ତିଶାଳୀ ଏବଂ ସକ୍ଷମ କାହିଁକି ନହେଉ, ସେ ଚାହିଁଲେ କୌଣସି ବଡ ପରିବର୍ତ୍ତନ କରିପାରିବେ ନାହିଁ। ଯଦି ଲୋକମାନେ ପରିବର୍ତ୍ତନ ପାଇଁ ମାନସିକ ସ୍ଥରରେ ପ୍ରସ୍ତୁତ ନଥିବେ। ଆଉ ଯଦି ଇଚ୍ଛା ଥାଏ ଜଣେ ମଣିଷ ଅନେକ ଅସମ୍ଭବକୁ ସମ୍ଭବ କରି ଦେଖାଇପାରିବ। ଆଜି ଆମେ ସେମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯେ ୮୫ବର୍ଷ ବୟସରେ ଏକା ନିଜ ଗାଁରେ ଗାଡିଆ ଖୋଳିଛନ୍ତି। ଏଥିପାଇଁ ନିକଟରେ 'ମନ୍ ‌କି ବାତ୍‌'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

Advertisment

୮୫ବର୍ଷୀୟ ଏହି ବୃଦ୍ଧ ଜଣଙ୍କ ନାଁ ହେଉଛି କାମେଗୌଡା। ସେ କର୍ଣ୍ଣାଟକର ମଣ୍ଡାବଲିରେ ରୁହନ୍ତି। ପେଶାରେ ସେ ଜଣେ ସାଧାରଣ କୃଷକ ଟିଏ। କିନ୍ତୁ ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ପାଇଁ ଆଜି ସେ ଚର୍ଚ୍ଚିତ। ଏ ବୟସରେ ମଧ୍ୟ କାମେଗୌଡା ଗାଇଗୋରୁଙ୍କୁ ବିଲକୁ ଚରେଇ ନିଅନ୍ତି। ଏଥିସହ ସେ ତାଙ୍କ ଗାଁରେ କିଛି ଗାଡିଆ ମଧ୍ୟ ଖୋଳିଛନ୍ତି।

Advertisment

କାମେଗୌଡାଙ୍କ କହିବା ଅନୁଯାୟୀ, ତାଙ୍କ ଗାଁରେ ପାଣିର ସମସ୍ୟା ଦେଖାଦେଇଥିଲା। ତେଣୁ ସେ ପାଣିର ସମସ୍ୟା ଦୂର କରିବା ପାଇଁ ତଥା ଜଳ ସଂରକ୍ଷଣ କରିବା ପାଇଁ ଛୋଟ ଛୋଟ ଗାଡିଆ ତିଆରି କରିବା ଆରମ୍ଭ କରିଦେଇଥିଲେ। ଏପର୍ଯ୍ୟନ୍ତ କାମେଗୌଡା ୧୬ଗାଡିଆ ଖୋଳି ସାରିଲେଣି। କାମେଗୌଡା ବିନା କାହାର ସାହାଯ୍ୟରେ ଏହି ଗାଡିଆ ସବୁ ଖୋଳିଛନ୍ତି। ଏହି ଗାଡିଆ ପାଇଁ ପୂର୍ବ ଅପେକ୍ଷା ଏବେ କାମେଗୌଡାଙ୍କ ଗାଁ ଜଳ ସମସ୍ୟା କମ୍‌ ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe