village11
କୌଣସି ଗାଁକୁ ରାସ୍ତା ନ ଥିଲେ ଆପଣ ସେଠାରେ ରହିବାକୁ ଇଚ୍ଛା କରିବେ କି ? ଏଥିପାଇଁ ଯଦି ଆପଣଙ୍କୁ ପ୍ରଚୁର ଅର୍ଥ ଦିଆଯିବ ତଥାପି ସେଠାରେ ରହିବେ କି ? ନିଶ୍ଚିତ ଆପଣଙ୍କ ଉତ୍ତର ନାଁ ହେବ। ନେଦରଲ୍ୟାଣ୍ଡରେ ଅଛି ଏମିତି ଏକ ଗାଁ, ଯେଉଁଠିକୁ ଯିବାକୁ ରାସ୍ତାଟିଏ ବି ନାହିଁ। ହେଲେ ଏ ଗାଁକୁ ଯିଏ ଥରଟିଏ ବି ଯାଇଛନ୍ତି ସେଠାରେ ସବୁଦିନ ରହିଯିବାକୁ ଇଚ୍ଛା କରିଛନ୍ତି। ଆପଣ ଭାବୁଥିବେ, ଏମିତି କ’ଣ ରହିଛି ଏ ଗାଁରେ ଯେ, ଲୋକେ ସେଠି ରହିବାକୁ ଚାହିଁବେ ଆଜୀବନ । ଆସନ୍ତୁ ଜାଣିବା ଗାଁର ଏହି ବିଶେଷତ୍ୱ ବିଷୟରେ, ଯାହା ହୁଏତ ଆପଣଙ୍କୁ ବିମୋହିତ କରିଦେବ।
ନେଦରଲ୍ୟାଣ୍ଡର ଏ ଗାଁଟିର ନାଁ ହେଲା ଗିଏଥୁନର। ରାସ୍ତା ନ ଥିବା ଏହି ଗାଁକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିଛନ୍ତି ନେଦରଲ୍ୟାଣ୍ଡ ସରକାର। କାରଣ ଗାଁଟିକୁ ଘେରି ରହିଛି ଏକ ମନୋରମ କେନାଲ। ଗାଁ ଭିତରକୁ କିମ୍ବା କାହାର ଘରକୁ ଯଦି ଆପଣଙ୍କୁ ଯିବାର ଅଛି, ତେବେ ଏକମାତ୍ର ଭରସା ହେଲା ବିଦ୍ୟୁତ୍ ଚାଳିତ ବୋଟ୍ । ଏହାସହ ଗ୍ରାମବାସୀ କାଠରେ ଛୋଟ ଛୋଟ ପୋଲ ବି ତିଆରି କରିଛନ୍ତି ନିଜେ ଯ଼ିବାଆସିବା କରିବାକୁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/07/village11.jpg)