ମୁଁ ଯାହା କରିଥିଲି ସେ କ’ଣ ପାପ ଥିଲା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “କିଛି ଭୁଲ୍ ସାରା ଜୀବନକୁ ପ୍ରଭାବିତ କରେ। ହୁଏତ ମୁଁ ବି କରିଛି। ହେଲେ ଏହା କିଛି ସମୟ ପର୍ଯ୍ୟନ୍ତ କେବଳ। ସେଦିନ ହୁଏତ ମୁଁ ଭୁଲ୍‌ କରିଥିଲି, କିନ୍ତୁ ମୁଁ ଆଜି ବି ସ୍ଥିର ନିଶ୍ଚିତ ଯେ, ମୁଁ କୌଣସି ପାପ କରି ନ ଥିଲି । ମନର ଭୋକ ପରି ଭଲପାଇବାର ଭୋକ ବି ସାଧାରଣ ମଣିଷଙ୍କ ଭଳି ମୋ ପାଖରେ ଥିଲା। ନିଜକୁ ଜଣେ ପାପୀ କରିବାର ଅବକାଶ ନ […]

bhu

bhu

Mihir Pattnayak
  • Published: Sunday, 13 January 2019
  • Updated: 13 January 2019, 03:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “କିଛି ଭୁଲ୍ ସାରା ଜୀବନକୁ ପ୍ରଭାବିତ କରେ। ହୁଏତ ମୁଁ ବି କରିଛି। ହେଲେ ଏହା କିଛି ସମୟ ପର୍ଯ୍ୟନ୍ତ କେବଳ। ସେଦିନ ହୁଏତ ମୁଁ ଭୁଲ୍‌ କରିଥିଲି, କିନ୍ତୁ ମୁଁ ଆଜି ବି ସ୍ଥିର ନିଶ୍ଚିତ ଯେ, ମୁଁ କୌଣସି ପାପ କରି ନ ଥିଲି । ମନର ଭୋକ ପରି ଭଲପାଇବାର ଭୋକ ବି ସାଧାରଣ ମଣିଷଙ୍କ ଭଳି ମୋ ପାଖରେ ଥିଲା। ନିଜକୁ ଜଣେ ପାପୀ କରିବାର ଅବକାଶ ନ ଥିଲା। ଜଣେ ପାପ କରୁଥିବା ମଣିଷ ଶତ ପ୍ରତିଶତ ଜାଣିଥାଏ ଯେ, ସେ ପାପ କରୁଛି। ଏଣୁ ବିଫଳ ହେବାର ସମ୍ଭାବନା ତା ପାଖରେ କ୍ଷୀଣ। କିନ୍ତୁ ମୋ ଭଳି ଜଣେ ଅଜ୍ଞାନୀ ମଣିଷ ପାଖରେ କୌଣସି ପଥ ନ ଥିଲା। ଆଉ ଖାସ୍‌ ସେଇଥି ପାଇଁ ମୁଁ ସେଦିନ ସେମିତି କରିବାକୁ ଯାଉଥିଲି। ଜାଣିଛନ୍ତି ମୋ କାହାଣୀ କ’ଣ ? ଏମିତି କ’ଣ ମୁଁ କରିଥିଲି, ଯାହାକୁ ଆପଣ ପାପ କହିବେ, ଆଉ ମୁଁ କହିବି ଅଜ୍ଞତା !”

ପ୍ରେମ ପାଇଁ ପାଗଳୀ ହୋଇଯାଇଥିଲି

ଭଲ ପାଇବାର ଲାଳସା ମୋ ଭିତରେ ଜମାଟ ବାନ୍ଧିଥିଲା। କାରଣ ଥିଲା ମୋ ବ୍ୟକ୍ତିଗତ ଜୀବନଶୈଳୀ। ମୁଁ ଏମିତି ଗୋଟେ ପରିବାରରେ ଜନ୍ମ ନେଇଥିଲି ଯୋଉଠି ବାପା, ମା’ଙ୍କ ଭଲପାଇବା ଟିକକ ମିଳିବା ମୋ ପାଇଁ ରକ୍ଷଣଶୀଳତାର ବେଡ଼ିରେ ଛନ୍ଦି ହୋଇଯାଇଥିଲା। ମୁଁ ଜୀବନରେ ସ୍ନେହ ଓ ପ୍ରେମ ପାଇବା ପାଇଁ ବିକଳ ହେଉଥିଲି। ବାପାଙ୍କ ଭଲ ପାଇବା ମୋ ପାଇଁ ବାସ୍ତବରେ ଏକ ବଡ଼ ଅଭିଳାଷ ଥିଲା। କିନ୍ତୁ ସେ ଭଲପାଇବା ମୋତେ ପ୍ରାପ୍ତ ହେଲାନାହିଁ। ସ୍କୁଲ ଗଲି, ପାଠ ପଢ଼ିଲି। ବଦଳୁଥିବା ସମାଜ ମୋ ସାମ୍ନାରେ ଗତିଶୀଳ ହେଉଥିଲା। ଦେହକୁ ଲାଜ ଛୁଉଁଥାଏ, ଏ କଥା ମୁଁ ସ୍ପଷ୍ଟ ଭାବେ ଅନୁଭବ କଲି।

ଧୀରେ ଧୀରେ ଫିଲ୍ମି ହୋଇପଡୁଥାଏ ମୁଁ। ସାଙ୍ଗସାଥୀଙ୍କ ସହ କଥା ହେଲାବେଳେ ଇପ୍ସିତ ସ୍ୱପ୍ନର ରାଜକୁମାର କଥା ମୁଁ ଭାବିବସେ। ନିଜକୁ ସଜାଇ ଦିଏ ଜଣେ ପରୀ ଭଳି। ଭାବନାତ୍ମକ ଦୃଷ୍ଟିରେ ମୁଁ ପାଲଟିଯାଏ ଗୋଟେ ପ୍ରେମିକା। ପତଙ୍ଗଟିଏ ଭଳି ଅଗ୍ନିରେ ଝାସ ଦେଇ ସେଇ ଆନନ୍ଦରେ ଅଭିଭୂତ ହେବାକୂ ମୁଁ ଶତଚେଷ୍ଟା କରୁଥାଏ। ପରିବର୍ତ୍ତନର ଆଭାସ ମୁଁ ବାରି ପାରୁଥିଲି ସେତେବେଳେ ମୋ ଦେହରୁ।

ମୁଁ ଆଉଟିକେ ବଡ଼ ହେଲି। କଲେଜ ଗଲି। ସେତେବେଳେ ଏଇ ପୁରଷମନସ୍କତାକୁ ମୁଁ ଆଉ ଟିକେ ଉଚ୍ଚରେ ଦେଖିଲି। ମୋ ପାଇଁ ଯାହା ସ୍ୱପ୍ନ ଥିଲା ଏଠି ମୋ ସାଥିମାନଙ୍କ ପାଇଁ ସେ ସବୁ ଥିଲା ବାସ୍ତବ। ସମସ୍ତଙ୍କର କେହି ନା କେହି ବୟଫ୍ରେଣ୍ଡ ଥିଲେ। ରବିବାର ସେମାନେ ସବୁ ଫିଲ୍ମ ଯାଆନ୍ତି, ବିୟୁଟି ପାର୍ଲର୍‌ ବି ଯାଆନ୍ତି। ଡେଟିଂ କରୁଥିବା କଥାଟି ଶୁଣିଥିଲି ହେଲେ ସେଇ ସବୁ ରୋମାଣ୍ଟିକ୍‌ ମୁହୂର୍ତ୍ତ ସବୁକୁ ସେମାନେ କିଭଳି ଅଙ୍ଗେ ନିଭାନ୍ତି ମତେ ଟିକିନିଖ୍ କୁହନ୍ତି। ମୁଁ ଖୁସି ହୁଏ। ମନ ବିଚଳିତ ହୁଏ। କ’ଣ ହୁଏ କେଜାଣି ମୋ ଦେହରେ !

ତା’ ପରେ ଭାବେ, ମୁଁ ବୋଧହୁଏ ସୁନ୍ଦରୀ ନୁହେଁ। କୋଉ ପୁଅ ମତେ କାଇଁ ପଟିବ ଯେ? ମୁଁ ବିଚଳିତ ହୁଏ। ଏକା ଏକା ବସି ଭାବେ। ନିର୍ଦ୍ଧିଷ୍ଟ ଭାବେ କହିଲେ ମୁଁ ଡିପ୍ରେସନ୍‌କୁ ଚାଲିଯାଏ। ଏକାକୀ ବୋଧ ମତେ ବିଚଳିତ କରିପକାଏ। ସତରେ ମୁଁ ମୋ ଅଯୋଗ୍ୟତାକୁ ସ୍ୱୀକାର କରି ନେଇଥିଲି ଯେମିତି।

ମୁଁ ପ୍ରେମିକଟେ ଚାହୁଁଥିଲି। ଖାସ୍‌ ସେଇଥିପାଇଁ ବୋଧହୁଏ ଇଣ୍ଟରନେଟ୍‌ ଚ୍ୟାଟିଂରେ ବ୍ୟସ୍ତ ରହୁଥିଲି। ଦୀର୍ଘ ସମୟ ଧରି କୌଣସି ଅଜଣା ପୁଅ ସହ ଗପୁଥିଲି। ଆପଣଙ୍କ ଭାଷାରେ କହିପାରନ୍ତି ମୁଁ ଗୋଟେ ବ୍ଲାଇଣ୍ତ ଡେଟ୍‌ରେ ଚାଲି ଯାଉଥିଲି ସେଇ ତଥା କଥିତ ପ୍ରେମିକମାନଙ୍କ ସହ। ହେଲେ କାହାକୁ କେବେ ସ୍ୱଦେହରେ ମୁଁ ଭେଟି ନ ଥିଲି। ପ୍ରେମିକଟିଏ ପାଇବାର ବିଫଳତା ମତେ ଅନ୍ୟମନସ୍କ କରୁଥିଲା।

ଯାହା ପାଗଳାମୀର ରୂପ ନେବାକୁ ଆରମ୍ଭ କଲା। ଦିନେ ମୋତେ ଭେଟିବାକୁ ମୋ ଜଣେ ସମ୍ପର୍କୀୟ ଭାଇ ମୋ ହଷ୍ଟେଲକୁ ଆସିଲେ। ମୁଁ ସମସ୍ତଙ୍କୁ କହିଦେଲି ମୋ ବୟଫ୍ରେଣ୍ଡ ଆସୁଛି ବୋଲି। ସେ ମୋ ପାଖକୁ ଆସିବାର ଠିକ୍‌ କିଛି ଦିନ ପୂର୍ବରୁ ମୁଁ ଟେଲିଫୋନ୍‌ ରିସିଭର ଉଠାର ବ୍ଲାଙ୍କ କଲ୍‌ରେ ଢେର ସମୟ ମନକୁ ମନ ଗପୁଥିଲି। ଭାବୁଥିଲି ସମସ୍ତେ ଅନୁଭବ କରନ୍ତୁ ମୁଁ ବି ପ୍ରେମ କରିପାରେ।

ମ୍ୟାନେଜମେଣ୍ଟ କଲେଜରେ ଜଏନ୍‌ କଲି। ଏଠି ପ୍ରେମ କରିବା କି ସେକ୍ସ କରିବା ସେମିତି କିଛି ବଡ଼ କଥା ନ ଥିଲା। ସବୁ ଠିକ୍‌ ଠାକ୍‌ ପାରସ୍ପରିକ ସହମତିରେ ଚାଲିଥିଲା। ମୋତେ ବି କେହି ଜଣେ ମିଳିଗଲେ ଏଠି। ମୁଁ ପାଦ ତଳେ ଲାଗୁ ନ ଥାଏ। ଜୀବନ ବ୍ୟାପୀ ଯେଉଁ ସବୁ ଅଶା ସଞ୍ଚିଥିଲି ସେ ସବୁ ଏଠି ଫଳବତୀ ହେବାକୂ ବସିଥାଏ। ମୁଁ କାହାର ପ୍ରେମିକା ପାଲଟି ଯାଇଥାଏ, ସତସତିକା। ମ୍ୟାନେଜମେଣ୍ଟ କଲେଜରେ ମୋର ପ୍ରଥମ ପ୍ରେମ ମୋତେ ଯେତିକି ଭଲ ଲାଗୁଥାଏ ସେତିକି କଣ୍ଟା ଭଳି ଫୋଡ଼ି ହୁଏ। କାରଣ ସେଇ ପ୍ରେମିକ ଜଣକ ମୋ ପ୍ରତି କମିଟେଡ୍ ନ ଥିଲେ କିନ୍ତୁ ମୁଁ ସାବିତ୍ରୀ ଭଳି ତାଙ୍କୁ ହିଁ ମୋର ସତ୍ୟବାନ୍‌ ରୂପେ ପ୍ରାପ୍ତ କରିବାକୁ ପ୍ରତୀକ୍ଷା କରିଥିଲି। ହେଲେ ପରିଣାମ ଭୟଙ୍କର ହେଲା।

ସାବିତ୍ରୀ ସତ୍ୟବାନ୍‌ଙ୍କ ପାଇଁ ଉପବାସ କରିଥିଲେ, ହେଲେ ଏଠି ମୁଁ ପ୍ରେମିକାଟିଏ ହେବାକୁ ମୋର ତଥାକଥିତ ସତ୍ୟବାନ୍‌ଙ୍କ ସହ ସେକ୍ସ କଲି। ଭାବିଥିଲି ସେକ୍ସ ହିଁ ଗୋଟିଏ ମାଧ୍ୟମ ଯାହା ତାଙ୍କ ସହ ମୋର ସମ୍ପର୍କକୁ ମଜଭୁତ୍‌ କରିବ ଆଉ ଏକାଠି ହୋଇ ପାରିବୁ ସବୁଦିନ ପାଇଁ। ହୁଏତ ମୋ ସହ ସେକ୍ସ କରିବା ପରେ ସେ ମତେ କେବେ ଛାଡ଼ିବେନି। କିନ୍ତୁ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ସେ ମୋତେ ପରିତ୍ୟାଗ କଲେ। ନିଜ ଶରୀରକୁ ମୁଁ ଧିକ୍କାର କଲି। ଗଭୀର ଆତ୍ମଦହନରେ ଦ୍ରଵୀଭୁତ ହେବା ପରେ ନିଜ ଶରୀରକୁ ମୁଁ ଥୁ’ ବୋଲି କହିଲି। ତାଙ୍କ ସହ ସେଇ ଅନ୍ତରଙ୍ଗତା ପାଇଁ ଯଦି ମୁଁ ଗର୍ଭବତୀ ହୋଇଯାଏ, ମୋତେ କେହି ବିବାହ କରିବେନି। ମୁଁ ସମାଜ ଆଗରେ ଲଜ୍ଜିତ ହେବି । ଏହା ଭାବି ମୁଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲି। ଡାହାଣ ହାତର ଶୀରା କାଟିଦେଲି।

କିନ୍ତୁ କିଛି କ୍ଷଣ ପରେ ବିଚଳିତ ହୋଇ ମୃତ୍ୟର ନିର୍ଣ୍ଣୟ ଜୀବନ ବଞ୍ଚିବାର ମୋହ ଆଗରେ ହାର ମାନିଗଲା। ମତେ ପହଞ୍ଚାଇଦେଲା ପୁନାର ସେହି ହସ୍ପିଟାଲରେ। ମୁଁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ହାବୁଡ଼ରେ ପଡିଲି। ସେ ଚିକିତ୍ସା କଲେ ହାତରେ ପଟି ବାନ୍ଧି ମୋତେ ସମ୍ଭାବ୍ୟ ମୃତ୍ୟୁରୁ ପୁଣି ଥରେ ଜୀବନମୁହାଁ କରାଇଲେ।

