Advertisment

ସାନ ଭଉଣୀ ପାଇଁ ସାତ ବର୍ଷର ଝିଅର ତ୍ୟାଗ, ପୂରା ଚୀନରେ ତାଙ୍କୁ ନେଇ ଚର୍ଚ୍ଚା

ଆମ ସମାଜରେ ବଡ଼ ଭଉଣୀଙ୍କୁ ସର୍ବଦା ମାଆର ସ୍ଥାନ ଦିଆଯାଇଥାଏ। ଆଉ ମଧ୍ୟ ଭଉଣୀକୁ ଭଉଣୀର ସବୁଠାରୁ ଭଲ ବନ୍ଧୁ ବୋଲି ବିବେଚନା କରାଯାଏ। ଅନେକ ସମୟରେ ସାନ ଭଉଣୀ ମୁହଁରେ ହସ ଫୁଟାଇବା ପାଇଁ ବଡ଼ ଭଉଣୀ ଦୁଃଖ ଓ ବିପଦକୁ ମଧ୍ୟ ହସି ହସି ଗ୍ରହଣ କରି ନେଇଥାଏ। ଏହାର ଅନେକ ନଜିର ରହିଛି। ତେବେ ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚୀନରେ। ଏଠାରେ ରହନ୍ତି ୱାଙ୍ଗ ୟୁ। ବୟସ ମାତ୍ର […]

author-image
Rakesh Mallick
ସାନ ଭଉଣୀ ପାଇଁ ସାତ ବର୍ଷର ଝିଅର ତ୍ୟାଗ, ପୂରା ଚୀନରେ ତାଙ୍କୁ ନେଇ ଚର୍ଚ୍ଚା

wang

ଆମ ସମାଜରେ ବଡ଼ ଭଉଣୀଙ୍କୁ ସର୍ବଦା ମାଆର ସ୍ଥାନ ଦିଆଯାଇଥାଏ। ଆଉ ମଧ୍ୟ ଭଉଣୀକୁ ଭଉଣୀର ସବୁଠାରୁ ଭଲ ବନ୍ଧୁ ବୋଲି ବିବେଚନା କରାଯାଏ। ଅନେକ ସମୟରେ ସାନ ଭଉଣୀ ମୁହଁରେ ହସ ଫୁଟାଇବା ପାଇଁ ବଡ଼ ଭଉଣୀ ଦୁଃଖ ଓ ବିପଦକୁ ମଧ୍ୟ ହସି ହସି ଗ୍ରହଣ କରି ନେଇଥାଏ। ଏହାର ଅନେକ ନଜିର ରହିଛି। ତେବେ ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚୀନରେ। ଏଠାରେ ରହନ୍ତି ୱାଙ୍ଗ ୟୁ। ବୟସ ମାତ୍ର ୭ ବର୍ଷ। କିନ୍ତୁ ତାଙ୍କ ଚିନ୍ତାଧାରା ବଡ଼ ବଡ଼ ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛି।  ସାନଭଉଣୀ ପ୍ରତି  ଥିବା ଭଲପାଇବା ଓ ତ୍ୟାଗ ପାଇଁ ଏବେ ପୂରା ଚୀନ୍‌ରେ ତାଙ୍କୁ ନେଇ ଚର୍ଚ୍ଚା।

Advertisment

ୱାଙ୍ଗ ୟୁ ଅସ୍ଥିଜନିତ ଏକ ବିରଳ ରୋଗରେ ପୀଡ଼ିତ। ଛୁଆରୁ ସେ ଏ ରୋଗରେ ପୀଡ଼ିତ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ରୋଗ ମାରାତ୍ମକ ହେବାରେ ଲାଗିଛି। ତେଣୁ ବେଳ ଥାଉ ଥାଉ ଅପରେସନ୍ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। କିନ୍ତୁ ଅପରେସନ୍ ନ କରିବାକୁ ଜିଦ୍ ଧରିଛନ୍ତି ୱାଙ୍ଗ। କାରଣ ଅପରେସନ୍‌ରେ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଟଙ୍କା ସେ ନିଜ ସାନ ଭଉଣୀ ପାଇଁ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି। ତାଙ୍କ ସାନ ଭଉଣୀ ମଧ୍ୟ ଏହି ବିରଳ ରୋଗରେ ପୀଡ଼ିତ।

ୱାଙ୍ଗଙ୍କ ବାପା ଦୁଇଝିଅଙ୍କ ରୋଗ ବିଷୟରେ ଡାକ୍ତରଙ୍କ ସହ ପରାମର୍ଶ କରି ଅପରେସନ୍ କରିବାକୁ ସ୍ଥିର କରିଥିଲେ। କିନ୍ତୁ ଦୁଇ ଝିଅଙ୍କ ଅପରେସନର ଖର୍ଚ୍ଚ ଶୁଣି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କାରଣ ଡାକ୍ତର କହିଥିଲେ ଜଣଙ୍କର ଅପରେସନ୍ ପାଇଁ ୪୭ ଲକ୍ଷ ଟଙ୍କା ଦରକାର ହେବ। ଅର୍ଥାତ ଦୁଇ ଜଣଙ୍କ ପାଇଁ ଖର୍ଚ୍ଚ ହେବ ୯୪ ଲକ୍ଷ ଟଙ୍କା।  କିନ୍ତୁ ୱାଙ୍ଗଙ୍କ ବାପାଙ୍କ ପାଖରେ ଏତେ ଟଙ୍କା ନାହିଁ। ବହୁତ୍ କଷ୍ଟରେ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସାହାଯ୍ୟ ଯୋଗୁଁ ସେ ପ୍ରାୟ ୧୮ ଲକ୍ଷ ଟଙ୍କ। ଯୋଗାଡ଼ କରିଛନ୍ତି। ଅପରେସନ୍ ପାଇଁ ଏହା ଯଥେଷ୍ଟ ନୁହେଁ। ତଥାପି ଆହୁରି ଚେଷ୍ଟା କଲେ ସେ ଜଣେ ଝିଅର ଅପରେସନ୍ ପାଇଁ ହୁଏତ ଟଙ୍କା ଯୋଗାଡ଼ କରିପାରନ୍ତି। ବାପାଙ୍କ ଅବସ୍ଥାକୁ ଠିକ୍ ବୁଝିଛନ୍ତି ୱାଙ୍ଗ। ତେଣୁ ସେ ଅପରେସନ୍ ହେବାକୁ ମନା କରି ଦେଇଛନ୍ତି। ଉକ୍ତ ଟଙ୍କାରେ ସାନ ଭଉଣୀର ଅପରେସନ୍ କରାଇବାକୁ ସେ କହିଛନ୍ତି।

Advertisment

ଘଟଣାଟି ସାମ୍ନାକୁ ଆସିବା ପରେ ୱାଙ୍ଗକୁ ନେଇ ପୂରା ଚୀନ୍‌ରେ ଚର୍ଚ୍ଚା ହୋଇଛି। ଏହା ପରେ ଦୁଇ ଭଉଣୀଙ୍କ ଅପରେସନ୍ ହେବା ନେଇ ଆଶା ଦେଖା ଦେଇଛି। ଦୁଇଭଉଣୀଙ୍କ ଅପରେସନ୍ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ସାହାଯ୍ୟ କରିବା ସହ ପାଣ୍ଠି ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି।