Advertisment

ଆରପାରିରେ ବାପା ମା’, ସାହାଯ୍ୟ ଆଶାରେ ୩ ଅନାଥ ପିଲା

ମୋହନା(ଓଡ଼ିଶା ରିପୋର୍ଟର): ଜୀବନରେ ବାପା-ମାଆଙ୍କ ମୂଲ୍ୟ କଣ ବୁଝିବା ଆଗରୁ ଦଇବ ସେମାନଙ୍କ ମୁଣ୍ଡରୁ ଛଡ଼ାଇ ନେଲା ବାପା-ମାଆଙ୍କ ସାହାରା। ଆଉ କୁନି କୁନି ବୟସରେ ଅନାଥ ହୋଇଗଲେ ୩ ଶିଶୁ । ଆଃ କହିବାକୁ କେହି ରହିଲେ ନାହିଁ। ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକ୍ ସିକୁଳିପଦର ପଞ୍ଚାୟତ ପଦାସାହି ଗାଁର ଦଣ୍ଡାସି ମଲ୍ଲିକଙ୍କ ୩ ପିଲାଙ୍କ କଥା। ବାପା-ମାଆ ଯିବା ପରେ ଏବେ ଏହି ୩ ପିଲାଙ୍କ ପାଠପଢ଼ା ଅନ୍ଧାର ଭିତରକୁ ଠେଲି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଆରପାରିରେ ବାପା ମା’, ସାହାଯ୍ୟ ଆଶାରେ ୩ ଅନାଥ ପିଲା

mohana

ମୋହନା(ଓଡ଼ିଶା ରିପୋର୍ଟର): ଜୀବନରେ ବାପା-ମାଆଙ୍କ ମୂଲ୍ୟ କଣ ବୁଝିବା ଆଗରୁ ଦଇବ ସେମାନଙ୍କ ମୁଣ୍ଡରୁ ଛଡ଼ାଇ ନେଲା ବାପା-ମାଆଙ୍କ ସାହାରା। ଆଉ କୁନି କୁନି ବୟସରେ ଅନାଥ ହୋଇଗଲେ ୩ ଶିଶୁ । ଆଃ କହିବାକୁ କେହି ରହିଲେ ନାହିଁ। ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକ୍ ସିକୁଳିପଦର ପଞ୍ଚାୟତ ପଦାସାହି ଗାଁର ଦଣ୍ଡାସି ମଲ୍ଲିକଙ୍କ ୩ ପିଲାଙ୍କ କଥା। ବାପା-ମାଆ ଯିବା ପରେ ଏବେ ଏହି ୩ ପିଲାଙ୍କ ପାଠପଢ଼ା ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

Advertisment

ବଡ଼ ଝିଅ ଅନତି ଓ ଦୁଇପୁଅ ସ୍ତ୍ରୀଙ୍କୁ ନେଇ ଦଣ୍ଡାସି ମଲ୍ଲିକଙ୍କ ପରିବାର ଖୁସିରେ ଚାଲିଥିଲା। ହଠାତ୍ ଯେପରି ଏହି ସୁନାର ପରିବାର ଉପରେ କାହାର ନଜର ଲାଗିଗଲା। ଗତ ଡିସେମ୍ବର ମାସ ୧୦ ତାରିଖରେ ଦଣ୍ଡାସିଙ୍କ ମତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ’ ତିନି ଛୁଆଙ୍କୁ ନେଇ କଷ୍ଟେମଷ୍ଟେ ପରିବାର ଚଳାଉଥିଲେ। ତା’ ବି ଦଇବ ସହିଲା ନାହିଁ। ପୁଣି ପରିବାର ଉପରକୁ ଘୋଟି ଆସିଲା କଳା ବାଦଲ। ଶେଷରେ କୁନି କୁନି ପିଲାଙ୍କ ମୁଣ୍ଡ ଉପରୁ ମାଆର ପଣତ କାନି ବି ଛଡ଼ାଇ ନେଲା।  ଗତ ମାସରେ ମା’ ମଧ୍ୟ ଅରପାରିକି ଛାଡ଼ି ଚାଲିଗଲା।

[caption id="attachment_734698" align="aligncenter" width="650"]mohana ଅନାଥ ହୋଇଗଲେ ତିନି ପିଲା[/caption]

Advertisment

ବାପା ମା’ଙ୍କ ମୃତ୍ୟୁ ପରେ ଅନାଥ ହୋଇଗଲେ ୩ ଶିଶୁ। ବାପାମା’ ଆରପାରିକୁ ଚାଲିଗଲା ପରେ ବଡ଼ ଭଉଣୀ ଅନତି ଓ ଦୁଇ ଭାଇ ମଧ୍ୟ ପାଠ ପଢ଼ା ଛାଡ଼ି ଦେଲେ। ଭଉଣୀ ଅନତି ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ କରିଥିଲେ ମଧ୍ୟ ପରୀକ୍ଷା ଦେଇ ନଥିଲେ। ସେହିପରି ଅନ୍ୟ ଦୁଇ ଭାଇ ମଧ୍ୟ ଜଣେ ୮ମ ଓ ଅନ୍ୟ ଜଣେ ଭାଇ ୫ମ ଶ୍ରେଣୀ ପାଠ ଛାଡ଼ି ଘରେ ରହୁଛନ୍ତି। ସରକାରଙ୍କ ପକ୍ଷରୁ ପ୍ରତି ମାସରେ ୨୦ କେଜି ଚାଉଳ ମିଳୁଛି। ସେତିକି ସେମାନଙ୍କର ଭରସା। ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ଉପାସ ରହୁଛନ୍ତି। ଏହି ୩ ଅନାଥ ଶିଶୁମାନଙ୍କୁ ତୁରନ୍ତ ସରକାର ଦୃଷ୍ଟି ଦେଇ ସାମାଜିକ ସୁରକ୍ଷା ସହ ପାଠପଢ଼ା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସରକାରଙ୍କ ପକ୍ଷରୁ ଆମକୁ ସୁବିଧା ସୁଯୋଗ ମିଳିଲେ ଆମେ ତିନି ଭାଇଭଉଣୀ ପାଠପଢ଼ି ପାରନ୍ତୁ ବୋଲି ବଡ଼ ଭଉଣୀ ଅନତି ମଲ୍ଲିକ କହିଛନ୍ତି।

ଏ ସଂପର୍କରେ ଯୋଗାଯୋଗ କରିବାରୁ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି, ଆମେ ତିନି ପିଲାଙ୍କୁ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରିବୁ। ପରେ ସେମାନଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯିବ। ଯଦି ସେମାନେ ଘରେ ରହି ପାଠ ପଢ଼ିବେ, ତାହାହେଲେ ସରକାରଙ୍କ ପକ୍ଷରୁ ଯାହା ସୁବିଧା ଅଛି, ତାଙ୍କୁ ଯୋଗାଇ ଦିଆଯିବ। ଯେଉଁ ଝିଅଟି ମାଟ୍ରିକ ପରୀକ୍ଷା ଦେଇ ନାହିଁ, ସେ କିପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବ ସେ ନେଇ ବ୍ୟବସ୍ଥା କରାଯିବ।