ଓଃ, ମୁଁ ବଞ୍ଚିଗଲି। ବାପା ଏ କଥା ଜାଣିବା ପରେ ନିଜ ନିଷ୍ପତ୍ତି ଶୁଣାଇଦେଲେ। ତୁରନ୍ତ ମୋ ବିବାହ ସ୍ଥିର ହେଲା। ମୋର ହୃଦୟ ଭାଙ୍ଗିଥିଲା, ମୁଁ ପ୍ରେମ ପାଇବାରୁ ବଞ୍ଚିତ ହେଉଥିଲି ଏହି କ୍ଷତିର ଭରଣା ପାଇଁ ମୋର ବିବାହ ସ୍ଥିର ହେଲା ତାହା ନୁହେଁ ବରଂ ସନ୍ତାନ ଜନ୍ମର ଅଭୀପ୍‌ସା ଆଉ ମୋ ତଥା ମୋ ପରିବାରର ଆତ୍ମଗ୍ଲାନିର ରକ୍ଷା ପାଇଁ ସମ୍ଭବତଃ ଏପରି ଥିଲା ନିଷ୍ପତ୍ତି।

ଆଜି ମୁଁ ଏମିତି..

ମୁଁ ଆଜି ଜଣେ ୬ ବର୍ଷୀୟ ପୁଅର ଜନନୀ। ଯାହାର ପିତା ତାକୁ ଛାଡ଼ି ଚାଲିଯାଇଛନ୍ତି। ଏକେଲା ପଣ ମୋ ପାଖରେ ଏବେବି ସେମିତି ଅଛି ଯେମିତି ଥିଲା। କିନ୍ତୁ ମୋ ପୁଅ ମୋର ସର୍ବସ୍ୱ ପାଲଟି ଯାଇଛି। ଯାହା ମୁଁହକୁ ଚାହିଁ ମୁଁ ମୃତ୍ୟୁ ପର୍ଯ୍ୟନ୍ତ ଅନ୍ତତଃ ବାସ୍ତବିକ୍‌ ଜୀବନ ଜୀଇଁ ପାରିବି ବୋଲି ଭାବୁଛି।

ମୁଁ ସବୁବେଳେ ଭାବେ ମୁଁ ପ୍ରେମରେ ପଡ଼ିଥିଲି କିନ୍ତୁ ପ୍ରେମରେ କେବେ ବଢ଼ିପାରିନି। ଏହା କ’ଣ ମୋର ଭାଗ୍ୟ ଥିଲା, ମୁଁ କ’ଣ ଜଣେ ଅନୁଚିତ୍‌ ପୁରୁଷର ଚୟନ କରି ନିଜ ଭାଗ୍ୟକୁ ଅନ୍ଧକାରକୁ ଠେଲି ଦେଇଥିଲି ? ଏମିତି ଅନେକ ପ୍ରଶ୍ନ ଆଜି ମୋତେ ଆନ୍ଦୋଳିତ କରେ। ଜଣେ ପ୍ରାପ୍ତ ବୟସ୍କା ନାରୀଟିଏ ଭାବେ ମୁଁ ଆଜି ଗୋଟିଏ କଥାରେ ଅଟକିଛି, ଯଦି ସେଦିନ ମୁଁ ଜାଣିଥାନ୍ତି କେମିତି ନିଷ୍ପତ୍ତି ନିଆଯାଏ, ତେବେ କ’ଣ ଏତେ ସବୁ ଘଟଣା ହୋଇଥାନ୍ତା ? ହୁଏତ ମୁଁ ବର୍ତ୍ତି ଯାଇଥାନ୍ତି। ହୁଏତ ମୁଁ ଯୌନଶିକ୍ଷା ସମ୍ପର୍କରେ ଅବଗତ ଥିଲେ ମୋ ଜୀବନର ଗତିପଥ ବଦଳି ଯାଇଥାନ୍ତା।

ବି.ଦ୍ର. - ପଲ୍ଲବୀ ନାମ୍ନୀ ଜଣେ ମହିଳାଙ୍କ ଏହି କାହାଣୀଟି The Logical Indian CreWରୁ ସଂଗୃହୀତ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story