Advertisment

ଅସହାୟ ବାପାମାଆ: ୨୦ ବର୍ଷ ହେଲା ବିଛଣାରେ ପଡ଼ିଛି ଭେଣ୍ଡିଆ ପୁଅ

କାମାକ୍ଷାନଗର (ବିଦ୍ୟାଧର ବରାଳ): ବିଛଣାରେ ପଡ଼ିଛି ଭେଣ୍ଡିଆ ପୁଅ! ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୨୦ ବର୍ଷ ଧରି ଯନ୍ତ୍ରଣାରେ ଜର୍ଜରିତ ହୋଇ ଖଟିଆରେ ପଡ଼ିଛି। ଏପରିସ୍ଥିତିରେ ଅସହାୟ ବୃଦ୍ଧ ବାପା ଓ ମାଆ। ଭେଣ୍ଡିଆ ପୁଅର ଆଖିର ଲୋହ ପୋଛି ପାରୁଛନ୍ତି ନା ତା’ ଦୁଃଖ ହରଣ କରିପାରୁଛନ୍ତି? କେବଳ ଭଗବାନଙ୍କ ଭରସାରେ ପୁଅକୁ ଛାଡ଼ି ଦେଇଛନ୍ତି। ନଇଁଯାଇଥିବା ଅଣ୍ଟାରେ କାମଦାମ କରି ଯାହା ଆଣୁଛନ୍ତି, ସେଥିରେ ରୋଗୀଣା ପୁଅ ମୁହଁରେ ଦାନା […]

ଅସହାୟ ବାପାମାଆ: ୨୦ ବର୍ଷ ହେଲା ବିଛଣାରେ ପଡ଼ିଛି ଭେଣ୍ଡିଆ ପୁଅ

DKL

Advertisment

କାମାକ୍ଷାନଗର (ବିଦ୍ୟାଧର ବରାଳ): ବିଛଣାରେ ପଡ଼ିଛି ଭେଣ୍ଡିଆ ପୁଅ! ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୨୦ ବର୍ଷ ଧରି ଯନ୍ତ୍ରଣାରେ ଜର୍ଜରିତ ହୋଇ ଖଟିଆରେ ପଡ଼ିଛି। ଏପରିସ୍ଥିତିରେ ଅସହାୟ ବୃଦ୍ଧ ବାପା ଓ ମାଆ। ଭେଣ୍ଡିଆ ପୁଅର ଆଖିର ଲୋହ ପୋଛି ପାରୁଛନ୍ତି ନା ତା’ ଦୁଃଖ ହରଣ କରିପାରୁଛନ୍ତି? କେବଳ ଭଗବାନଙ୍କ ଭରସାରେ ପୁଅକୁ ଛାଡ଼ି ଦେଇଛନ୍ତି। ନଇଁଯାଇଥିବା ଅଣ୍ଟାରେ କାମଦାମ କରି ଯାହା ଆଣୁଛନ୍ତି, ସେଥିରେ ରୋଗୀଣା ପୁଅ ମୁହଁରେ ଦାନା ଦେଉଛନ୍ତି। ହେଲେ ତାକୁ ଔଷଧ ଦେଇପାରୁନାହାନ୍ତି। ପୁଅର ଅପରେସନ୍‌ ପାଇଁ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ବୃଦ୍ଧ ଗଙ୍ଗାଧର ଜେନା ଓ ପ୍ରେମଲତା ଜେନା।

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ ବସୁଲେଇ ଗାଁର ଗଙ୍ଗାଧର ଜେନା। ତିନି ପୁଅଙ୍କ ଭିତରୁ ଗୋବିନ୍ଦ ହେଉଛି ମଝିଆଁ। ଭାରି ଶାନ୍ତ ସ୍ଵଭାବର ଥିଲେ ଗୋବିନ୍ଦ। ଆଜିକୁ ୨୦ ବର୍ଷ ତଳର କଥା। ଗୋବିନ୍ଦ ୧୦ ବର୍ଷ ବୟସର ହୋଇଥିଲା। ସେ ତାଙ୍କ ବାପାଙ୍କ ସହିତ ନିଜ ଚାଷ ଜମିକୁ ଶଗଡ଼ ଗାଡ଼ିରେ ଧାନ ଆଣିବା ପାଇଁ ଯାଇଥିଲେ। ରାସ୍ତାରେ ଶଗଡ଼ ଗାଡ଼ିଟି ତାଙ୍କ ଉପରେ ଓଲଟି ପଡିଥିଲା। ଶଗଡ଼ ଚକା ତଳେ ଚାପି ହୋଇ ଯାଇଥିଲେ ଗୋବିନ୍ଦ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଳଚେର ପରେ ଅନୁଗୋଳ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ଗୋବିନ୍ଦଙ୍କ ଚିକିତ୍ସା ଚାଲିଲା। ପାଖରେ ଯାହା ସୁନା ରୁପା ଓ ଜମିବାଡ଼ି ଥିଲା, ତାକୁ ବିକି ପୁଅକୁ ଚିକିତ୍ସା କଲେ ଗଙ୍ଗାଧର ମାଉସା। ଚିକିତ୍ସା ବଳରେ ଗୋବିନ୍ଦଙ୍କ ଜୀବନ ସିନା ବଞ୍ଚିଗଲା, ହେଲେ ଚାଲିବା ଶକ୍ତି ହରାଇଲେ। ଆଉ ଚାଲି ପାରିଲେ ନାହିଁ। ବିଛଣାରେ ପଡ଼ି ରହିଛନ୍ତି। ପରେ ଡାକ୍ତରଙ୍କ ପରାମର୍ଶରେ ପୁଅକୁ ଧରି କଟକ ଏସ୍‌ସିବି ଆସିଥିଲେ ଗଙ୍ଗାଧର ମଉସା। ସେଠାରେ ଡାକ୍ତର ଦେଖିବା ପରେ ଅପରେସନ୍‌ କଥା କହିଥିଲେ। ହେଲେ ଯେଉଁ ବାପ ପାଖରେ ଦୁଇ ଓଳି ଖାଇବାକୁ ନାହିଁ, ସେ ପୁଅର ଅପରେସନ କେମିତି କରାଇବ? ଅସହାୟ ହୋଇ ପଡ଼ିଲେ ଗଙ୍ଗାଧର ମଉସା।

Advertisment

ଅନ୍ୟପକ୍ଷରେ ବଡ଼ ଓ ସାନ ଭାଇ ମଧ୍ୟ ହାତ ଟେକିଦେଲେ। ସେମାନେ ବା କଣ କରିବେ। କାମଦାମ କରି ଚଳୁଥିବା ଦୁଇ ଭାଇ ନିଜ ପରିବାର ଚଳାଇବା କଷ୍ଟକର। ସେପରିସ୍ଥିତି ଗୋବିନ୍ଦଙ୍କ ଚିକିତ୍ସା ପାଇଁ ଅର୍ଥ କେଉଁ ଆଣିବେ? ତେଣୁ ୭୦ ବର୍ଷୀୟ ଗଙ୍ଗାଧର ମାଉସାଙ୍କ ଉପରେ ପଡ଼ିଲା ରୋଗୀଣା ଗୋବିନ୍ଦ ବୋଝ! ଯୌବନରେ ଅଣ୍ଟାରେ ବଳ ଥିଲା ପରିବାରର ଯାବତିୟ ବୋଝ ବୋହି ନେଉଥିଲେ। ହେଲେ ଏବେ ସେ ବଳ ନାହିଁ। ଅଣ୍ଟା ନଇଁ ଗଲାଣି। ଏପରି ସ୍ଥିତିରେ ଗୋବିନ୍ଦଙ୍କ ବୋଝ କେମିତି ବୋହିବେ ଗଙ୍ଗାଧର ମଉସା? କିନ୍ତୁ ସେ ହାର ମାନି ନାହାନ୍ତି କି ଥକି ପଡ଼ିନାହାନ୍ତି। କାମଦାମ କରି ଯାହା ଉପାର୍ଜନ କରୁଛନ୍ତି, ସେଥିରେ ନିଜେ ଚଳିବା ସହିତ ଗୋବିନ୍ଦଙ୍କ ମୁହଁରେ ଦାନା ଦେଉଛନ୍ତି।

ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି, ଘଟଣାର ତଦନ୍ତ ପାଇଁ ପରଜଙ୍ଗ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛି। ନିଶ୍ଚିତ ଭାବରେ ସରକାରଙ୍କ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବୁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe