Advertisment

ଯାଦୁକରମାନେ କହୁଥିବା 'ଗିଲି ଗିଲି ଛୁ' ଶବ୍ଦର ଉଦ୍ଭାବକ ଏହି ଭାରତୀୟ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର) : ଆପଣମାନେ କେବେ ନା କେବେ କୌଣସି ମେଳା ବା ଉତ୍ସବରେ ଯାଦୁକରଙ୍କ ଯାଦୁ ଦେଖିଥିବେ। କଳା କୋର୍ଟ ସାଙ୍ଗକୁ ମୁଣ୍ଡରେ ଲମ୍ବା ଟୋପି ପିନ୍ଧି ଏକ ରହସ୍ୟମୟ ରୂପ ଧାରଣ କରି ଯାଦୁ ଦେଖାନ୍ତି ଯାଦୁକର। ସେ ‘ଗିଲି ଗିଲି ଛୁ’ କହିବା ମାତ୍ରେ ତାଙ୍କ ଖାଲି ହାତକୁ ଶୂନ୍ୟରୁ ଏକ ଗୋଲାପ୍‌ ଫୁଲ୍‌ ଆସିଯାଏ। ପୁଣି କେତେବେଳେ ‘ଗିଲି ଗିଲି ଛୁ’ ମନ୍ତ୍ର ପଢ଼ିଦେଲେ, ହାତରେ ଥିବା ଚକୋଲେଟ୍‌ ଗାଏବ୍‌ ହୋଇଯାଏ। […]

ଅଦ୍ୟତନ ହୋଇଛି
ଯାଦୁକରମାନେ କହୁଥିବା 'ଗିଲି ଗିଲି ଛୁ' ଶବ୍ଦର ଉଦ୍ଭାବକ ଏହି ଭାରତୀୟ

gogia pasas

Advertisment

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର) : ଆପଣମାନେ କେବେ ନା କେବେ କୌଣସି ମେଳା ବା ଉତ୍ସବରେ ଯାଦୁକରଙ୍କ ଯାଦୁ ଦେଖିଥିବେ। କଳା କୋର୍ଟ ସାଙ୍ଗକୁ ମୁଣ୍ଡରେ ଲମ୍ବା ଟୋପି ପିନ୍ଧି ଏକ ରହସ୍ୟମୟ ରୂପ ଧାରଣ କରି ଯାଦୁ ଦେଖାନ୍ତି ଯାଦୁକର। ସେ 'ଗିଲି ଗିଲି ଛୁ' କହିବା ମାତ୍ରେ ତାଙ୍କ ଖାଲି ହାତକୁ ଶୂନ୍ୟରୁ ଏକ ଗୋଲାପ୍‌ ଫୁଲ୍‌ ଆସିଯାଏ। ପୁଣି କେତେବେଳେ 'ଗିଲି ଗିଲି ଛୁ' ମନ୍ତ୍ର ପଢ଼ିଦେଲେ, ହାତରେ ଥିବା ଚକୋଲେଟ୍‌ ଗାଏବ୍‌ ହୋଇଯାଏ।

Advertisment

ପ୍ରାୟ ବହୁ ଯାଦୁକର ତାଙ୍କ ଯାଦୁ ଖେଳ ଦେଖାଇବାବେଳେ ଏହି 'ଗିଲି ଗିଲି ଛୁ' ଶବ୍ଦ ବ୍ୟବହାର କରୁଥିବା ଆପଣ ଶୁଣିଥିବେ ନିଶ୍ଚୟ। ତେବେ ଜାଣିଛନ୍ତି କି ଏହି ‘ଗିଲି ଗିଲି ଛୁ’ ଶବ୍ଦର ଉଦ୍ଭାବକ କିଏ ? ଏହାର ଉଦ୍ଭାବକ ହେଉଛନ୍ତି ଭାରତର ପ୍ରଖ୍ୟାତ ଯାଦୁକର ଗୋଗିୟା ପାଶା।

ଭାରତରେ ଯାଦୁକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ଯାଦୁକର ଗୋଗିୟାଙ୍କ ଜୀବନ କାହାଣୀ ବି ଠିକ୍ ଯାଦୁ ପରି ରହସ୍ୟ ଓ ରୋମାଞ୍ଚଭରା।
ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ମିଶର୍ ଭଳି ରାଷ୍ଟ୍ରରେ ସେ ଖୁବ୍‌ ଫେମସ୍‌। ମେଡିକାଲ୍ ପାଠ ପଢ଼ିବା ପାଇଁ ଲଣ୍ଡନ୍ ଯାଇଥିବାବେଳେ ଗୋଗିୟା ପାଶା, କେମିତି ଯାଦୁର ମାୟାରେ ପଡିଗଲେ ଆଉ ବନିଗଲେ ଜଣେ ପ୍ରଖ୍ୟାତ ଯାଦୁକର, ଆସନ୍ତୁ ଜାଣିବା।

Advertisment

[caption id="attachment_272092" align="aligncenter" width="900"]gogioo photo-jagaran.com[/caption]

ଗୋଗିୟା ପାଶାଙ୍କ ଜନ୍ମ ୧୯୧୦ ମସିହା ଅଗଷ୍ଟ ୨୮ ତାରିଖ, ମୁଲ୍‌ତାନ(ଏବେ ଏହି ଅଞ୍ଚଳ ପାକିସ୍ତାନ୍‌ରେ ରହିଛି)ରେ ହୋଇଥିଲା। ଦେଶ ବିଭାଜନ ପରେ ୧୯୪୮ରେ ଗୋଗିୟା ପାଶାଙ୍କ ପରିବାର ଭାରତର ଡୁନ୍‌ ଅଞ୍ଚଳକୁ ଚାଲି ଆସିଥିଲେ। କିନ୍ତୁ ଗୋଗିୟାଙ୍କ ପ୍ରାରମ୍ଭିକ ଶିକ୍ଷା ବୁଖାରା (ଉଜ୍‌ବେକିସ୍ତାନ)ରେ ହୋଇଥିଲା।

ପୂର୍ବରୁ ତାଙ୍କ ନାଁ ଥିଲା ଧନପତ ରାୟ ଗୋଗିୟା। ଗୋଗିୟାଙ୍କ ବାପା ପାକିସ୍ତାନର ଜଣେ ପ୍ରସିଦ୍ଧ ଗହଣା ଦୋକାନୀ ଥିଲେ ଓ ମା’ ଥିଲେ ଡାକ୍ତର। ତେଣୁ ପରିବାରର ଇଚ୍ଛା ଅନୁସାରେ, ଡାକ୍ତରୀ ପଢ଼ିବାକୁ ଧନପତ ଲଣ୍ଡନ୍‌ ଚାଲିଗଲେ।

ସେଠାରେ ଡାକ୍ତରୀ ପଢ଼ୁଥିବାବେଳେ ଇଂଲଣ୍ଡର ପ୍ରଖ୍ୟାତ ଯାଦୁକର ଓଭନ୍‌ କ୍ଲାର୍କ୍‌ଙ୍କ ସହିତ ଗୋଗିୟାଙ୍କର ପରିଚୟ ହୋଇଗଲା। ଆଉ ସେବେଠାରୁ ଯାଦୁବିଦ୍ୟାର ସେ ମାୟାଜାଲରେ ପଡିଗଲେ। ଗୋଗିୟା ସବୁବେଳେ ଓଭନ୍‌ଙ୍କ ପାଖେ ପାଖେ ରହି ତାଙ୍କଠାରୁ ଯାଦୁବିଦ୍ୟା ଶିଖିଲେ।

୧୯୨୯ରେ ଓଭନ୍‌ଙ୍କର ମୃତ୍ୟୁ ହୋଇଗଲା। କିନ୍ତୁ ମୃତ୍ୟୁ ପୂର୍ବରୁ ଓଭେନ୍‌, ଗୋଗିୟଙ୍କାଙ୍କୁ ଯାଦୁବିଦ୍ୟାର ସବୁ କୌଶଳ ଶିଖାଇବା ସହ ନିଜର ସମସ୍ତ ଉପକରଣ ବି ଦେଇ ଦେଇଥିଲେ। ଗୋଗାୟା ମଧ୍ୟ ଧିରେ ଧିରେ ଯାଦୁର ଦୁନିଆରେ ମାତି ଡାକ୍ତରୀ ପାଠ ଛାଡ଼ିବା ସହ ଯାଦୁ କରିବା ଆରମ୍ଭ କରିଦେଲେ। ଏଥିରେ ତାଙ୍କୁ ବିଶେଷ ପ୍ରତିଷ୍ଠା ମଧ୍ୟ ମିଳିଲା।

[caption id="attachment_272094" align="aligncenter" width="1122"]gogia jadukar photo-jagaran.com[/caption]

ଏହାପରେ ଚାରିଆଡ଼େ ଯାଦୁ ଦେଖାଇବା ସହିତ ମିଶର୍ ଚାଲିଗଲେ। ସେଠାରେ ମଧ୍ୟ ଲୋକେ ତାଙ୍କ ଯାଦୁକୁ ଖୁବ୍‌ ପସନ୍ଦ କଲେ ଏବଂ  ଶ୍ରଦ୍ଧାରେ ତାଙ୍କ ନାମ ସହ ପାଶା ଶବ୍ଦ ଯୋଡ଼ିଦେଲେ। ସେହିଦିନଠାରୁ ଧନପତ ରାୟ ଗୋଗିୟା ହୋଇଗଲେ ଗୋଗିୟା ପାଶା।

ମିଶର୍ରେ ହିଁ ସେ ପ୍ରଥମେ 'ଗିଲି ଗିଲି ଛୁ' ଶବ୍ଦର ବ୍ୟବହାର କରିଥିଲେ ବୋଲି  ଗୋଗିୟାଙ୍କ ଝିଅ ଉଷା କହନ୍ତି।

ଗୋଗିୟା, ଜଣେ ଭଲ ଯାଦୁକର ସାଙ୍ଗକୁ ସିନେ ଅଭିନେତା ମଧ୍ୟ ଥିଲେ। ସେ ତାମିଲ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ହେଉଛି - ମିଲାଲକୋଡି ଓ ଦିଲ୍‌ରୁବା।

୧୯୭୫ରେ  ମସିହାରେ ଏହି ମହାନ ଯାଦୁକରଙ୍କର ମୃତ୍ୟୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe