ପୁଣି ପଦାରେ ପଡ଼ିଲା ବିଏମସିର କୋଭିଡ୍ ପରିଚାଳନା, ପଜିଟିଭ୍ କି ନେଗେଟିଭ୍ ଦ୍ୱନ୍ଦ୍ୱରେ ମହିଳା

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ପୁଣି ପଦାରେ ପଡ଼ିଲା ବିଏମସିର ଚରମ ଅବହେଳା। ରାଜଧାନୀରେ ଜଣେ ବ୍ୟକ୍ତି କରୋନା ନେଗେଟିଭ୍ ଅଛନ୍ତି ନା ପଜିଟିଭ୍, ତାହା ଜାଣିବାକୁ ବିଏମସିକୁ ଲାଗିଯାଉଛି 20 ଦିନ। ଏଭଳି ଅଭିଯୋଗ ଆମେ ଆଣିନୁ ଆଜ୍ଞା, ଖୋଦ୍ ରାଜଧାନୀ ଜଣେ ଆକ୍ରାନ୍ତ ନିଜେ ଅଭିଯୋଗ ନେଇ ସାମ୍ନାକୁ ଆସିଛନ୍ତି। କାରଣ..କରୋନା ପରିଚାଳନାରେ ଅବହେଳାକୁ ନେଇ କୌଣସି ପ୍ରଶ୍ନ ପଚାରିବା ଗଣମାଧ୍ୟମକୁ ମନା… ବିଏମସିର କୋଭିଡ୍ ପରିଚାଳନାର ଅସଲ ଚେହେରା ଉପରୁ ପରଦା ହଟାଇଛନ୍ତି ବର୍ଷା […]

bmc

bmc

Pragnya Choudhury
  • Published: Friday, 14 August 2020
  • Updated: 14 August 2020, 04:50 PM IST

Sports

Latest News

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ପୁଣି ପଦାରେ ପଡ଼ିଲା ବିଏମସିର ଚରମ ଅବହେଳା। ରାଜଧାନୀରେ ଜଣେ ବ୍ୟକ୍ତି କରୋନା ନେଗେଟିଭ୍ ଅଛନ୍ତି ନା ପଜିଟିଭ୍, ତାହା ଜାଣିବାକୁ ବିଏମସିକୁ ଲାଗିଯାଉଛି 20 ଦିନ। ଏଭଳି ଅଭିଯୋଗ ଆମେ ଆଣିନୁ ଆଜ୍ଞା, ଖୋଦ୍ ରାଜଧାନୀ ଜଣେ ଆକ୍ରାନ୍ତ ନିଜେ ଅଭିଯୋଗ ନେଇ ସାମ୍ନାକୁ ଆସିଛନ୍ତି। କାରଣ..କରୋନା ପରିଚାଳନାରେ ଅବହେଳାକୁ ନେଇ କୌଣସି ପ୍ରଶ୍ନ ପଚାରିବା ଗଣମାଧ୍ୟମକୁ ମନା...

ବିଏମସିର କୋଭିଡ୍ ପରିଚାଳନାର ଅସଲ ଚେହେରା ଉପରୁ ପରଦା ହଟାଇଛନ୍ତି ବର୍ଷା ମିଶ୍ର। ଗଣମାଧ୍ୟମକୁ ସିନା ସରକାରଙ୍କ କରୋନା ପରିଚାଳନାରେ ନାକ ପୁରାଇବାକୁ ମନା। ହେଲେ ଜନତାଙ୍କୁ ପ୍ରଶ୍ନ ପଚାରିବାରୁ କିଏ ଅଟକାଇବ? ଏହି କ୍ରମରେ ସ୍ଥାନୀୟ ଭିମଟାଙ୍ଗି ବାସିନ୍ଦା ବର୍ଷା ମିଶ୍ର ବିଏମସି ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଗତ ମାସ 23 ତାରିଖରେ ସେ କ୍ୟାପିଟାଲ୍ ହସ୍ପିଟାଲ ଏବଂ ସମ୍ ହସ୍ପିଟାଲରେ କରୋନା ପରୀକ୍ଷଣ ପାଇଁ ନିଜ ସ୍ୱାବ୍ ଦେଇଥିଲେ। ହେଲେ ବାରମ୍ବାର ହସ୍ପିଟାଲକୁ ଦୌଡ଼ିବା ପରେ ମଧ୍ୟ କୌଣସି ତଥ୍ୟ ତାଙ୍କୁ ଦିଆଯାଇ ନ ଥିଲା। ହେଲେ ଗତ 30 ତାରିଖରେ ସେ କରୋନା ପଜିଟିଭ୍ ବୋଲି ସମ୍ ହସ୍ପିଟାଲ ପକ୍ଷରୁ ହ୍ୱାଟସଆପରେ ଏକ ମେସେଜ୍ ଆସିଥିଲା। ତେବେ ଲକ୍ଷଣ ନ ଥିବାରୁ ଏବଂ ମନର ସନ୍ଦେହ ଦୂର କରିବାକୁ ସେ ପୁଣି ଅଗଷ୍ଟ 2 ତାରିଖରେ ଶ୍ରୀ ହସ୍ପିଟାଲରେ ସ୍ୱାବ୍ ଟେଷ୍ଟ କରି 3 ତାରିଖରେ କରୋନା ନେଗେଟିଭ୍ ବୋଲି ରିପୋର୍ଟ ପାଇଥିଲେ।

