/odisha-reporter/media/post_attachments/uploads/2019/12/abinash.jpg)
abinash
ନୂଆଦିଲ୍ଲୀ: ଷ୍ଟାର ପ୍ଲାସ୍ରେ ଆରମ୍ଭ ହୋଇଯାଇଛି ଲୋକପ୍ରିୟ କାର୍ଯ୍ୟକ୍ରମ ‘ମାଷ୍ଟର୍ ସେଫ୍-୬’। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ପେଶାରେ ଅବିନାଶ ଜଣେ ଇଞ୍ଚିନିୟର।
ନିକଟରେ ସେ ଅଡିସନ୍ରେ ଭାଗନେଇ ‘ଚିକେନ୍ ବେସର’ ପ୍ରସ୍ତୁତ କରିଥିଲେ। ଯାହା ଉପସ୍ଥିତ ଥିବା ୩ଜଣ ଜଜ୍ ବିକାଶ ଖାନ୍ନା, ରଣବୀର ବରାର ଏବଂ ଭିନିତ୍ ଭାଟିଆଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଅବିନାଶଙ୍କ ଏହି ଖାଦ୍ୟକୁ ଖାଇବା ପରେ ୩ଜଣ ଜଜ୍ ତାଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ। ପାରମ୍ପରିକ ରନ୍ଧଣା ଶୈଳୀରେ ଆଧୁନିକ ଛୁଙ୍କ ଦେଇଥିବା ଅବିନାଶଙ୍କ ରନ୍ଧା ଖାଇବା ପରେ ସେଫ୍ ବିକାଶ କହିଥିଲେ, ‘ଜୟ ହୋ ଓଡ଼ିଶା’। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଅବିନାଶ ପ୍ରଥମ ଓଡିଆ।
ସୂଚନା ଅନୁଯାୟୀ, ଅବିନାଶଙ୍କ ଘର ଗଞ୍ଜାମର ଆସ୍କାଠାରେ। ମାଷ୍ଟର୍ ସେଫ୍-୬ ଏକ ଲୋକପ୍ରିୟ ଶୋ’। ଏହି ଶୋ’ରେ ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରତିଯୋଗୀ ମାନେ ଆସି ଭାଗ ନେଇଥାନ୍ତି। ପ୍ରଥମେ ଏହି ପ୍ରତିଯୋଗିତାରେ ସାମିଲ୍ ହେବା ପାଇଁ ପର୍ଯ୍ୟାୟକ୍ରମେ ଯିବାକୁ ହୁଏ। ପ୍ରଥମେ ଅଡିସନ୍ରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ପରବର୍ତ୍ତୀ ରାଉଣ୍ଡକୁ ଯିବାକୁ ହୁଏ।
ଏହି ଶୋ ପ୍ରତି ଶନିବାର ଓ ରବିବାର ରାତି ୯.୩୦ରେ ଷ୍ଟାର୍ପ୍ଲସ୍ରେ ପ୍ରସାରଣ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
