ଖୋକା ଭାଇ ଆମର ଥିଲେ, ଅମର ରହିବେ

ଓଡ଼ିଶା ରିପୋର୍ଟର (ପ୍ରଜ୍ଞା ଚୌଧୁରୀ): ସେ ଜଣେ ବ୍ୟକ୍ତି ନ ଥିଲେ, ସେ ସଙ୍ଗୀତ ଦୁନିଆର ଏକ ଅନୁଷ୍ଠାନ। ଓଡ଼ିଆ ସଙ୍ଗୀତ ଜଗତର ସେ ଏକ ଜୀବନ୍ତ ଇତିହାସ, ଯାହା ଓଡ଼ିଆ ଜନମାନସରୁ କେବେ କ୍ଷୟ ହୋଇନାହିଁ କି ହୋଇପାରିବ ନାହିଁ। ସେ କେବେ ଭଗ୍ନ ମନ୍ଦିରର ମୁଖଶାଳା, ପୁଣି ସେ କେବେ ସମ୍ପୂର୍ଣ୍ଣ ମନ୍ଦିର। ଆଉ ଅମୁହା ଦେଉଳ ବୋଲି କହି ନିଜର ପରିଚୟ ଦେଉଥିଲେ ସେ। ମାତ୍ର ୬୬ ବର୍ଷ ବୟସରେ ୨୦୦୨ ନଭେମ୍ବର […]

khoka-bhai

khoka-bhai

Pragnya Choudhury
  • Published: Tuesday, 17 November 2020
  • Updated: 17 November 2020, 01:16 PM IST

Sports

Latest News

ଓଡ଼ିଶା ରିପୋର୍ଟର (ପ୍ରଜ୍ଞା ଚୌଧୁରୀ): ସେ ଜଣେ ବ୍ୟକ୍ତି ନ ଥିଲେ, ସେ ସଙ୍ଗୀତ ଦୁନିଆର ଏକ ଅନୁଷ୍ଠାନ। ଓଡ଼ିଆ ସଙ୍ଗୀତ ଜଗତର ସେ ଏକ ଜୀବନ୍ତ ଇତିହାସ, ଯାହା ଓଡ଼ିଆ ଜନମାନସରୁ କେବେ କ୍ଷୟ ହୋଇନାହିଁ କି ହୋଇପାରିବ ନାହିଁ। ସେ କେବେ ଭଗ୍ନ ମନ୍ଦିରର ମୁଖଶାଳା, ପୁଣି ସେ କେବେ ସମ୍ପୂର୍ଣ୍ଣ ମନ୍ଦିର। ଆଉ ଅମୁହା ଦେଉଳ ବୋଲି କହି ନିଜର ପରିଚୟ ଦେଉଥିଲେ ସେ। ମାତ୍ର ୬୬ ବର୍ଷ ବୟସରେ ୨୦୦୨ ନଭେମ୍ବର ୧୭ରେ ସିନା ତାଙ୍କ ଜୀବନ ଦୀପ ଲିଭିଗଲା। ହେଲେ କେବେ ବି ତାଙ୍କ ଅନୁପସ୍ଥିତି କୌଣସି ଓଡ଼ିଆ ଅନୁଭବ କରିପାରିନାହିଁ। ସେ ଅଜୟ, ଅମର ହୋଇ ପ୍ରତିଟି ଓଡ଼ିଆଙ୍କ ଛାତି ଭିତରେ ପାଉଁଶ ତଳର ନିଆଁ ଭଳି ଆଜି ବି ଜୀବିତ ଅଛନ୍ତି। ସଙ୍ଗୀତ ସଂରଚନା କଲାବେଳେ ତାଙ୍କ ପାଖରେ ହୁଏତ ଶବ୍ଦର ଅଭାବ ନ ଥିଲା। ହେଲେ ତାଙ୍କୁ ବ୍ୟାଖ୍ୟା କରିବା ସମୟରେ ନିଶ୍ଚିତ ଭାବରେ ଶବ୍ଦ ଅଭାବ ପଡ଼ୁଛି। ଇତି ମଧ୍ୟରେ ଆପଣ ନିଶ୍ଚୟ ଜାଣିସାରିଥିବେ ଏଭଳି ବ୍ୟକ୍ତିତ୍ୱ ଯିଏ ପ୍ରତ୍ୟେକ ଓଡ଼ିଆର ହୃଦୟ ସ୍ପଦନ ସହ ତାଳ ଦେଇ ଧକ୍ ଧକ୍ ହେଉଛନ୍ତି, ସିଏ କେବଳ ଅକ୍ଷୟ ମହାନ୍ତି ଓରଫ୍ ଖୋକା ଭାଇ ହିଁ ହୋଇପାରିବେ।

ଅକ୍ଷୟ ମହାନ୍ତି ଏକାଧାରରେ ଥିଲେ ଜଣେ କବି, ଗୀତିକାର, ଗାଳ୍ପିକ, ସଙ୍ଗୀତକାର, ଗାୟକ ଓ ଅଭିନେତା। ଜନମାନସରେ ସେ ଖୋକା ଭାଇ ନାଁରେ ପରିଚିତ। ୧୯୩୬ ଅକ୍ଟୋବର ୧୨ରେ କଟକ (ସେତେବେଳେ କେନ୍ଦ୍ରାପଡ଼ା)ରେ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ଅକ୍ଷୟ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ବିଚିତ୍ରାନନ୍ଦ ମହାନ୍ତି ଏବଂ ମାଆଙ୍କ ନାଁ ଥିଲା ସୁବର୍ଣ୍ଣ ମଞ୍ଜରୀ ଦେବୀ। ଷ୍ଟୁଆର୍ଟ ସାଇନ୍ସ କଲେଜରୁ ଆଇ.ଏସ.ସି ଏବଂ ରେଭେନ୍ସା କଲେଜରୁ ବି.ଏ ପାସ୍ କରିଥିଲେ। କେବଳ ଏତିକି ନୁହେଁ, ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି ଅକ୍ଷୟ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା କୌଣସି ପ୍ରକାର ସଙ୍ଗୀତ ଶିକ୍ଷା ନେଇ ନ ଥିବା ଅକ୍ଷୟ ଓଡ଼ିଆ ସଙ୍ଗୀତ ଜଗତର ଇତିହାସରେ ଚିରଦିନ ଲାଗି ନିଜ ନାଁକୁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରାଇଗଲେ। ଆଜି ଅକ୍ଷୟଙ୍କ ବିନା ଓଡ଼ିଆ ସଙ୍ଗୀତ ଜଗତ ଅପୂର୍ଣ୍ଣ।

ମାତ୍ର ୨୨ ବର୍ଷ ବୟସରେ ସେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ହେଲେ ୭ ବର୍ଷ ପରେ ସେଠାରୁ ଚାକିରି ଛାଡ଼ି ନିଜ ସମ୍ପୂର୍ଣ୍ଣ ସମୟକୁ ସଙ୍ଗୀତ ପାଇଁ ଉତ୍ସର୍ଗ କରିଥିଲେ। ସେତେବେଳେ ସେ କଟକର ଜଣେ ଜଣାଶୁଣା ଗାୟକ ଭାବରେ କଳଗାଉଣା ବା ଗ୍ରାମୋଫୋନ ମାଧ୍ୟମରେ କଣ୍ଠଦାନ କରୁଥିଲେ। ୧୯୬୭ରେ ପ୍ରବିଣା ମହାନ୍ତିଙ୍କୁ ଅକ୍ଷୟ ବିବାହ କରିଥିଲେ। ତାଙ୍କର ଦୁଇ ପୁଅ ଓ ଦୁଇ ଜଣ ଝିଅ ଅଛନ୍ତି।

ଅକ୍ଷୟ ଥିଲେ ଜଣେ ଖାଣ୍ଚି କଟକିଆ। ତଥାକଥିତ ଶୈଳୀ ବିପରୀତେ ସେ ଥିଲେ ଜଣେ ଟ୍ରେଣ୍ଡ୍ ସେଟର୍। ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁ ଶୈଳୀର ସଙ୍ଗୀତକୁ ନିଜ କଣ୍ଠ, ସଂଳାପ ଓ ସଂରଚନାରେ ଲୋକପ୍ରିୟ କରାଇପାରୁଥିଲେ ଖୋକା ଭାଇ। ରଙ୍ଗ, ଢଙ୍ଗ, ଶୈଳୀ ସବୁ ଥିଲା ନିଆରା। ଯାହା ଅନ୍ୟ ସଙ୍ଗୀତକାରମାନେ ଚିନ୍ତା ବି କରିପାରୁ ନ ଥିଲେ, ତାହା ଖୋକା ଭାଇ ଟ୍ରେଣ୍ଡ୍ ବନେଇଦେଉଥିଲେ। ଆଉ ଖୋକା ଭାଇଙ୍କର ଏହି ଟ୍ରେଣ୍ଡକୁ ଲୋକେ ପାଗଳପ୍ରାୟ ପସନ୍ଦ ବି କରୁଥିଲେ।

ଖୋକା ଭାଇଙ୍କ ଗୀତରେ ଥିଲା ବାଳୁଙ୍ଗାମି, ପିଲାଳିଆମି, ଅବୁଝା ମନର ବେଦନା, ପ୍ରେମିକର ଦୁଷ୍ଟାମୀ ଆଉ ପ୍ରେମିକାର ନଖରା ମଧ୍ୟ। ଅକ୍ଷୟଙ୍କୁ ସବୁଥିରେ ସଙ୍ଗୀତ ଦିଶୁଥିଲା। ଯାହା ଦେଖୁଥିଲେ, ଯାହା ବୁଝୁଥିଲେ ଓ ଯେମିତି ଭାବୁଥିଲେ ସେମିତି ଲେଖି ଦେଉଥିଲେ। ଆଉ ଗୀତ ହେଉଥିଲା ସୁପରହିଟ୍। କାରଣ ତାଙ୍କ ଶବ୍ଦଗୁଡ଼ିକୁ ଲୋକଙ୍କ ପ୍ରକୃତ ମନୋଭାବକୁ ସ୍ପର୍ଶ କରିପାରୁଥିଲା। ତାଙ୍କୁ ଜାଣିଥିବା ଲୋକମାନେ କୁହନ୍ତି, ଖୋକା ଭାଇ ଜଣେ ପାଗଳ, ହଁ କିନ୍ତୁ ସଙ୍ଗୀତ ପ୍ରେମରେ...।

ପ୍ରାୟ ୧୨୯ଟି ଓଡ଼ିଆ ଚଳଚ୍ଚିତ୍ରରେ ଅକ୍ଷୟ ଗୀତ ଗାଇଥିବା ବେଳେ, ୭୫ଟି ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ୯୨ଟି ଫିଲ୍ମ ପାଇଁ ସେ ଗୀତ ଲେଖିଛନ୍ତି ଓ ୩ଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ଗୋଟିଏ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏପରି କି ୧୮ରୁ ଊର୍ଦ୍ଧ୍ୱ ପସ୍ତକ ମଧ୍ୟ ଖୋକା ଭାଇଙ୍କ କଲମରୁ ଜନ୍ମ ନେଇଛି।

ଓଡ଼ିଆ ସଙ୍ଗୀତରେ ଅନେକ ପରଖ, ନୂଆ ନୂଆ ସାଉଣ୍ଡ ଇଫେକ୍ଟ ଦେଇ ଆଧୁନିକ ଓଡ଼ିଆ ସଙ୍ଗୀତକୁ ଏକ ଭିନ୍ନ ସ୍ତରକୁ ନେଇଯାଇଥିଲେ ଖୋକା ଭାଇ। ତାଙ୍କର ସୁପରହିଟ୍ ଏଭରଗ୍ରୀନ ଗୀତ ମଧ୍ୟରେ ରହିଛି ଯାଯାବର, ବୟସର କୃଷ୍ଣଚୂଡ଼ା, ପୁଣ୍ୟର ନଦୀତିରେ, ରଜା ଝିଅ ସାଙ୍ଗେ କରିଥିଲି ଭାବ, ହେ ଫଗୁଣ ତମେ ଗଲା ପରେ ପରେ, ନଣ୍ଡା ମୁଣ୍ଡିଆ ଡ୍ରାଇଭର, ସାବି ସାବି, ଏଇ ଚୁମକି, ଛପି ଛପି ବାସନ୍ତୀ ରାତି, ମାଠିଆରେ ଗୋଟେ କଣା, ଚନ୍ଦ୍ରମଲ୍ଲି ହସେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ନଦୀର ନାମ ଅଳସି କନ୍ୟା, କଳଙ୍କିତ ଏଇ ନାୟକ ଏପରି ଅନେକ।

ଚିରଦିନ ପାଇଁ ଓଡ଼ିଆଙ୍କ ହୃଦୟରେ ଅମର ରହିବା ଭଳି ପ୍ରେମରେ ସମ୍ମାନିତ ଖୋକା ଭାଇ ନିଜ ଜୀବନ କାଳରେ ଜୟଦେବ ପୁରସ୍କାର, ପ୍ରଚ୍ଛଦପଟ ସଙ୍ଗୀତ ପାଇଁ ୭ଟି ରାଜ୍ୟ ପୁରସ୍କାର, ରାଜ୍ୟ ସଙ୍ଗୀତ ପୁରସ୍କାର, ଅନେକଥର ଓଡ଼ିଶା ସିନେ କ୍ରିଟିକ୍ ପୁରସ୍କାର, ମରଣୋତ୍ତର ଉତ୍କଳ ଗୌରବ ସମ୍ମାନ ହାସଲ କରିଛନ୍ତି। ଆଜି ଖୋକା ଭାଇଙ୍କ ଶ୍ରାଦ୍ଧବାର୍ଷିକୀରେ ପ୍ରତ୍ୟେକ ଓଡ଼ିଆଙ୍କ ପକ୍ଷରୁ ଓଡ଼ିଶା ରିପୋର୍ଟର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଖୋକା ଭାଇ ଆମର ଥିଲେ, ଅମର ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story