Advertisment

ବନ୍ୟା ପ୍ରଭାବିତଙ୍କୁ ସହାୟତା ପାଇଁ ଝିଅର ନିର୍ବନ୍ଧକୁ କ୍ୟାନ୍‌ସଲ୍‌ କଲେ, ଖର୍ଚ୍ଚ ହେବାକୁ ଥିବା ଟଙ୍କା ରିଲିଫ୍‌ ଫଣ୍ଡ୍‌କୁ ଦେଲେ, ଏହି ସାମ୍ବାଦିକ

ଥିରୁଅନନ୍ତପୁରମ୍‌: ଭୟାବହ ବନ୍ୟା ଯୋଗୁ କେରଳରେ ଏଯାଏ ୩୩୮ ଜଣଙ୍କର ପ୍ରାଣହାନି ଘଟିଲାଣି। ଏବେ ବି ବହୁ ଜିଲ୍ଲା ପାଣି ଘେରରେ ଥିବାବେଳେ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟାର କ୍ରୁରତାକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାଜ୍ୟକୁ ୬୦୦ କୋଟି ଟଙ୍କାର ସହାୟତା ରାଶି ଦେଇଛନ୍ତି। ପଞ୍ଜାବ ଓ ଓଡ଼ିଶା ସରକାର ମଧ୍ୟ ସହାୟତା ରାଶି ପ୍ରଦାନ କରିଛନ୍ତି। ତେବେ କେବଳ କେନ୍ଦ୍ର କି ବିଭିନ୍ନ ରାଜ୍ୟର ସରକାର ନୁହନ୍ତି, ସାଧାରଣ ଲୋକେ […]

author-image
Abinash Pati
ବନ୍ୟା ପ୍ରଭାବିତଙ୍କୁ ସହାୟତା ପାଇଁ ଝିଅର ନିର୍ବନ୍ଧକୁ କ୍ୟାନ୍‌ସଲ୍‌ କଲେ, ଖର୍ଚ୍ଚ ହେବାକୁ ଥିବା ଟଙ୍କା ରିଲିଫ୍‌ ଫଣ୍ଡ୍‌କୁ ଦେଲେ, ଏହି ସାମ୍ବାଦିକ

journalist

ଥିରୁଅନନ୍ତପୁରମ୍‌: ଭୟାବହ ବନ୍ୟା ଯୋଗୁ କେରଳରେ ଏଯାଏ ୩୩୮ ଜଣଙ୍କର ପ୍ରାଣହାନି ଘଟିଲାଣି। ଏବେ ବି ବହୁ ଜିଲ୍ଲା ପାଣି ଘେରରେ ଥିବାବେଳେ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

Advertisment

ବନ୍ୟାର କ୍ରୁରତାକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାଜ୍ୟକୁ ୬୦୦ କୋଟି ଟଙ୍କାର ସହାୟତା ରାଶି ଦେଇଛନ୍ତି। ପଞ୍ଜାବ ଓ ଓଡ଼ିଶା ସରକାର ମଧ୍ୟ ସହାୟତା ରାଶି ପ୍ରଦାନ କରିଛନ୍ତି।

ତେବେ କେବଳ କେନ୍ଦ୍ର କି ବିଭିନ୍ନ ରାଜ୍ୟର ସରକାର ନୁହନ୍ତି, ସାଧାରଣ ଲୋକେ ମଧ୍ୟ ବନ୍ୟାଦୁର୍ଗତଙ୍କୁ ଆର୍ଥିକ ସହାୟତା ପାଇଁ ଆଗେଇ ଆସିଛନ୍ତି। କେରଳର ଜଣେ ବରିଷ୍ଠ ସାମ୍ବାଦିକ ନିଜ ଝିଅର ନିର୍ବନ୍ଧ ଉତ୍ସବକୁ ବାତିଲ୍ କରି ଏଥିପାଇଁ ରଖିଥିବା ଟଙ୍କାକୁ ରିଲିଫ୍‌ ଫଣ୍ଡ୍‌କୁ ଦାନ କରିଛନ୍ତି।

Advertisment

publive-imageସୂଚନା ଅନୁଯାୟୀ, ମଲାୟାଲମ୍‌ ଖବରକାଗଜ 'ଦେଶାଭିମାନି'ର ଏଡିଟର ପିଏମ୍‌ ମନୋଜ ବନ୍ୟାର ଭୟାବହତାକୁ ଅନୁଭବ କରିବା ପରେ ତୁରନ୍ତ ନିଜ ଭାବୀ ଜ୍ୱାଇଁଙ୍କୁ ଡକାଇ ନିର୍ବନ୍ଧ ଉତ୍ସବକୁ ସ୍ଥଗିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଉଭୟ ଆଲୋଚନା କରି ରବିବାର କନ୍ନୁରରେ ହେବାକୁ ଥିବା ଏହି ନିର୍ବନ୍ଧ ଉତ୍ସବକୁ ବାତିଲ୍ କରିଦେବା ସହ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଟଙ୍କାକୁ ବନ୍ୟା ପ୍ରଭାବିତଙ୍କ ପାଇଁ ଉଦ୍ଦିଷ୍ଟ ରିଲିଫ୍‌ ଫଣ୍ଡ୍‌କୁ ପ୍ରଦାନ କରିଛନ୍ତି।

ମନୋଜଙ୍କ କହିଛନ୍ତି, 'ମୋ' ଝିଅ ଦେବୀଙ୍କ ସହ ଆଡ୍‌ଭୋକେଟ୍‌ ସୁଧାକରନ୍‌ଙ୍କ ନିର୍ବନ୍ଧ ଅଗଷ୍ଟ୧୯ ତାରିଖରେ ହେବାର ଥିଲା। କିନ୍ତୁ ବନ୍ୟାର ବିତ୍ପାତ ଦେଖି ଆମେ ନିର୍ବନ୍ଧ ସମାରୋହକୁ ବାତିଲ୍ କରି ଦେଇଛୁ। ଉଭୟ ପରିବାରର ନିଷ୍ପତ୍ତି ଅନୁସାରେ, ନିର୍ବନ୍ଧ ଉତ୍ସବ ପାଇଁ ଥିବା ଟଙ୍କାକୁ ଆମେ ରିଲିଫ୍‌ ଫଣ୍ଡ୍‌କୁ ଡୋନେଟ୍‌ କରିଦେଲୁ'।