Advertisment

୪୦ ବର୍ଷର ସ୍କୁଲ; ବାଉଁଶ ବତା କାନ୍ଥକୁ ଟିଣ ଛପର

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ)- ନାହିଁ ନାହିଁରେ ଚାଲିଛି ୪୦ ବର୍ଷର ସ୍କୁଲ । ମୁଣ୍ଡରେ ଛାତ ନାହିଁ, ଚାରିପଟେ କାନ୍ଥ ନାହିଁ କି ବସିବାକୁ ପଲସ୍ତରା ନାହିଁ । ବାଉଁଶ ବତା ଦ୍ୱାରା ଘେରା ଯାଇଥିବା ଏକ କୋଠରୀ ବିଶିଷ୍ଟ ଗୃହରେ ଉପରେ ପଡ଼ିଛି ଟିଣ। ତଳ ଏବେବି ମାଟି ଥିବା ବେଳେ ତାହା ଉପରେ ବସି ନିଜ ସୁନେଲି ଭବିଷ୍ୟତ ଗଢ଼ିବାରେ ବ୍ୟସ୍ତ ରହୁଛନ୍ତି କଅଁଳ ଛାତ୍ରଛାତ୍ରୀ। ଏଠାରେ ମାତ୍ର ହାତଗଣତି କିଛି  ଛାତ୍ରଛାତ୍ରୀ ଥିବା […]

author-image
Niharika Rout
୪୦ ବର୍ଷର ସ୍କୁଲ; ବାଉଁଶ ବତା କାନ୍ଥକୁ ଟିଣ ଛପର

pic

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ)- ନାହିଁ ନାହିଁରେ ଚାଲିଛି ୪୦ ବର୍ଷର ସ୍କୁଲ । ମୁଣ୍ଡରେ ଛାତ ନାହିଁ, ଚାରିପଟେ କାନ୍ଥ ନାହିଁ କି ବସିବାକୁ ପଲସ୍ତରା ନାହିଁ । ବାଉଁଶ ବତା ଦ୍ୱାରା ଘେରା ଯାଇଥିବା ଏକ କୋଠରୀ ବିଶିଷ୍ଟ ଗୃହରେ ଉପରେ ପଡ଼ିଛି ଟିଣ। ତଳ ଏବେବି ମାଟି ଥିବା ବେଳେ ତାହା ଉପରେ ବସି ନିଜ ସୁନେଲି ଭବିଷ୍ୟତ ଗଢ଼ିବାରେ ବ୍ୟସ୍ତ ରହୁଛନ୍ତି କଅଁଳ ଛାତ୍ରଛାତ୍ରୀ। ଏଠାରେ ମାତ୍ର ହାତଗଣତି କିଛି  ଛାତ୍ରଛାତ୍ରୀ ଥିବା ବେଳେ ଶିକ୍ଷକ ସଂଖ୍ୟା ବି ଏକ । ଶିକ୍ଷକଜଣକ ନିଜ ମନମୁଖୀ ଭାବେ ସପ୍ତାହରେ ୨ରୁ ୩ ଦିନ ଆସୁଥିବା ବେଳେ ଘଣ୍ଟାକରେ ପାଠ ପଢ଼ା ସାରି ପଳାଉଛନ୍ତି। ଶିକ୍ଷା ବ୍ୟବସ୍ଥାର ଏପରି ବିକଳ ଚିତ୍ର ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ  ଆରବଟି ଗ୍ରାମରେ ଦେଖିବାକୁ ମିଳିଛି।

Advertisment

[caption id="attachment_787689" align="aligncenter" width="650"]pic ଆରବାଟି ଗ୍ରାମରେ ଥିବା ସରକାରୀ ସ୍କୁଲ ।[/caption]

ସବୁ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ, ସମସ୍ତଙ୍କ ପାଇଁ ଶିକ୍ଷା ବ୍ୟବସ୍ଥାକୁ ମାଗଣା ତଥା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏଥିନିମନ୍ତେ ସ୍କୁଲଗୁଡ଼ିକୁ ୫ଟି ଅଧୀନକୁ ନିଆଯାଇ ଏହାର ନବୀକରଣ କରାଯାଉଛି। ଏପରିକି ସ୍ମାର୍ଟ ସ୍କୁଲ, ସ୍ମାର୍ଟ ବ୍ଲାକବୋର୍ଡ, ଆଉ ମନଲୋଭା ଗାର୍ଡେନ ବ୍ୟବସ୍ଥା ବି କରାଯାଊଛି। ହେଲେ ଆରବଟି ଗ୍ରାମର ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏସବୁର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନି ।

