Advertisment

ଏମିତି ଗାଁ: ଯିବାକୁ ରାସ୍ତା ନାହିଁ, କିନ୍ତୁ ପାଇଛି ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା

କୌଣସି ଗାଁକୁ ରାସ୍ତା ନ ଥିଲେ ଆପଣ ସେଠାରେ ରହିବାକୁ ଇଚ୍ଛା କରିବେ କି ? ଏଥିପାଇଁ ଯଦି ଆପଣଙ୍କୁ ପ୍ରଚୁର ଅର୍ଥ ଦିଆଯିବ ତଥାପି ସେଠାରେ ରହିବେ କି ? ନିଶ୍ଚିତ ଆପଣଙ୍କ ଉତ୍ତର ନାଁ ହେବ। ନେଦରଲ୍ୟାଣ୍ଡରେ ଅଛି ଏମିତି ଏକ ଗାଁ, ଯେଉଁଠିକୁ ଯିବାକୁ ରାସ୍ତାଟିଏ ବି ନାହିଁ। ହେଲେ ଏ ଗାଁକୁ ଯିଏ ଥରଟିଏ ବି ଯାଇଛନ୍ତି ସେଠାରେ ସବୁଦିନ ରହିଯିବାକୁ ଇଚ୍ଛା କରିଛନ୍ତି। ଆପଣ ଭାବୁଥିବେ, ଏମିତି କ’ଣ ରହିଛି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଏମିତି ଗାଁ: ଯିବାକୁ ରାସ୍ତା ନାହିଁ, କିନ୍ତୁ ପାଇଛି ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା

village11

କୌଣସି ଗାଁକୁ ରାସ୍ତା ନ ଥିଲେ ଆପଣ ସେଠାରେ ରହିବାକୁ ଇଚ୍ଛା କରିବେ କି ? ଏଥିପାଇଁ ଯଦି ଆପଣଙ୍କୁ ପ୍ରଚୁର ଅର୍ଥ ଦିଆଯିବ ତଥାପି ସେଠାରେ ରହିବେ କି ? ନିଶ୍ଚିତ ଆପଣଙ୍କ ଉତ୍ତର ନାଁ ହେବ। ନେଦରଲ୍ୟାଣ୍ଡରେ ଅଛି ଏମିତି ଏକ ଗାଁ, ଯେଉଁଠିକୁ ଯିବାକୁ ରାସ୍ତାଟିଏ ବି ନାହିଁ। ହେଲେ ଏ ଗାଁକୁ ଯିଏ ଥରଟିଏ ବି ଯାଇଛନ୍ତି ସେଠାରେ ସବୁଦିନ ରହିଯିବାକୁ ଇଚ୍ଛା କରିଛନ୍ତି। ଆପଣ ଭାବୁଥିବେ, ଏମିତି କ’ଣ ରହିଛି ଏ ଗାଁରେ ଯେ, ଲୋକେ ସେଠି ରହିବାକୁ ଚାହିଁବେ ଆଜୀବନ । ଆସନ୍ତୁ ଜାଣିବା ଗାଁର ଏହି ବିଶେଷତ୍ୱ ବିଷୟରେ, ଯାହା ହୁଏତ ଆପଣଙ୍କୁ ବିମୋହିତ କରିଦେବ।

Advertisment

ନେଦରଲ୍ୟାଣ୍ଡର ଏ ଗାଁଟିର ନାଁ ହେଲା ଗିଏଥୁନର। ରାସ୍ତା ନ ଥିବା ଏହି ଗାଁକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିଛନ୍ତି ନେଦରଲ୍ୟାଣ୍ଡ ସରକାର। କାରଣ ଗାଁଟିକୁ ଘେରି ରହିଛି ଏକ ମନୋରମ କେନାଲ। ଗାଁ ଭିତରକୁ କିମ୍ବା କାହାର ଘରକୁ ଯଦି ଆପଣଙ୍କୁ ଯିବାର ଅଛି, ତେବେ ଏକମାତ୍ର ଭରସା ହେଲା ବିଦ୍ୟୁତ୍‌ ଚାଳିତ ବୋଟ୍‌ । ଏହାସହ ଗ୍ରାମବାସୀ କାଠରେ ଛୋଟ ଛୋଟ ପୋଲ ବି ତିଆରି କରିଛନ୍ତି ନିଜେ ଯ଼ିବାଆସିବା କରିବାକୁ ।

ମସିହାରେ ହୋଇଥିବା ଏକ ଭୂମିକମ୍ପରେ ଏହି ଅଞ୍ଚଳରେ ପାଣି ଭରି ଯାଇଥିଲା। ଏହାପରେ ୧୨୩୦ ମସିହାରେ ଏଠାରେ ଗାଁ ସ୍ଥାପନ ହୋଇଥିଲା। ଗାଁକୁ ଯିବା ଆସିବା କରିବା ପାଇଁ ଗ୍ରାମବାସୀ ଧୀରେ ଧୀରେ କେନାଲ ତିଆରି ଆରମ୍ଭ କରିଥିଲେ। କେନାଲଟି ହିଁ ଗାଁର ସୌନ୍ଦର୍ଯ୍ୟକୁ ଅଧିକ ବଢ଼ାଇ ଦେଇଥିଲା। ଗାଁଟି ଏତେ ସୁନ୍ଦର ଦିଶିଲା ଯେ, ନେଦରଲ୍ୟାଣ୍ଡ ସରକାର ଏହାକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିଦେଲେ। ଗାଁଟି ଏବେ ବିଶ୍ବ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇସାରିଛି। ଗାଁକୁ ଘେରି ରହିଥିବା କେନାଲଟିର ଲମ୍ବ ୭.୫ କିମି । ୧୯୫୮ରେ ଡଚ୍‌ କମେଡି ଫିଲ୍ମ ‘ଫନ୍ ଫେୟର’ ଏଠାରେ ସୁଟିଂ ହୋଇଥିଲା। ଏହାପରେ ଏହି ଗାଁ ପର୍ଯ୍ୟଟନ ସ୍ଥଳୀ ଭାବେ ପ୍ରସିଦ୍ଧ ହୋଇଯାଇଥିଲା।

Advertisment