ନେଗେଟିଭ୍ ରିପୋର୍ଟ ପାଇବା ପରେ ନିଶ୍ଚିତ ହୋଇ କର୍ମକ୍ଷେତ୍ରରେ ଯୋଗ ଦେଇଥିଲେ ବର୍ଷା। କିନ୍ତୁ ହଠାତ୍ 20 ଦିନ ପରେ ବିଏମସିକୁ ମନେ ପଡ଼ିଗଲା ଭିମଟାଙ୍ଗିରେ ରହୁଥିବା ବର୍ଷା ମିଶ୍ରଙ୍କ କଥା। ଏହାପରେ ଅଗଷ୍ଟ 13ରୁ 27 ତାରିଖ ସଙ୍ଗରୋଧରେ ରହିବାକୁ ବର୍ଷାଙ୍କ ଘର ଫାଟକରେ ବିଏସି ନୋଟିସ୍ ମାରିଦେଇ ଯାଇଛି। ତେବେ ବର୍ଷା ମିଶ୍ର କରୋନା ପଜିଟିଭ୍ ବୋଲି ଜାଣିବାକୁ ବିଏମସିକୁ ଲାଗିଗଲା 20ରୁ ଅଧିକ ଦିନ। ଏତେଗୁଡ଼େ ଦିନରେ ବର୍ଷା ଅନେକ ଲୋକଙ୍କ ସହ ମିଳାମିଶା କରିଛନ୍ତି। ଆଉ ଏବେ ସେ ନିଜକୁ ସୁପରସ୍ପ୍ରଡର ବୋଲି ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି।

ରାଜଧାନୀରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ କି ନୁହଁନ୍ତି ଜାଣିବାକୁ ବିଏମସିକୁ କେତେ ସମୟ ଲାଗୁଛି?

ସରକାରଙ୍କ କୋଭିଡ୍-19 ହସ୍ପିଟାଲଗୁ଼ଡ଼ିକରେ ଜଣେ ବ୍ୟକ୍ତିଙ୍କ ସ୍ୱାବ୍ ସଂଗ୍ରହ ପରେ ବ୍ୟକ୍ତିଙ୍କୁ ରିପୋର୍ଟ ଦେବା ପର୍ଯ୍ୟନ୍ତ କଣ ସବୁ ପ୍ରକ୍ରିୟା ରହିଛି?

ସ୍ୱାବ୍ ସଂଗ୍ରହ ପରେ ଅତିକମରେ କେତେ ଦିନ ମଧ୍ୟରେ ବ୍ୟକ୍ତିଙ୍କୁ ସୂଚନା ଦିଆଯାଇଥାଏ?

ଏ ସମସ୍ତ ପ୍ରକ୍ରିୟାରେ ଆରଏମଆରସି ଅର୍ଥାତ୍ ରିଜନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ଭୂମିକା କଣ?

ବର୍ଷା ମିଶ୍ରଙ୍କ ରିପୋର୍ଟ ଥିଲା କେଉଁଠି?

କେଉଁ ତାରିଖର ରିପୋର୍ଟ ଆଧାରରେ ବର୍ଷାଙ୍କୁ ବିଏମସି କରୋନା ପଜିଟିଭ୍ ବୋଲି ନୋଟିସ୍ ଦେଇଛି?

କଣ୍ଟାକ୍ଟ ଟ୍ରେସିଂ କାହିଁକି କଲାନାହିଁ ବିଏମସି?

ଏଭଳି କିଛି ତମାମ୍ ପ୍ରଶ୍ନକୁ ନେଇ ଆମେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। ହେଲେ କୌଣସି ଉତ୍ତର ମିଳିଲା ନାହିଁ। ତେବେ ଏ ପ୍ରସଙ୍ଗରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, "ମେ ସ୍ୱାବ୍ ସଂଗ୍ରହ କରି ସେହି ଦିନ ଆରଏମଆରସିକୁ ପଠେଇଦେଉ। ତା'ପରେ ଆରଏମଆରସିର ଦାୟିତ୍ୱ, ଆମର କୌଣସି କଣ୍ଟ୍ରୋଲ୍ ନାହିଁ।"

କୁହାଯାଉଛି, କୋଭିଡ୍ ଦାୟିତ୍ୱକୁ ଅଣେଦେଖା କରି ଅନ୍ୟ ପ୍ରସଙ୍ଗରେ ମାତି ଥିବାରୁ ରାଜଧାନୀରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ଗୋଟିଏ ପଟେ ସରକାର କୋଭିଡ୍ ପରିଚାଳନା ନେଇ ବିସ୍ତୃତ ତଥ୍ୟ ଦେବାକୁ ପଛଘୁଞ୍ଚା ଦେଉଥିବା ବେଳେ ଅନ୍ୟପଟେ ଆକ୍ରାନ୍ତଙ୍କ ଅସନ୍ତୋଷ ଅଡିଓ, ଭିଡିଓ ରେକର୍ଡ ଲଗାତର ସାମ୍ନାକୁ ଆସୁଛି, ଯାହା ସରକାରଙ୍କ କୋଭିଡ୍-ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

https://youtu.be/5rHovpDQnq0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story