Advertisment

[caption id="attachment_787690" align="aligncenter" width="650"]school ଶିକ୍ଷକଙ୍କ ଅପେକ୍ଷାରେ ପିଲା[/caption]

ବାଉଁଶ ବତାଘେରା ଏକ ଅସୁରକ୍ଷିତ କୁଡ଼ିଆରେ ଚାଲିଛି ପାଠପଢ଼ା। ଚଟାଣ କହିଲେ ଗୋବର ଲିପା ହୋଇ ତା’ ଉପରେ ପାଠ ପଢ଼ୁଛନ୍ତି ପିଲା।  ଏଠାରେ ମାତ୍ର ୮,୧୦ଟି ପିଲା ପାଠ ପଢ଼ୁଥିବା ବେଳେ ସେମାନେ ଆସିବା ପୂର୍ବରୁ ଅଭିଭାବକ ଆସି ପ୍ରଥମେ ଝାଡୁ କରି ଜରିପାଲ ପକାଇ ବସନ୍ତି। ଚାରି ପାର୍ଶ୍ଵରେ ବାଉଁଶ ଘେରା ହୋଇଥିବା ଯୋଗୁ ବିଷାକ୍ତ ସରୀସୃପ ପଶିଯିବା ଡରରେ ଅଭିଭାବକମାନେ ପାଳି କରି ପିଲାଙ୍କୁ ଜଗି ରୁହନ୍ତି ।

[caption id="attachment_787691" align="aligncenter" width="650"]pic ଆରବାଟି ଗ୍ରାମ ସ୍କୁଲ ।[/caption]

ଏହି ପିଲାଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ସିଏ ବି ନିଜ ମନଇଚ୍ଛା କାମ କରନ୍ତି। ଇଚ୍ଛା ହେଲେ ଆସନ୍ତି, ନ ହେଲେ ନାହିଁ। ସପ୍ତାହର ୬ ଦିନ ସ୍କୁଲ ଖୋଲା ରହୁଥିବା ବେଳେ ଏଠାରେ କିନ୍ତୁ ଶିକ୍ଷକଙ୍କ ଇଚ୍ଛାରେ ପତ୍ର ହଲେ। ଶିକ୍ଷକଜଣକ ସପ୍ତାହକୁ ୨ରୁ ୩ ଦିନ ଆସନ୍ତି, ତାହା ପୁଣି ମାତ୍ର ଘଣ୍ଟାକ ପାଇଁ । ଘଣ୍ଟାଏ ମଧ୍ୟରେ ଜଣେ ଶିକ୍ଷକ ପିଲାଙ୍କୁ କ’ଣ ଶିକ୍ଷାଦାନ କରିପାରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

[caption id="attachment_787692" align="aligncenter" width="650"]pic ଶିକ୍ଷକଙ୍କୁ ଅପେକ୍ଷା କରି ଏକ ଛାତ୍ର ଶୋଇ ପଡ଼ିଛି।[/caption]

୧୯୭୨ ମସିହାରୁ ଏ ସ୍କୁଲ ଖୋଲିଛି । ଦୀର୍ଘ ୪୦ ବର୍ଷ ବିତି ଯିବା ସତ୍ତ୍ୱେ ଏଠାରେ ସ୍କୁଲଟିଏ ନିର୍ମାଣ ହୋଇପାରିନି । ଆଦର୍ଶ କି ସ୍ମାର୍ଟ ସ୍କୁଲ ତ ଦୂରର କଥା।  ମାଲକାନଗିରି ପ୍ରଶାସନିକ ଅଧିକାରୀ ଏହି ସ୍କୁଲ ପ୍ରତି ନଜର ଦେଉ ନ ଥିବାରୁ ଏହା ଏବେବି ଅବହେଳିତ ହୋଇ ପଡ଼ି ରହିଛି।