Advertisment

ଉହାନ: ଲକଡାଉନ୍ ପରେ ବାହା ହେବାକୁ ଉତ୍ସୁକତା

ଉହାନ: ଅଢ଼େଇ ମାସ ଲକଡାଉନରେ ରହିବା ପରେ ଚୀନର ଉହାନ ସହରରେ ପରସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଘରେ ଦିନ ଦିନ ଧରି ବନ୍ଦ ରହିଥିବା ଲୋକମାନଙ୍କୁ ଏବେ ପୁଣି ରାସ୍ତା ଘାଟରେ, ଦୋକାନ ବଜାର ଦେଖିବାକୁ ମିଳୁଛି। ଏପରି କି ବାହା ହେବାକୁ ମଧ୍ୟ ଏମାନେ ଭିଡ଼ ଜମାଉଛନ୍ତି। ସାମାଜିକ ଦୂରତ୍ୱ ଯୋଗୁ ହୁଏତ ଉହନ ବାସିନ୍ଦାଙ୍କ ମଧ୍ୟରେ ବାହା ହେବାକୁ ପ୍ରବଳ ଉତ୍ସାହ ବୃଦ୍ଧି ପାଇଛି। ଉହାନରେ ଲକଡାଉନ୍ ପରେ ସବୁଠାରୁ ଅଧିକ ଭିଡ଼ […]

author-image
Pragnya Choudhury
ଉହାନ: ଲକଡାଉନ୍ ପରେ ବାହା ହେବାକୁ ଉତ୍ସୁକତା

wuhan couple

ଉହାନ: ଅଢ଼େଇ ମାସ ଲକଡାଉନରେ ରହିବା ପରେ ଚୀନର ଉହାନ ସହରରେ ପରସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଘରେ ଦିନ ଦିନ ଧରି ବନ୍ଦ ରହିଥିବା ଲୋକମାନଙ୍କୁ ଏବେ ପୁଣି ରାସ୍ତା ଘାଟରେ, ଦୋକାନ ବଜାର ଦେଖିବାକୁ ମିଳୁଛି। ଏପରି କି ବାହା ହେବାକୁ ମଧ୍ୟ ଏମାନେ ଭିଡ଼ ଜମାଉଛନ୍ତି। ସାମାଜିକ ଦୂରତ୍ୱ ଯୋଗୁ ହୁଏତ ଉହନ ବାସିନ୍ଦାଙ୍କ ମଧ୍ୟରେ ବାହା ହେବାକୁ ପ୍ରବଳ ଉତ୍ସାହ ବୃଦ୍ଧି ପାଇଛି।

Advertisment

ଉହାନରେ ଲକଡାଉନ୍ ପରେ ସବୁଠାରୁ ଅଧିକ ଭିଡ଼ ଦେଖିବାକୁ ମିଳିଛି ମାଟ୍ରିମୋନିଆଲ୍ ଓ୍ୱେବସାଇଟରେ। ବିବାହ କରିବାରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆବେଦନ ୩୦୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଏତେ ମାତ୍ରାରେ ବିବାହ ଆବେଦନ କରାଯିବାରୁ ମାଟ୍ରିମୋନିଆଲ୍ ଓ୍ୱେବସାଇଟ୍ କିଛି ସମୟ ପାଇଁ କ୍ରାଶ୍ ମଧ୍ୟ ହୋଇଯାଇଥିଲା।

Advertisment

ଚାଇନା ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଚୀନରେ ସର୍ବାଧିକ ବ୍ୟବହୃତ ଅନଲାଇନ୍ ପେମେଣ୍ଟ ପ୍ଲାଟଫର୍ମ 'ଅଲିପେ' (Alipay)ଏ ନେଇ ସୂଚନା ଦେଇଛି। ଦଦ୍ଦନୁଯାୟୀ, ଲକଡାଇନ୍ ଶେଷ ହେବା ପରେ ଅନଲାଇନ୍ ବିବାହ ରେଜିଷ୍ଟ୍ରେସନ ଟ୍ରାଫିକ୍ ୩୦୦ ପ୍ରତିଶତ ବଢ଼ିଯାଇଥିଲା। ଏଣୁ କିଛି ଓ୍ୱେବସାଇଟ୍ କ୍ରାଶ୍ ହୋଇ କାମ କରିଲା ନାହିଁ। ତେବେ ପୂର୍ବରୁ ଛାଡ଼ପତ୍ର ପାଇଁ ଅଧିକ ଆବେଦନ ଆସୁଥିବା ବେଳେ ବର୍ତ୍ତମାନ ଏତେ ମାତ୍ରାରେ ବିବାହ ଆବେଦନର ସଂଖ୍ୟା ଦେଖି ବିଶ୍ୱାସ ହେଉନି ବୋଲି 'ଅଲିପେ' କହିଛି। ତେବେ କ୍ରାଶ୍ ହୋଇଥିବା ଓ୍ୱେବସାଇଟକୁ ତାଙ୍କ ଦକ୍ଷ ଇଞ୍ଜିନିୟରମାନେ ପୁଣି କାର୍ଯ୍ୟକ୍ଷମ କରିଦେଇଛନ୍ତି ବୋଲି 'ଅଲିପେ' ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯେ, ଉହାନ ହେଉଛି କରୋନା ଭୂତାଣୁ ସଂକ୍ରମଣର ଆଦ୍ୟ ସ୍ଥାନ। ସଂକ୍ରମଣ ପରିସ୍ଥିତି ଜଟିଳ ହୋଇପଡ଼ିବାରୁ ମେଟ୍ରିମୋନିଆଲ ଓ୍ୱେବସାଇଟକୁ ଫେବୃୟାରୀ ଏବଂ ମାର୍ଚ୍ଚରେ ବିବାହ ପଞ୍ଜୀକରଣକୁ ବନ୍ଦ କରିଦେଇଥିଲା। କରୋନା ସଂକ୍ରମଣ ଲାଗି ଉହାନକୁ ୭୬ ଦିନ ଲକଡାଉନ୍ କରାଯାଇଥିଲା। ଏହି ଅବଧି ଶେଷ ହେବା ପରେ ଏବେ ପରିସ୍ଥିତି ସ୍ୱାଭାବିକ ହେବା ସହ ବିଭିନ୍ନ ସେବା ପୁଣି ଆରମ୍ଭ ହୋଇଛି। ଅନ୍ୟପଟେ ଆଜିଠାରୁ ଉହାନରୁ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହୋଇଯାଇଛି।